ମୋ ଝିଅର ଯତ୍ନ ନେବେ, ଆପଣଙ୍କର ମଙ୍ଗଳ ହେବ, ମୋତେ କ୍ଷମା କରିଦେବେ: ଚିଠିରେ ଏପରି ଲେଖିଥିଲେ ନାଚାର ମାଆ

Advertisment
ମୋ ଝିଅର ଯତ୍ନ ନେବେ, ଆପଣଙ୍କର ମଙ୍ଗଳ ହେବ, ମୋତେ କ୍ଷମା କରିଦେବେ: ଚିଠିରେ ଏପରି ଲେଖିଥିଲେ ନାଚାର ମାଆ

ନୂଆଦିଲ୍ଲୀ: ଝିଅ ଜନ୍ମ ହେବା ପରେ ନବଜାତକକୁ ହସ୍ପିଟାଲ୍‌ରେ ଛାଡ଼ି ଦେଇ ଚାଲିଯିବା କଥା କିଛି ନୂଆ ନୁହେଁ। ପୂର୍ବରୁ ଏମିତି ଅନେକ ଉଦାହରଣ ଆମେ ଦେଖିଛେ। ନିକଟରେ ଜଣେ ନିରୁପାୟ ମାଆଙ୍କ ଚିଠି ପଢ଼ିବା ପରେ ଆପଣଙ୍କ ଆଖିରେ ବି ଲୁହ ପଳେଇ ଆସିବ। ମହିଳା ଜଣକ ପୂର୍ବରୁ ୬ ଜଣ କନ୍ୟା ସନ୍ତାନଙ୍କ ମାଆ ହୋଇ ସାରିଥିବା ବେଳେ ସପ୍ତମ ସନ୍ତାନ ବି ସେଇ କନ୍ୟା ହିଁ ଜନ୍ମ ନେଇଥିଲା। ଶେଷରେ ସେ ପରିବାର ଲୋକଙ୍କୁ କିପରି ସାମ୍ନା କରିବେ ବୋଲି ଭାବି ନିଜ ନବଜାତକ କନ୍ୟାକୁ ଭରତପୁରରେ ଥିବା ମହିଳା ହସ୍ପିଟାଲ୍‌ରେ ଛାଡ଼ି ଚାଲି ଯାଇଥିଲେ। ନିଜ ଝିଅକୁ ଛାଡ଼ିକି ଯିବା ବେ‌ଳେ ସେଠାରେ ଏକ ଚିଠି ବି ଛାଡ଼ି ‌ଯାଇଥିଲେ ସେ।

ଚିଠିରେ ଲେଖାଥିଲା, ‘ମୋର ୬ ଜଣ ଝିଅ ଅଛନ୍ତି। ଶାଶୂ ହଇରାଣ କରୁଛନ୍ତି। ଏଥିପାଇଁ ଏପରି ଏକ ନିଷ୍ପତ୍ତି ଉଠାଉଛି। ମୋ ଝିଅକୁ ପାଳନ୍ତୁ। ଆପଣଙ୍କର ମଙ୍ଗଳ ହେବ। ମୋତେ କ୍ଷମା କରିଦେବେ।’

ତେବେ ଏହି ଘଟଣାଟି ହେଉଛି ଭରତପୁରର ମଥୁରା ଗେଟ୍‌ ଥ‌ାନା ଅଞ୍ଚଳର ଜନାନା ହସ୍ପିଟାଲ୍‌ ପରିସରର। ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ରାମବୀର ନାମକ ବ୍ୟକ୍ତିଙ୍କୁ ଏକ ନବଜାତକର କାନ୍ଦ ସ୍ବର ଶୁଣିବାକୁ ମିଳିଥିଲା। ସେ ସେଠାକୁ ଯାଇ ଦେଖିଲେ ତ ଶିଶୁଟି ପାଖରେ କେହି ବି ନଥିଲେ। ତା’ପରେ ସେ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଖବର ଦେବାରୁ ସେମାନେ ଆସି ଶିଶୁଟିର ଦେଖାଶୁଣା କରିଥିଲେ। ତେବେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ନବଜାତକୁ ଏବେ ମାତ୍ର ୩ ଦିନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe