ଲକ୍‌ଡାଉନ୍‌ରେ ଆର୍ଥିକ ଅଭାବ ପାଇଁ ନିଜ ପାଠପଢ଼ା ଠପ୍‌ ହୋଇଗଲା, ଚା’ ବିକି ଭଉଣୀକୁ ପଢ଼ାଉଛନ୍ତି ୧୪ ବର୍ଷର ବାଳକ

Advertisment
ଲକ୍‌ଡାଉନ୍‌ରେ ଆର୍ଥିକ ଅଭାବ ପାଇଁ ନିଜ ପାଠପଢ଼ା ଠପ୍‌ ହୋଇଗଲା, ଚା’ ବିକି ଭଉଣୀକୁ ପଢ଼ାଉଛନ୍ତି ୧୪ ବର୍ଷର ବାଳକ

newindianexpress

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଅନେକଙ୍କ ସର୍ବନାଶ କରିଥିବା ବେଳେ ଆଉ କାହାକୁ ପୁଣି ଜୀବନର ମାନେ ବୁଝାଇ ଦେଇଛି। କେହି କେହି କାମ ହରାଇ ପେଟ ଖଣ୍ଡିକ ପୋଷିବାକୁ ଆଉଟୁ ପାଉଟୁ ହେଉଥିବା ବେଳେ ଆଉ କେହି ମନ ଦୃଢ଼ କରି ଏହି ପରିସ୍ଥିତିର କଡ଼ା ମୁକାବିଲା କରିଛନ୍ତି।

ତାହା କେତେ ଦୁଃଖଦାୟକ ପରିସ୍ଥିତି ହୋଇଥିବ ଭାବନ୍ତୁ ତ, ଯେତେବେଳେ କୋଭିଡ୍‌-୧୯ରେ ନିଜ ମାଆଙ୍କ ରୋଜଗାରର ଉତ୍ସ ବନ୍ଦ ହୋଇଯିବା ପରେ ୧୪ ବର୍ଷର ବାଳକକୁ ନିଜ ପାଠପଢ଼ା ବଳିଦାନ ଦେବାକୁ ପଡ଼ିଥିବ! ବୟସରେ ସିନା ସାନ, ହେଲେ ଆଜି ଆମେ ଯେଉଁ କୁନି ବାଳକ ବିଷୟରେ କଥା ହେଉଛେ ତାଙ୍କର ମନ ବହୁତ ବଡ଼। ଏକଥା ଜାଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ ଯେ ନିଜ ଭଉଣୀକୁ ବି ତାଙ୍କ ପରି ସମାନ ପରିସ୍ଥିତିର ମୁକାବିଲା କରିବାକୁ ନପଡୁ, ସେହି କାରଣରୁ ନିଜ ମାଆଙ୍କ ସହ ମିଶି ଚା ବିକ୍ରି କରିବାରେ ଲାଗି ପଡ଼ିଛନ୍ତି ବାଳକ ଜଣକ। ଯେପରି ଟଙ୍କା ଅଭାବ ପାଇଁ ଭଉଣୀର ଅନ୍‌ଲାଇନ୍‌ ପାଠ ପଢ଼ା ବନ୍ଦ ନହେଉ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଭାନ ନାମକ ଏହି ବାଳକ ମୁମ୍ବ‌ାଇର ଭେଣ୍ଡି ବଜାର ଅଞ୍ଚଳରେ ଏକ ଚା ଦୋକାନରେ ଚା ବିକି ଏବେ ଚର୍ଚ୍ଚା ପାଲଟିଛନ୍ତି। ତାଙ୍କୁ ପଚାରିବାରୁ ସେ କହନ୍ତି, ‘୧୨ ବର୍ଷ ପୂର୍ବରୁ ଆମ ବାପା ମରିଯାଇଛନ୍ତି। ମା’ ଚାକିରି କରି ଘର ଚଳାଏ। ଏବେ ମା’ର ଚାକିରି ନାହିଁ। ମୋ ଭଉଣୀକୁ ପାଠ ପଢ଼ାଇବା ପାଇଁ ମୋତେ ଏସବୁ କରିବାକୁ ପଡୁଛି। ମୋ ଭଉଣୀ ପାଇଁ ମୁଁ କୌଣସି ପ୍ରକାରର ପରିଶ୍ରମ କରିପାରେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe