ଚଳନ୍ତିକା: ଦିନକୁ ଛୋଟ କରୁଛି ଜଳବାୟୁ ପରିବର୍ତ୍ତନ!

Advertisment

ଚାରିଆଡ଼େ ଏବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ସେ ଋତୁଚକ୍ର ହେଉ ଅବା ଫସଲ ଉତ୍ପାଦନ, ଜୀବଜନ୍ତୁଙ୍କ ବଂଶଲୋପ ହେଉ ବା ନଦୀର ଗତିପଥ ପରିବର୍ତ୍ତନ; ପ୍ରତିଟି ବ୍ୟତିକ୍ରମ ପଛରେ ରହିଛି ଏହି ‘ଜଳବାୟୁ ପରିବର୍ତ୍ତନ’।

ଚାରିଆଡ଼େ ଏବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ସେ ଋତୁଚକ୍ର ହେଉ ଅବା ଫସଲ ଉତ୍ପାଦନ, ଜୀବଜନ୍ତୁଙ୍କ ବଂଶଲୋପ ହେଉ ବା ନଦୀର ଗତିପଥ ପରିବର୍ତ୍ତନ; ପ୍ରତିଟି ବ୍ୟତିକ୍ରମ ପଛରେ ରହିଛି ଏହି ‘ଜଳବାୟୁ ପରିବର୍ତ୍ତନ’।

gjdjdjgjdjgddjg

ଚାରିଆଡ଼େ ଏବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ସେ ଋତୁଚକ୍ର ହେଉ ଅବା ଫସଲ ଉତ୍ପାଦନ, ଜୀବଜନ୍ତୁଙ୍କ ବଂଶଲୋପ ହେଉ ବା ନଦୀର ଗତିପଥ ପରିବର୍ତ୍ତନ; ପ୍ରତିଟି ବ୍ୟତିକ୍ରମ ପଛରେ ରହିଛି ଏହି ‘ଜଳବାୟୁ ପରିବର୍ତ୍ତନ’। ହେ‌େଲ ଆପଣ ଜାଣନ୍ତି କି, ଏହି ଜଳବାୟୁ ପରିବର୍ତ୍ତନ କେବଳ ପୃଥିବୀର ଜୀବସତ୍ତା ଉପରେ ନୁହେଁ, ପୃଥିବୀ ଉପରେ ମଧ୍ୟ ପ୍ରଭାବ ପକାଉଛି! ଏହାଫଳରେ ପୃଥିବୀର ଆବର୍ତ୍ତନ ଗତି ଦ୍ରୁତ ହେବା ସହ ଦିନ ଛୋଟ ହେବାରେ ଲାଗିଛି ବୋଲି ବୈଜ୍ଞାନିକମାନେ ମତ ଦେଲେଣି। 

ତଥ୍ୟ ମୁତାବକ, ୨୯ ଜୁନ୍‌ ୨୦୨୨କୁ ପୃଥିବୀ ଇତିହାସର ଆଜି ପର୍ଯ୍ୟନ୍ତର ସବୁଠାରୁ ଛୋଟ ଦିନ ଭାବେ ଗଣାଯାଏ। ଏହିଦିନ ପୃଥିବୀ ନିଜ କକ୍ଷପଥ ପରିକ୍ରମା ସବୁଠାରୁ କମ୍‌ ସମୟରେ ଶେଷ କରିଥିଲା ବୋଲି ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି। ସାଧାରଣତଃ ପୃଥିବୀ ଥରେ ନିଜ କକ୍ଷପଥ‌େର ପରିକ୍ରମା କରିବାକୁ ୨୪ ଘଣ୍ଟା ସମୟ ନେଇଥାଏ। କିନ୍ତୁ ୨୦୨୨ ମସିହା ଜୁନ୍‌ ୨୯ରେ ଏହି ଏହି ପରିକ୍ରମା ସମୟ ୨୪ ଘଣ୍ଟାରୁ ୧.୫୯ ମିଲିସେକେଣ୍ଡ୍ କମ୍‌ ରହିଥିଲା। ତେବେ ଏହା ବହୁତ କମ୍‌ ଅବଧି ହୋଇଥିବାରୁ ଏହାକୁ ସାଧାରଣତଃ କେହି ଅନୁଭବ କରିପାରି ନଥିଲେ। ଯଦିଓ ଏହା ମାନବ ସ୍କେଲ୍‌ରେ ଜଣାପଡ଼େନି, ତେବେ ଏହା କମ୍ପ୍ୟୁଟର୍‌ ସିଷ୍ଟମ୍‌ ଉପରେ ପ୍ରଭାବ ପକାଇପାରେ, ଯାହାକି ଆର୍ଥିକ କାରବାର, ଜିପିଏସ୍  ନାଭିଗେସନ୍ ଓ ପାୱାର୍ ଗ୍ରିଡ୍‌କୁ ନିୟନ୍ତ୍ରଣ କରିଥାଏ। 

