ଜନ୍ମ ଦେବାର ତିନିମାସ ପର୍ଯ୍ୟନ୍ତ ଏହି କାରଣରୁ ଶିଶୁକୁ ଦେଖି ପାରି ନଥିଲେ ମା’

ଜନ୍ମ ଦେବାର ତିନିମାସ ପର୍ଯ୍ୟନ୍ତ ଏହି କାରଣରୁ ଶିଶୁକୁ ଦେଖି ପାରି ନଥିଲେ ମା’

ନୂଆଦିଲ୍ଲୀ: ନଅମାସ ନିଅ ଦିନ ଗର୍ଭରେ ରଖିବା ପରେ ମା’ପ୍ରସବ ବେଦନା ସହି ଶିଶୁଟିକୁ ଜନ୍ମ ଦେଇଥାଏ। ଜନ୍ମ ଦେଇ ସାରିଲା ପରେ ଶିଶୁଟିକୁ ଦେଖିବା ପାଇଁ ମା’ ମନ ବ୍ୟାକୁଳ ହୋଇଯାଇଥାଏ। କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଦୁଃଖ ଲାଗିଥାଏ।

କେଲସି ଟାଉନସେଣ୍ଡ ନାମକ ଜଣେ ମହିଳା ନିଜର ନବଜାତ ଶିଶୁକୁ ଜନ୍ମ ଦେବାର ପାଖାପାଖି ତିନିମାସ ପରେ ଦେଖିବାର ସୁଯୋଗ ପାଇଛନ୍ତି। ମା’ ଓ ଶିଶୁର ଏହି ମିଳିନର ଦୃଶ୍ୟକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ ରହିଥିଲା।
ଆମେରିକାରେ ରହୁଥିବା ୩୧ବର୍ଷୀୟ କେଲସି ଟାଉନସେଣ୍ଡ ୨୦୨୦ ନଭେମ୍ବର ୪ରେ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ।

ଏହି ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପ୍ରସବର କିଛି ସମୟ ପରେ ସେ କୋମାକୁ ଚାଲିଯାଇଥିଲେ। ଏହାପରେ କେଲସିଙ୍କୁ ଡାକ୍ତରଖାନାରେ ୭୫ ଦିନ ପର୍ଯ୍ୟନ୍ତ ରହିବାକୁ ପଡ଼ିଥିଲା। ସେଠାରେ ତାଙ୍କର ନିୟମିତ ଚିକିତ୍ସା ଜାରି ରହିଥିଲା।
୨୦୨୧ ଜାନୁଆରି ୨୭ରେ କେଲସି କୋମାରୁ ସୁସ୍ଥ ହୋଇଥିଲେ। କୋମରୁ ସୁସ୍ଥ ହୋଇ ଫେରିବା ପରେ ସେ ଆଗେ ଶିଶୁକୁ ଦେଖିବା ପାଇଁ ବ୍ୟାକୁଳ ହୋଇଯାଇଥିଲେ। ଜନ୍ମର ତିନିମାସ ପରେ ପ୍ରଥମ ଥର ମା’ ଶିଶୁକୁ କୋଳକୁ ନେବା ପରେ ଭୋଭୋ ହୋଇ କାନ୍ଦି ଉଠିଥିଲେ।

କେଲସିଙ୍କ ସ୍ବାମୀ ଡେରେକ୍ ଟାଉନସେଣ୍ଡଙ୍କ କହିବାନୁସାରେ, ‘ମୁଁ ଓ ପତ୍ନୀ ଦୁହେଁ କରୋନାରେ ଆକ୍ରାନ୍ତ ହୋଇଥିଲୁ। ମୁଁ ସୁସ୍ଥ ହୋଇଯାଇଥିବା ବେଳେ ପତ୍ନୀ ଏହି ମାହାମାରୀରେ ଆକ୍ରାନ୍ତ ଥି‌ଲେ। ଏହି ସମୟରେ ସେ ଅନ୍ତସତ୍ତ୍ବା ବି ଥିଲେ। କରୋନାରେ ଆକ୍ରାନ୍ତ ହେବାର କିଛିଦିନ ପରେ ସେ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରସବର କିଛି ସମୟ ପରେ ପତ୍ନୀ କୋମାକୁ ଚାଲି ଯାଇଥିଲେ।
ଶିଶୁଟି ମୋ ପାଖରେ ଥିଲେ ବି ସେ ମା’କୁ ଏଣେତେଣେ ମୁଣ୍ଡ ବୁଲାଇ ଖୋଜୁଥିବାର ମୁଁ ଅନୁଭବ କରିଥିଲି। ଦୀର୍ଘ ୭୫ଦିନ ପରେ ମା’ କୋଳକୁ ଶିଶୁ ଫେରି ଆତ୍ମସନ୍ତୋଷ ଲାଭ କରିଲା ଭଳି ଅନୁଭବ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe