ମୋଟର‌୍‌ ଚାଳିତ ପିକ୍‌ନିକ୍‌ ଟେବଲ୍‌!

ମୋଟର‌୍‌ ଚାଳିତ ପିକ୍‌ନିକ୍‌ ଟେବଲ୍‌!

bbc.com

କେବଳ ଘରୋଇ ଇଲାକାରେ ବ୍ୟବହାର ପାଇଁ ବିକ୍ରି ହେଉଥିଲେ ହେଁ ଅଷ୍ଟ୍ରେଲିଆରେ ରାଜ-ରାସ୍ତାରେ ମୋଟର‌୍‌ ଚାଳିତ ପିକ୍‌ନିକ୍‌ ଟେବଲ୍‌ର ବ୍ୟବହାର ବଢ଼ୁଛି। ଏହି ଟେବଲ୍‌କୁ ଏକ ପ୍ରକାରର ମୋଟର‌୍‌ ଗାଡ଼ି କୁହାଯାଇପାରେ। କାରଣ ଏହା ମୋଟର୍‌ ଓ ଚକ ଦ୍ୱାରା ଚାଳିତ। ଏହାକୁ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ଚଳାଇବା ବିପଜ୍ଜନକ ହୋଇପାରେ। ପର୍ଥ‌୍‌ ମହାନଗରୀରେ ଏ ଭଳି ଯାନରେ ଯୁବକ-ଯୁବତୀମାନେ ନିଶାପାନ କରୁଥିବା ପୁଲିସ୍‌ର ମୁଣ୍ତ ବ୍ୟଥାର କାରଣ ହୋଇଛି।

publive-image mashable.com

ଏଗୁଡ଼ିକ ପ୍ରକୃତ ମୋଟର‌୍‌ ଗାଡ଼ି ହୋଇ ନ ଥିବାରୁ ରାସ୍ତାରେ ଚଳାଚଳ ପାଇଁ ଅନୁମତି ଦେବା ଅନୁଚିତ। ପୁଣି, ଏଗୁଡ଼ିକ ରାସ୍ତାରେ ବ୍ୟବହାରଯୋଗ୍ୟ ନୁହେଁ। ଏଭଳି ଟେବଲ୍‌ରେ ବସି ରାସ୍ତାରେ ସୁରାପାନ ରୋକିବା ପାଇଁ ‌ଆଇନରେ ବ୍ୟବସ୍ଥା ନାହିଁ। ତେଣୁ, ଏହାକୁ ନିଷିଦ୍ଧ କରିବା ପାଇଁ ଅଷ୍ଟ୍ରେଲିଆର ପୁଲିସ୍‌ ପ୍ରଶାସନ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe