କାନାଡ଼ାର ଜଣେ ଅଳଙ୍କାର ନିର୍ମାତା ପୃଥିବୀର ପ୍ରଥମ ଓ ଏକମାତ୍ର କଳାକାର ଭାବେ ମୂଷା ଓ ବିଲେଇଙ୍କ ଲାଗି ଶତାଧିକ ସୁରକ୍ଷା କବଚ ନିର୍ମାଣ କରିସାରିଲେଣି। କାଲଗାରି ସହରର ମୂର୍ତ୍ତିକାର ଜେଫ୍ ଡି ବୋର୍ଙ୍କ ମଧ୍ୟଯୁଗୀୟ ଯୁଦ୍ଧାସ୍ତ୍ର ପ୍ରତି ଅହେତୁକ ଆକର୍ଷଣ ରହିଛି। ଏକଦା ସେ ନିଜ ଅଳଙ୍କାର ନିର୍ମାଣର କଳାକୁ ନିଆରା ଢଙ୍ଗରେ ପ୍ରୟୋଗ କରିବା କଥା ଚିନ୍ତା କଲେ। ମୂଷା ଲାଗି ସାଞ୍ଜୁ ପ୍ରସ୍ତୁତିରୁ ଜେଫ୍ଙ୍କର ଏହି ଅଭିଯାନ ଆରମ୍ଭ ହେଲା। ଏହା ପରେ ମୂଷାର ଶତ୍ରୁ ଭାବେ ବିଲେଇ ପାଇଁ ମଧ୍ୟ ସେ ଯୁଦ୍ଧ କବଚ ଡିଜାଇନ୍ କଲେ। ଏ ଭିତରେ ସେ ମୂଷା ଓ ବିଲେଇଙ୍କ ଲାଗି ୫୦୦ରୁ ଅଧିକ ସୁନ୍ଦର କବଚ ପ୍ରସ୍ତୁତ କରିସାରିଛନ୍ତି। ପ୍ରତିଟି କବଚରେ ୩୦୦ରୁ ୫୦୦ଟି ଛୋଟ ଛୋଟ ଧାତବ ଅଂଶକୁ ନେଇ ତିଆରି। କିନ୍ତୁ ଏଗୁଡ଼ିକ ମୂଷା ବା ବିଲେଇଙ୍କୁ ପିନ୍ଧାଇବା ଲାଗି ଉଦ୍ଦିଷ୍ଟ ନୁହେଁ। ଏଗୁଡ଼ିକୁ କେବଳ ସୂକ୍ଷ୍ମ କଳା ପ୍ରଦର୍ଶନର ମାଧ୍ୟମ ଭାବେ ଜେଫ୍ ଉପସ୍ଥାପିତ କରନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us