ପୁଅର ମାନସିକ ରୋଗ ଅଛି ଭାବି ଡାକ୍ତର ପାଖକୁ ନେଇଗଲେ ମହିଳା, ନିଜର ବାହାରିଲା ସମସ୍ୟା

Advertisment
ପୁଅର ମାନସିକ ରୋଗ ଅଛି ଭାବି ଡାକ୍ତର ପାଖକୁ ନେଇଗଲେ ମହିଳା, ନିଜର ବାହାରିଲା ସମସ୍ୟା

www.aajtak.in

ବେଜିଂ: ଚୀନରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିଦେବା ପରି ମାମଲା। ଜଣେ ମାଆଙ୍କ ମୁଣ୍ଡରେ ପୁଅ ବାହାଘରକୁ ନେଇ ଏପରି ଭୂତ ପଶିଛି ଯେ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଏକ ରୋଗ ବୋଲି ସାବ୍ୟସ୍ତ ହୋଇଛି। ମହିଳାଙ୍କ ପୁଅ ତାଙ୍କ ଘରକୁ ନିଜର କୌଣସି ଝିଅ ବନ୍ଧୁଙ୍କୁ ଆଣୁନଥିବାରୁ ଚିନ୍ତାରେ ରହୁଥିଲେ ମହିଳା। ସେ ଭାବୁଥି‌ଲେ କି ତାଙ୍କ ପୁଅର ନିଶ୍ଚୟ କିଛି ସମସ୍ୟା ଅଛି। ଯେଉଁ କ‌ାରଣରୁ ସେ ଝିଅମାନଙ୍କ ପ୍ରତି ଆକର୍ଷିତ ହେଉନାହିଁ। ଏହା ଭାବି ମହିଳା ଜଣକ ନିଜ ପୁଅକୁ ନେଇ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲେ। ମାତ୍ର ସେଠାରେ ଜଣାପଡ଼ିଲା କି ମହିଳା ନିଜେ ମାନସିକ ରୋଗରେ ପୀଡ଼ିତ। ତାଙ୍କ ଭିତରେ ‘ଫୋର୍ସ ଟୁ ମ୍ୟାରି ଡିଜ୍‌ଅର୍ଡର’ ଅଛି। ଯାହାଫଳରେ ସେ ତାଙ୍କ ପୁଅକୁ ବିବାହ କରିବାକୁ ବାଧ୍ୟ କରୁଥିଲେ।

ଘଟଣାଟି ହେଉଛି ଚୀନର ହେନାନ୍‌ ପ୍ରାନ୍ତଃର। ମହିଳାଙ୍କ ବୟସ ୩୮ ବର୍ଷ। ସେ ପ୍ରତି ନୂଆବର୍ଷ‌ରେ ନିଜ ପୁଅକୁ ବିବାହ ପାଇଁ ଚାପ ପକାନ୍ତି। ପୁଅକୁ କହନ୍ତି ପ୍ରେମିକାକୁ ଘରକୁ ଆଣିବା ପାଇଁ। ମାତ୍ର ପୁଅ ସେପରି ନକରିବାରୁ ମହିଳା ବିବ୍ରତ ହୋଇପଡ଼ନ୍ତି।

ମହିଳା ଜଣକ ସବୁବ‌େଳେ ଚାହାନ୍ତି ‌ଯେ ତାଙ୍କ ପୁଅ ଯୁବତୀମାନଙ୍କ ସହ ସଂପର୍କ ବଢ଼ାଉ। ଯୁବତୀମାନଙ୍କୁ ଘରକୁ ଆଣି ପରିବାର ଲୋକଙ୍କ ସହ ପରିଚିତ କରାଉ। ପରବର୍ତ୍ତୀ ମୁହୂର୍ତ୍ତରେ ମହିଳା ସେହି ଯୁବତୀଙ୍କ ଭିତରୁ କାହାକୁ ନିଜ ବୋହୂ ବନ‌ାନ୍ତେ। ମାତ୍ର ତାଙ୍କ ଇଚ୍ଛା ମୁତାବକ ଯେତେବେଳେ କିଛି ଘଟେ ନାହିଁ ତ ବିବ୍ରତ ହୋଇ ମହିଳା ଜଣକ ପୁଅକୁ ନେଇ ଡାକ୍ତର ପାଖରେ ପହଞ୍ଚନ୍ତି। ହେଲେ ସେଠାରେ ଓଲଟା ସେ ନିଜେ ମାନିସକ ରୋଗୀ ବୋଲି ଜଣାପଡ଼େ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe