ଇତି ଊଣେଇଶ (ସଂସ୍କୃତି ଓ ପର୍ଯ୍ୟଟନ) : ଓଡ଼ିଆ ଝିଅ ଦେବସ୍ମିତାଙ୍କ ନିର୍ଦେଶନାରେ ହିନ୍ଦୀ ସିନେମା

Advertisment
ଇତି ଊଣେଇଶ (ସଂସ୍କୃତି ଓ ପର୍ଯ୍ୟଟନ) : ଓଡ଼ିଆ ଝିଅ ଦେବସ୍ମିତାଙ୍କ ନିର୍ଦେଶନାରେ ହିନ୍ଦୀ ସିନେମା

bollywoodpapa.com

ଓଡ଼ିଆ ଝିଅ ଦେବସ୍ମିତା ବିଶ୍ବାଳ ‘ମୋତିଚୂର ଚକ୍‌ନାଚୂର’ ନାମରେ ଏକ ହିନ୍ଦୀ ସିନେମାରେ ନିର୍ଦେଶନା ଦେଇ ଚର୍ଚ୍ଚାକୁ ଆସିଥିଲେ। ନୱାଜୁଦ୍ଦିନ ସିଦ୍ଦିକ୍‌ ଓ ଆଥିୟା ସେଠୀଙ୍କୁ ମୁଖ୍ୟ ଭୂମିକାରେ ନେଇ ସେ ଏକ ନୂଆଧାରାର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଦୀର୍ଘ ୧୫ ବର୍ଷର ପରିକଳ୍ପନା ଓ ଯୋଜନାକୁ ସେ ଏହି ଚଳଚ୍ଚିତ୍ରରେ ରୂପ ଦେଇଥିଲେ। ନଭେମ୍ବର ୧୫ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଟି ଦର୍ଶକୀୟ ଆଦୃତ୍ତି ଲାଭ କରିଥିଲା।

publive-image Tollywood.net

ଅଡ଼ୁଆ‌ରେ ପ୍ରକୃତି, ଏଲିନା ଓ ଲଭିନା
ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡିଓ ସୁଟିଂ କରି ଅଭିନେତ୍ରୀ ପ୍ରକୃତି ମିଶ୍ର ,ଏଲିନା ଓ ଲଭିନା ଅଡ଼ୁଆରେ ଫସିଥିଲେ। ପ୍ରକୃତି ମିଶ୍ର ଭିଡିଓ ଉତ୍ତୋଳନ କରି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଫଳରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରୁ ସମ୍ବଲପୁର ଏସପି ରିପୋର୍ଟ ତଲବ କରିଥିଲେ। ଅଭିନେତ୍ରୀ ଏଲିନା ଓ ପ୍ରକୃତି କ୍ଷମା ମାଗିବା ପରେ ମାମଲା ଥଣ୍ଡା ପଡ଼ିଥିଲା।

ସଂଗୀତ ନାଟକ ଏକାଡେମି ପୁରସ୍କାର ବିବାଦ
ସଂଗୀତ ନାଟକ ଏକାଡେମି ପୁରସ୍କାର ତାଲିକା ପ୍ରକାଶ ପାଇବା ପରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆଣିଥିଲା ‘ଏବଂ ଆମେ’ ନାଟ୍ୟାନୁଷ୍ଠାନ। ସମ୍ପାଦକ ପ୍ରେମାଞ୍ଜନ ପରିଡ଼ା ନାଟକ କ୍ଷେତ୍ରରେ କିଛି ବ୍ୟକ୍ତିଙ୍କୁ ଏକପାଖିଆ ଭାବେ ବିଚାରକୁ ନେଇ ପୁରସ୍କାର ପ୍ରଦାନ କରାଯିବା ନେଇ ଶ୍ନ ଉଠାଇଥିଲେ। ପରେ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ମଧ୍ୟ ସୁଗମ ସଂଗୀତ ବିଭାଗରେ ହୋଇଥିବା ଚୟନକୁ ନେଇ ପ୍ରଶ୍ନ ଉଠାଇଥିଲେ।

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଆର୍ଥିକ ଅନଗ୍ରସରଙ୍କୁ ୧୦ ହଜାର ଭତ୍ତା
ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଆର୍ଥିକ ଅନଗ୍ରସରଙ୍କୁ ନିର୍ଧାରିତ ମାନଦଣ୍ଡ ଆଧାରରେ ମାସକୁ ୧୦ ହଜାର ଟଙ୍କା ଭତ୍ତା ସ୍ବରୂପ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଆର୍ଥିକ ଦୂରାବସ୍ଥା ଯୋଗୁଁ କିଛି ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରତିଭାମାନଙ୍କ ଦୈନନ୍ଦିନ ଜୀବନ ଦୁର୍ବିସହ ହୋଇପଡ଼ିଥିବା ଖବର ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଶାରେ ଏପର୍ଯ୍ୟନ୍ତ ୮୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ଦେହାନ୍ତ ହୋଇଯାଇଛି।

ପୁରସ୍କୃତ ପ୍ରତିଭା
ସମାଜସେବୀ ଡି ପ୍ରକାଶ ରାଓ, କୋରାପୁଟର କମଳା ପୂଜାରୀ ଓ କେନ୍ଦୁଝରର ଦୈତାରୀ ନାୟକ ଚଳିତ ବର୍ଷର ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟ, ବିଶିଷ୍ଟ ଲେଖକ ତରୁଣକାନ୍ତି ମିଶ୍ର, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ (ଦ୍ବିତୀୟ କ୍ୟାମ୍ପସ୍, କେଉଁଝର)ର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ଶିଶିର ବେହେରାଙ୍କୁ ଯୁବ ପୁରସ୍କାର ଲାଭ କରିଛନ୍ତି। ବିଶିଷ୍ଟ ନାଟ୍ୟକାର ଡ.ବିଜୟ ମିଶ୍ରଙ୍କୁ ରାଜ୍ୟ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି। ଶ୍ୟାମାମଣି ଦେବୀ, ଉପେନ୍ଦ୍ର ପାଣିଗ୍ରାହୀଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଂଜ ସମ୍ମାନ।

publive-image patrika.com

ପଦ୍ମଶ୍ରୀକୁ ନା
ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଥିବା ବେଳେ ସେ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତାଙ୍କ ଏହି ପୁରସ୍କାର ଫେରାଇବା ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇଥିଲା। ଗୀତା କହିଥିଲେ ଯେ ସଂପ୍ରତି ସାଧାରଣ ନିର୍ବାଚନର ସମୟ। ଏହି ସମୟରେ ପୁରସ୍କାର ଗ୍ରହଣ କଲେ ଉଭୟ ସରକାର ଓ ତାଙ୍କ ପାଇଁ ଲଜ୍ଜାଜନକ ହେବ।

ଜାତୀୟ ପୁରସ୍କାର ପାଇଲାନାହିଁ ଓଡ଼ିଆ ଫିଲ୍ମ
ଗତ ୪ ବର୍ଷରେ ୩ଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ପରିଚିତିକୁ ଅନ୍ତତଃ କାୟମ ରଖିଥିଲା। ସବ୍ୟସାଚୀ ମହାପାତ୍ରଙ୍କ ସିନେମା ‘ଆଦିମ ବିଚାର’ ଓ ‘ପାହାଡ଼ର ଲୁହ’ ୨୦୧୪ ଓ ୨୦୧୫ ବର୍ଷ ଲଗାତାର ଜାତୀୟ ପୁରସ୍କାର ହାତେଇଥିଲା। ୨୦୧୭ରେ ଅଜୟ ରାଉତରାୟଙ୍କ ପ୍ରଯୋଜିତ ଓ ସ୍ବର୍ଗତ ସମ୍ବିତ ମହାନ୍ତିଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ହେଲୋ ଆର୍‌ସି’ ଜାତୀୟ ପୁରସ୍କାର ହାତେଇ ପାରିଥିଲା। ମାତ୍ର ଏଥର ଏହି ଧାରାରେ ରୋକ୍ ଲାଗିଛି।

ଆର ପାରିରେ

ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ, ମହମ୍ମଦ ବାଜି, ଦିବାକର ପ୍ରଧାନ, ଅଭିନେତା ରାମଚନ୍ଦ୍ର ପ୍ରତିହାରୀ, କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ, ନିର୍ଦେଶକ ଚକ୍ରଧର ସାହୁ, ଅଭିନେତା ସଲିଲ ମିତ୍ର, ବାଦ୍ୟଶିଳ୍ପୀ ରାଧାକାନ୍ତ ନନ୍ଦ, ନାଟ୍ୟକାର କାର୍ତିକ ରଥ, ପ୍ରଯୋଜକ କେଶବ ଚନ୍ଦ୍ର ରାଉତ, ନାଟ୍ୟ ନିର୍ଦେଶକ ଫକୀର ଚରଣ ପଟ୍ଟନାୟକ, ଲେଖକ ଲକ୍ଷ୍ମୀନାରାୟଣ ରାୟସିଂହ, ଆଶୁତୋଷ ପଟ୍ଟନାୟକ, ରେଖା ମହାନ୍ତି, ସୂର୍ଯ୍ୟମଣି ସାମନ୍ତରାୟ, ପଙ୍କଜିନୀ ଦାଶ, ଲାବଣ୍ୟ ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe