ପୁରୁଣା ଭୁବନେଶ୍ବରର ବିଭିନ୍ନ ପୀଠରେ ମା’ଙ୍କ ସ୍ବତନ୍ତ୍ର ପୂଜା

ଭୁବନେଶ୍ୱର: ମଙ୍ଗଳବାର ଆଶ୍ୱିନ ଶୁକ୍ଳପକ୍ଷ ମୂଳାଷ୍ଟମୀ ତଥା ପାର୍ବଣର ପ୍ରଥମ ପର୍ବ। ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଉପଚାର ପୂଜା ଚାଲିବ।

hkkhkhkuuk

ଭୁବନେଶ୍ୱର: ମଙ୍ଗଳବାର ଆଶ୍ୱିନ ଶୁକ୍ଳପକ୍ଷ ମୂଳାଷ୍ଟମୀ ତଥା ପାର୍ବଣର ପ୍ରଥମ ପର୍ବ। ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଉପଚାର ପୂଜା ଚାଲିବ। ଷୋଳପୂଜା ୧୬ଦିନ ବିଧି ରହିଥିବା ବେଳେ ଚଳିତ ବର୍ଷ ଏହା ୧୭ଦିନ ପଡ଼ୁଛି। ଏକାମ୍ର କ୍ଷେତ୍ରରେ ଥିବା ଅଷ୍ଟଚଣ୍ଡୀ ସମେତ ବିଭିନ୍ନ ଦେବୀ ପୀଠରେ ଷୋଳପୂଜା ମଧ୍ୟ ମଙ୍ଗଳବାର ଆରମ୍ଭ ହେବ। ଏକାମ୍ର କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଥିବା ଅଷ୍ଟ ଦେବୀ ଯଥା ମଠ କପଳୀ, ମହନୀ, ଆଖଡ଼ା ଚଣ୍ଡୀ, ରାମାୟଣୀ, କପାଳୀ, ଉତ୍ତରାୟଣୀ, ଗୌରୀ, ଅମ୍ୱିକେ, ଦ୍ୱାରବାସିନୀ ଓ ମା’ ଗୌରୀଙ୍କର ବିଧି ମୁତାବକ ଷୋଳପୂଜା କରାଯିବ।

ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀଙ୍କର ଏହି ସମୟରେ ସ୍ୱତନ୍ତ୍ର ପାରମ୍ପରିକ ପୂଜା କରାଯିବ। ପୁରୀ ଗଜପତି ମହାରାଜଙ୍କ ରାଜଗୁରୁ ଆସି ମନ୍ଦିର ପୁରୋହିତ ପାଖରେ ସଙ୍କଳ୍ପ କରି ପୂଜା କରିବେ। ଷୋଳ ଦିନ ପର୍ଯ୍ୟନ୍ତ ରାଜଗୁରୁ ରହି ପୂଜାର୍ଚ୍ଚନା କରିବେ। ମହାରାଜଙ୍କ ମଙ୍ଗଳ କାମନା କରି ‌ରାଜଗୁରୁ ଭୁବନେଶ୍ବରୀଙ୍କ ପାଖରେ ପୂଜାର୍ଚ୍ଚନା କରିବେ।
ଶ୍ରୀଲିଙ୍ଗରାଜ ମନ୍ଦିର ବେଢ଼ାରେ ଅବସ୍ଥିତ ମା’ ଭୁବନେଶ୍ୱରୀଙ୍କ ପୀଠ ବ୍ୟତୀତ ଜଗନ୍ନାଥ ମଠ ରୋଡରେ ମା’ ଦକ୍ଷିଣ ଚଣ୍ଡୀ, ସାମନ୍ତରାପୁରରେ ମା’ ଭୂବାସିନୀ, କେଦାର ଗୌରୀ ଠାରେ ମା’ ଗୌରୀ, ବିନ୍ଦୁସାଗର କୂଳରେ ମା’ ଦ୍ୱାରବାସିନୀ, ବଡ଼ୁସାହିରେ ମା’ ମହନୀ ଦେବୀ, ତିନିମୁଣ୍ଡିଆ ଛକରେ ଥିବା ମା’ କପାଳୁଣୀ ଦେବୀ, ପୂଜାପଣ୍ଡା ନିଯୋଗ ନିକଟରେ ଥିବା ମା’ ରାମାୟଣୀ ଦେବୀ, ଶ୍ରୀକପିଳେଶ୍ୱର ମନ୍ଦିର ବେଢ଼ା ପରିସରରେ ଥିବା ମା’ ଦକ୍ଷିଣକାଳୀଙ୍କ ନିକଟରେ ମଧ୍ୟ ଷୋଡ଼ଷ ଉପଚାର ପୂଜା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe