ବୋହୂକୁ ତରାଜୁରେ ୬୦କିଲୋ କଏନରେ ଓଜନ କଲେ ଶାଶୁ

ବୋହୂକୁ ତରାଜୁରେ ୬୦କିଲୋ କଏନରେ ଓଜନ କଲେ ଶାଶୁ

ନୂଆଦିଲ୍ଲୀ: ରାଜସ୍ଥାନର ଝୁଝୁନୁରେ ଜଣେ ଶାଶୁ ବୋହୂକୁ ଦେଇଥିବା ଉପହାର ଚର୍ଚ୍ଚାରେ ରହିଛି। ଝୁଝୁନୁର ମ‌ଇଡ୍ରାଲା ନିକଟ ମହତିର ଢାଣିରେ ଜଣେ ଶାଶୁ ନିଜର ବୋହୂର ମୁହଁ ଦେଖିବା ପରମ୍ପରାରେ ତରାଜୁରେ ବୋହୂକୁ କଏନ ସହିତ ଓଜନ କରିଥିଲେ। ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ନିମନ୍ତ୍ରିତ ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତରାଜୁରେ ରଖାଯାଇଥିବା କଏନର ଓଜନ ପାଖାପାଖି ୬୦କିଲୋ ହେବ। ତରାଜୁରେ ଓଜନ କରାଯାଇଥିବା କଏନକୁ ଶାଶୁ ବୋହୂଙ୍କୁ ଭେଟି ଦେଇଥିଲେ।

ଶାଶୁ କବିତାଙ୍କ କହିବାନୁସାରେ, ଦେଶ ଓ ସମାଜ ଅନେକ ଅଗେଇଛି। କିନ୍ତୁ ଏହାପରେ ବି ସମାଜରେ ବୋହୂ ଓ ଝିଅଙ୍କ ମଧ୍ୟରେ ଲୋକଙ୍କ ଚିନ୍ତାଧାରା ବଦଳି ନାହିଁ। ଦେଖିବାକୁ ଗଲେ ଝିଅକୁ ଘରର ଶକ୍ତି ବୋଲି କୁହାଯାଉଥିବା ବେଳେ ବୋହୂକୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ। ଏହି ଦୁଇଜଣଙ୍କ ବିନା ଘରେ ଖୁସି ନଥାଏ।

ଏହି ଘଟଣାକୁ ନେଇ ବୋହୂ ପୁନମ କହିଛନ୍ତି, ଶାଶୁଘରେ ଏତେ ସମ୍ମାନ ପାଇ ମୁଁ ବହୁତ ଖୁସି। ଯେତେବେଳେ ଶାଶୁ ମୋତେ ତରାଜୁରେ କଏନ ସହିତ ଓଜନ କରୁଥିଲେ ସେ ସମୟର ଅନୁଭବ ବାସ୍ତବରେ ସ୍ବତନ୍ତ୍ର ଥିଲା। ମୁଁ ବହୁତ ଭାଗ୍ୟବାନ। କେମିତି ସମସ୍ତ ସଦସ୍ୟଙ୍କୁ ପରିବାର ସହିତ ବାନ୍ଧିକି ରଖିବି ଏହାହିଁ ମୋର ଲକ୍ଷ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe