ଅସୁବିଧା ସମୟରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଲେ ତିନି ସନ୍ତାନଙ୍କ ମା’

Advertisment
ଅସୁବିଧା ସମୟରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଲେ ତିନି ସନ୍ତାନଙ୍କ ମା’

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ମହିଳା କିପରି ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଛନ୍ତି ତାହାକୁ ସେ ସମସ୍ତଙ୍କ ସହିତ ସେୟାର କରିଛନ୍ତି। ଏହି ବ୍ୟକ୍ତି ଜଣକ ମହିଳାଙ୍କ ଅସୁବିଧା ସମୟରେ ୬୩ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ତିନିଜଣ ଶିଶୁଙ୍କ ମା’ ଅନଲାଇନ ଜରିଆରେ ଭେଟିଥିବା ଜଣେ ବ୍ୟକ୍ତିଙ୍କୁ ଭଲ ପାଇ ବସିଛନ୍ତି। ମହିଳାଙ୍କ ଏହି ପ୍ରେମ କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ସେ ନିଜର ଏହି ପ୍ରେମ କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ମହିଳା ଜଣକ ଚୀନର ହୁନାନ ପ୍ରାନ୍ତରେ ବସବାସ କରନ୍ତି। ନିକଟରେ ସେ ଓ ତାଙ୍କର ତିନିଜଣ ଶିଶୁ ଏମିତି ଜ‌ଣେ ବ୍ୟକ୍ତିଙ୍କ ସହିତ ରହୁଛନ୍ତି ଯାହାଙ୍କୁ ସେ ମାସକ ପୂର୍ବରୁ ଅନଲାଇନରେ ଭେଟିଥିଲେ। ମହିଳା ଜଣକ ନିକଟରେ ଏକ ଭିଡିଓ ବି ସେୟାର କରିଛନ୍ତି। ଏଥିରେ ‌ସେ ତାଙ୍କର ପ୍ରେମିକ ଓ ତିନିଜଣ ସନ୍ତାନଙ୍କ ସହ ବୁଲୁଥିବା ମଜା କରୁଥିବା ଦେଖିବାକୁ ମିଳୁଛି।

ଭିଡିଓରେ ମହିଳା କହିଛନ୍ତି, ‘ମୁଁ ଗତ ମାସରେ ଅନଲାଇନ ଜରିଆରେ ଉକ୍ତ ବ୍ୟକ୍ତିଙ୍କୁ ଭେଟିଥିଲି। ଏହି ବ୍ୟକ୍ତି ଜଣକ ଦକ୍ଷିଣ ଚୀନର ଫୁଜିୟାନରେ ବସବାସ କରନ୍ତି। ମୁଁ ଯେତେବେଳେ ଅସୁବିଧାରେ ପଡ଼ିଥିଲି ଏହି ବ୍ୟକ୍ତି ଜଣକ ମୋ ଜୀବନରେ ଆସିଥିଲେ, ଆଉ ଆର୍ଥିକ ସହାୟତା କରିଥିଲେ। ହଜାରେ କି ଦୁଇହଜାର ନୁହେଁ, ସେ ଏକାଥରକେ ୬୦ଲକ୍ଷରୁ ଊର୍ଧ୍ବ ଅର୍ଥାତ ୬୨ ହଜାର ଟଙ୍କା ସାହାଯ୍ୟ କରିଥିଲେ। ଏହି କାରଣରୁ ମୋର ବଞ୍ଚିବାର ରାହା ପୁଣି ଉଜ୍ଜୀବିତ ହୋଇଥିଲା। ଏହାପରେ ମୁଁ ଏହି ବ୍ୟକ୍ତିଙ୍କ ସହିତ ରହିବାକୁ ସ୍ଥିର କରିଥିଲି।‌ ସେ ବି ମୋର ତିନିଜଣ ପିଲାଙ୍କୁ ଆପଣାଇବାକୁ ରାଜି ହୋଇଯାଇଥିଲେ। ଆମେ ୫ଜଣ ଖୁବ ଖୁସିରେ ଏବେ ଦିନ କାଟୁଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe