୧୮ବର୍ଷ ପରେ ମା’କୁ ଭେଟିଲା ପୁଅ, ଦୃଶ୍ୟ ଥିଲା ଭାବବିହ୍ବଳ

୧୮ବର୍ଷ ପରେ ମା’କୁ ଭେଟିଲା ପୁଅ, ଦୃଶ୍ୟ ଥିଲା ଭାବବିହ୍ବଳ

ନୂଆଦିଲ୍ଲୀ: ମା’ ତାର ସନ୍ତାନକୁ ଆଖି ସାମ୍ନାରୁ ଯିବାକୁ ଦିଏ ନାହିଁ। ସେ ସବୁବେଳେ ତାର ସନ୍ତାନକୁ ପାଖେପାଖେ ରଖିଥାଏ। କିନ୍ତୁ ସମୟସମୟ‌ରେ ପରିସ୍ଥିତି ଏମିତି ଆସିଥାଏ କି ମା’କୁ ତାର ସନ୍ତାନ ଠାରୁ ଦୂରରେ ରହିବାକୁ ପଡ଼ିଥାଏ। ନିକଟ‌ରେ ଜଣେ ମା’ ତାଙ୍କ ସନ୍ତାନକୁ ୧୮ବର୍ଷ ପରେ ଭେଟିଛନ୍ତି। ତେବେ ଆସନ୍ତୁ ଜାଣିବା ଘଟଣାଟି କ’ଣ…

୨୨ବର୍ଷ ବୟସରେ ପୁଅ ଜେ‌ରେମି ହଡସନ ତାଙ୍କ ମା’ କାର୍ମନଙ୍କୁ ଭେଟିଛନ୍ତି। ମା’ଙ୍କୁ ଦେଖି ପୁଅ ଚିତ୍କାର କରି କହିଥିଲେ,‘ ମା’ ମୋତେ ଦେଖ ମୁଁ କେ‌ତେ ବଡ଼ ହୋଇଯାଇଛି।’

ଏକ ଭିଡିଓରେ ଜେରେମି କହିଛନ୍ତି, ‘ମା’ଙ୍କ ସହିତ ଆମ ଭାଇ ଓ ଭଉଣୀଙ୍କ ସମ୍ପର୍କ ଭଲ ନଥିଲା। ମା’ଙ୍କ ଆର୍ଥିକ ଅବସ୍ଥା ବି ଭଲ ନଥିଲା। ସେ ଆମର ଯତ୍ନ ନେଇ ପାରୁ ନଥି‌ଲେ। ତେଣୁ ଆମେ ସମ‌ସ୍ତେ ଅଲଗା ହୋଇଯାଇଥିଲୁ। ଭଉଣୀ ବାପାଙ୍କ ପାଖରେ ରହୁଥିବା ବେଳେ ମୋତେ ବାପାଙ୍କ ଜଣେ ସାଙ୍ଗ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନେଇଥିଲେ।

ମଝିରେ ମଝିରେ ମୋର ମା’ଙ୍କ କଥା ବହୁତ ମନେପଡ଼େ ତାଙ୍କୁ ଭେଟିବାକୁ ବହୁତ ଇଚ୍ଛା ହୁଏ କିନ୍ତୁ ଯୋଗାଯୋଗର କୌଣସି ମାଧ୍ୟମ ନଥିଲା। ଏକଦା ମୁଁ ସମୟ ବାହାର କରି ଭଉଣୀ ସହିତ ଯୋଗାଯୋଗ କରି ମା’ଙ୍କୁ ଦେଖିବାକୁ ଇଚ୍ଛା ହେଉଛି ବୋଲି କହିଥିଲି। ସେ ସମସ୍ତ ଯୋଜନା କରି ମୋତେ ମା’ଙ୍କ ସହିତ ଭେଟ କରାଇଥିଲା। ଆଉ ଏହି ସମୟ କିପରି ଥିଲା ମୁଁ ଶବ୍ଦରେ ବଖାଣି ପାରିବି ନାହିଁ। କିନ୍ତୁ ଏତିକି କହିବି ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe