NDTV
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରସ୍ଥିତ ବିକ୍ରୁ ଗ୍ରାମରେ ୮ ଜଣ ପୁଲିସ କର୍ମୀଙ୍କୁ ହତ୍ୟା ମାମଲାର ମୁଖ୍ୟଅଭିଯୁକ୍ତ କୁଖ୍ୟାତ ଅପରାଧୀ ବିକାଶ ଦୁବେ ସଂପର୍କରେ ତାଙ୍କ ନିଜ ମାଆ ଯେଉଁଭଳି ବୟାନ ଦେଇଛନ୍ତି ତାହା ଆପଣଙ୍କୁ ଚକିତ କରିବ। ‘ଏଭଳି ପୁଅର ବଞ୍ଚିବାର କୌଣସି ଅଧିକାର ନାହିଁ, ତାକୁ ଏନ୍କାଉଣ୍ଟ୍ରେ ମାରି ଦିଆଯାଉ’ ବୋଲି ବିକାଶଙ୍କ ମାଆ ଦେଇଥିବା ବୟାନ ଏବେ ସଭିଁଙ୍କୁ ଆଶ୍ବର୍ଯ୍ୟାନ୍ବିତ କରାଇଛି।
ବିକାଶଙ୍କ ମାଆ ଶାରଳା ଦେବୀ ଗଣମାଧ୍ୟମ ସଂସ୍ଥାରେ ନିଜର ବୟାନ ଦେଇ କହିଛନ୍ତି କି ‘ପୁଲିସ୍ ଧରିବା ପୂର୍ବରୁ ସେ ନିଜେ ନିଜେ ଆତ୍ମସମର୍ପଣ କରିବା ଉଚିତ। ଯଦି ସେ ପୁଲିସ୍କୁ ଚକମା ଦେବାକୁ ଚେଷ୍ଟା କରୁଛି ତେବେ ପୁଲିସ୍ ତାକୁ ଏନ୍କାଉଣ୍ଟର୍ରେ ମାରିଦେବା ଉଚିତ। କାରଣ ସେ ଯାହା ବି କରିଛି ନିହାତି ଭାବେ ଖରାପ ହିଁ କରିଛି।
ଉଲ୍ଲେଖଯୋଗ୍ୟ, ବିକାଶକୁ ଠାବ କରିବା ପାଇଁ ୨୦ରୁ ଅଧିକ ପୁଲିସ କର୍ମଚାରୀଙ୍କ ଏକ ଟିମ୍ ନିୟୋଜିତ ହୋଇଛନ୍ତି । ବିଭିନ୍ନ ଅପରାଧିକ କାଣ୍ଡ ଘଟାଇବା ପାଇଁ ମୁଖ୍ୟତଃ ଯୁବକମାନଙ୍କୁ ନିଯୁକ୍ତି ଦେଉଥିଲା ବିକାଶ। ତେବେ ଗାଁର ପଙ୍କିଳ ପରିବେଶ ଓ ରାଜନୀତି ତାଙ୍କ ପୁଅକୁ ନଷ୍ଟ କରିଦେଇଛି। ଏବେ ତାକୁ ମାରି ଦିଆଯିବା ଉଚିତ ବୋଲି ପୂର୍ବରୁ ବିକାଶର ମାଆ ବୟାନ ଦେଇ କହିଥିଲେ। ଉତ୍ତର ପ୍ରଦେଶର ପିପିଏନ୍ କଲେଜ୍ରେ ସେ ପାଠ ପଢ଼ିଥିଲା। ଗ୍ରାମବାସୀ ଏବଂ ରାଜନୀତି ପାଇଁ ସବୁ ନଷ୍ଟ ହୋଇଗଲା। ରାଜନୀତି ତାକୁ ନଷ୍ଟ କରିଦେଲା ବୋଲି ବିକାଶର ମା’ ଲୁହ ଭରା ଆଖିରେ ବୟାନ ଦେଇଥିଲେ।
Follow Us