ବିଭିନ୍ନ ବୈଚିତ୍ର୍ୟ କାରଣରୁ ପୃଥିବୀର ପରିକ୍ରମା ବେଗ ବଢ଼ିବା ଓ କମିବା ଅତି ସାଧାରଣ କଥା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବୈଜ୍ଞାନିକମାନେ ଅନୁଧ୍ୟାନ କରୁଛନ୍ତି ଯେ ଗତ କିଛିବର୍ଷ ହେଲା ପୃଥିବୀର ଘୂର୍ଣ୍ଣନ ଦିନକୁ ଦିନ ଦ୍ରୁତ ହେବାରେ ଲାଗିଛି। ତେବେ ଏହାର କାରଣ ଏଯାଏ ଅସ୍ପଷ୍ଟ ରହିଥିବା ବେଳେ ପୃଥିବୀର ଉଭୟ ମେରୁରେ ବରଫ ଆଚ୍ଛାଦନ ଓ ଶକ୍ତିଶାଳୀ ବାୟୁପ୍ରବାହ ଏଥିପାଇଁ ଦାୟୀ ହୋଇପାରେ। ତେବେ ‘ଜଳବାୟୁ ପରି‌ବର୍ତ୍ତନ’ ବି ଏହାର ମୁଖ୍ୟ କାରଣ ବୋଲି ବୈଜ୍ଞାନିକମାନେ ଏବେ ମତ ଦେଲେଣି। 

ପୃଥିବୀପୃଷ୍ଠର ଉତ୍ତର ଓ ଦକ୍ଷିଣ ମେରୁରେ ଅତ୍ୟଧିକ ଥଣ୍ଡା ଯୋଗୁଁ ପ୍ରଚୁର ପରିମାଣରେ ବରଫ ଗଚ୍ଛିତ ଅଛି। ବିଶ୍ବ ତାପମାନ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉଭୟ ମେରୁରୁ ବରଫ ତରଳି ଭୂମଧ୍ୟ ସାଗରରେ ମିଶୁଛି। ଫଳରେ ଉଭୟ ମେରୁର ଓଜନ କମିବାରେ ଲାଗିଛି ଏବଂ ପୃଥିବୀର ମଧ୍ୟ ଭାଗକୁ ଏହି ଓଜନ ସ୍ଥାନାନ୍ତର ହେବାରେ ଲାଗିଛି। ପଦାର୍ଥ ବିଜ୍ଞାନର ନିୟମ କହୁଛି, କେନ୍ଦ୍ର ଭାଗରେ ଓଜନ ଅଧିକ ରହିଲେ, ଘୂରୁଥିବା ବସ୍ତୁର ଗତି ଦ୍ରୁତ ହୋଇଥାଏ। ଏହି ନିୟମ ଅନୁସାରେ ଭୂମଧ୍ୟ ସାଗରରେ ଜଳସ୍ତର ବୃଦ୍ଧି ଯୋଗୁଁ ପୃଥିବୀ ମଧ୍ୟ ଦ୍ରୁତ ଗତିରେ ଘୂରିବାରେ ଲାଗିଛି। ଯଦି ଆଗକୁ ପୃଥିବୀର ଆବର୍ତ୍ତନ ଗତି ଏହିଭଳି ଭାବେ ବଢ଼ିବ‌ାରେ ଲାଗେ ତେବେ ବୈଜ୍ଞାନିକମାନଙ୍କୁ ସମୟରେ ଏକ ‘ବିଯୁକ୍ତ ଲିପ୍‌ ସେକେଣ୍ଡ୍‌’ ଯୋଡ଼ିବାକୁ ପଡ଼ିବ। ଯେଉଁଭଳି ଭାବେ ପ୍ରତି ୪ ବର୍ଷରେ ଥରେ ଆମର ଏକ ‘ଲିପ୍‌ ଦିବସ’ ଆ‌ସୁଛି ସେହିଭଳି ଭାବେ କିଛି ଦିନ ବ୍ୟବଧାନରେ ଏକ ‘ବିଯୁକ୍ତ ଲିପ୍‌ ସେକେଣ୍ଡ୍‌’ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe