Advertisment

Movement of tectonic plates: ଟେକ୍ଟୋନିକ୍ ପ୍ଲେଟ୍‌ର ଚଳନ: ଖଣ୍ଡ ଖଣ୍ଡ ହୋଇଯିବ ଆଫ୍ରିକା!

Advertisment

ଟେକ୍ଟୋନିକ୍ ପ୍ଲେଟ୍ ହେଉଛି ସେହି ଶକ୍ତିଶାଳୀ ବିଶାଳ ଶିଳାସ୍ତର, ଯାହା ଉପରେ ପୃଥିବୀ ପୃଷ୍ଠ ତିଷ୍ଠିରହିଛି। ଏହି ପ୍ଳେଟ୍‌ଗୁଡ଼ିକର ଅବସ୍ଥାନରେ ସାମାନ୍ୟ ପରିବର୍ତ୍ତନ ବି ପୃଥିବୀ ପୃଷ୍ଠରେ  ପ୍ରତିଫଳିତ ହୋଇଥାଏ।

ଟେକ୍ଟୋନିକ୍ ପ୍ଲେଟ୍ ହେଉଛି ସେହି ଶକ୍ତିଶାଳୀ ବିଶାଳ ଶିଳାସ୍ତର, ଯାହା ଉପରେ ପୃଥିବୀ ପୃଷ୍ଠ ତିଷ୍ଠିରହିଛି। ଏହି ପ୍ଳେଟ୍‌ଗୁଡ଼ିକର ଅବସ୍ଥାନରେ ସାମାନ୍ୟ ପରିବର୍ତ୍ତନ ବି ପୃଥିବୀ ପୃଷ୍ଠରେ  ପ୍ରତିଫଳିତ ହୋଇଥାଏ।

Untitled-3

movement of tectonic plates africa will be torn apart

ଟେକ୍ଟୋନିକ୍ ପ୍ଲେଟ୍ ହେଉଛି ସେହି ଶକ୍ତିଶାଳୀ ବିଶାଳ ଶିଳାସ୍ତର, ଯାହା ଉପରେ ପୃଥିବୀ ପୃଷ୍ଠ ତିଷ୍ଠିରହିଛି। ଏହି ପ୍ଳେଟ୍‌ଗୁଡ଼ିକର ଅବସ୍ଥାନରେ ସାମାନ୍ୟ ପରିବର୍ତ୍ତନ ବି ପୃଥିବୀ ପୃଷ୍ଠରେ  ପ୍ରତିଫଳିତ ହୋଇଥାଏ। ଭୂକମ୍ପ, ସୁନାମୀ, ଭୂସ୍ଖଳନ, ଆଗ୍ନେୟଗିରି ଉଦ୍‌ଗୀରଣ ଏବଂ ଭୂରୂପରେ ପରିବର୍ତ୍ତନ ଭଳି ପ୍ରକ୍ରିୟା ଟେକ୍ଟୋନିକ୍‌ ପ୍ଲେଟ୍‌ର ଚଳନ ଯୋଗୁଁ ହୋଇଥାଏ। ସମ୍ପ୍ରତି ଟେକ୍ଟୋନିକ୍ ପ୍ଲେଟ୍‌ଗୁଡ଼ିକର ଚଳନ ହେତୁ ଆଫ୍ରିକା ମହାଦେଶ ଖଣ୍ଡ ଖଣ୍ଡ ହେବାକୁ ବସିଛି। ଏହି ପରିବର୍ତ୍ତନ ବିଶ୍ୱକୁ ସମ୍ପୂର୍ଣ୍ଣ ଭାବରେ ପୁନରାକୃତି ଦେବାର ଆଶଙ୍କା ସୃଷ୍ଟି ହୋଇଛି । 

ଟେକ୍ଟୋନିକ୍ ପ୍ଲେଟ୍ କିପରି ସୃଷ୍ଟି ହୋଇଥିଲା ତାହା ବୁଝିବା ଲାଗି ପ୍ରଥମେ ତାହା କେବେ ସୃଷ୍ଟି ହୋଇଥିଲା ସେକଥା ଜାଣିବା ଆବଶ୍ୟକ। ଏହି ପ୍ଲେଟ୍‌ଗୁଡ଼ିକ ୪୦୦ କୋଟି ବର୍ଷ ତଳୁ ସକ୍ରିୟ ଥିଲା ବୋଲି କିଛି ବୈଜ୍ଞାନିକ ଦାବି କରୁଥିବା ବେଳେ କିଛି ଭୂବିଜ୍ଞାନୀ ସେଗୁଡ଼ିକ ୧୦୦ କୋଟି ବର୍ଷ ପୁରୁଣା ବୋଲି କହୁଛନ୍ତି। ୨୦୧୦ ମସିହାରେ ଗ୍ରିନ୍‌ଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ହୋଇଥିବା ଅଧ୍ୟୟନରୁ ପ୍ରାୟ ୩୨୦ କୋଟି ବର୍ଷ ପୂର୍ବେ ପୃଥିବୀ ଆଭ୍ୟନ୍ତରୀଣ ଶିଳାସ୍ତର ଗତିଶୀଳ ହେବାର ପ୍ରମାଣ ମିଳିଛି। ଅର୍ଥାତ୍‌ ପୃଥିବୀ ୧୦୦ କୋଟି ବର୍ଷରୁ ଅଧିକ ପୁରୁଣା ହେବା ପର୍ଯ୍ୟନ୍ତ ଟେକ୍ଟୋନିକ୍ ପ୍ଲେଟ୍ ଗଠନ ହୋଇ ନଥିଲା। ଅନ୍ୟ ଏକ ତତ୍ତ୍ୱ ଅନୁଯାୟୀ, ପୃଥିବୀର ଅସ୍ତିତ୍ୱର ପ୍ରଥମ ୧୦୦ କୋଟି ବର୍ଷ ପର୍ଯ୍ୟନ୍ତ ପୃଥିବୀ ଥଣ୍ଡା ହେବା ସହିତ ଏହାର ଆଭ୍ୟନ୍ତରୀଣ ଶିଳା(ଭୂତ୍ୱକ୍) ମଧ୍ୟ ଗଠନ ହେଉଥିଲା। ପରେ ତାହାର କେନ୍ଦ୍ର ଥଣ୍ଡା ହେବାକୁ ଲାଗିଲା ଏବଂ ଭୂତ୍ୱକ୍ କଠିନ ହୋଇଗଲା। କିଛି ଗବେଷକଙ୍କ ଯୁକ୍ତି ହେଲା, ନୂତନ କଠିନ ହୋଇଥିବା ଭୂତ୍ୱକ୍ ମଧ୍ୟରେ ଘନତା ପାର୍ଥକ୍ୟ ଯୋଗୁଁ ସେଠାରେ ଏପରି ଟେକ୍ଟୋନିକ୍‌ ପ୍ଲେଟ୍ ଗଠିତ ହେବା ସହ ପରେ ଖଣ୍ଡ ଖଣ୍ଡ ହୋଇଥିଲା।

ଅନେକ ମଧ୍ୟ ଯୁକ୍ତି ବାଢ଼ନ୍ତି ଯେ ପୃଥିବୀର ଲିଥୋସ୍ଫିୟର ଥଣ୍ଡା ହେବା ସହ ବିଶାଳ କଠିନ ଅଂଶରେ ପରିଣତ ହେବା ଦ୍ବାରା ଟେକ୍ଟୋନିକ୍ ପ୍ଲେଟ୍ ସୃଷ୍ଟି ହୋଇଥିଲା। ଏହି ପ୍ରକ୍ରିୟା ତଳେ ଥିବା ଅର୍ଦ୍ଧ-ତରଳିତ ଆସ୍ଥେନୋସ୍ଫିୟରରେ ପରିଚଳନ ସ୍ରୋତ ଦ୍ୱାରା ପରିଚାଳିତ ହୁଏ, ଯେଉଁଠି ଗରମ ମାଗ୍‌ମା ଉପରକୁ ଉଠିଥାଏ, ଶୀତଳ ହୋଇଥାଏ ଏବଂ ଘନୀଭୂତ ହୋଇ ନୂତନ ଭୂତ୍ବକ୍‌ ସୃଷ୍ଟି କରିଥାଏ। ଭିନ୍ନ ସୀମାରେ ନୂତନ ଭୂତ୍ବକ୍‌ ଗଠନ ଏବଂ ଅଭିସରଣ ସୀମାରେ ପୁରୁଣା ଭୂତ୍ବକ୍‌ ପୁନଃଚକ୍ରିତ ହେବାର ନିରନ୍ତର ପ୍ରକ୍ରିୟା ପୃଥିବୀର ମୋଟ ପୃଷ୍ଠ କ୍ଷେତ୍ରରେ ଏକ ସନ୍ତୁଳନ ବଜାୟ ରଖି ଏକ “ଟେକ୍ଟୋନିକ୍ କନଭେୟର ବେଲ୍ଟ” ସୃଷ୍ଟି କରେ। ତେବେ ଭୂତ୍ୱକ୍ କଠିନ ହେବା ସହିତ ଏହାର କିଛି ଅଂଶ ଅପେକ୍ଷାକୃତ ଶୀଘ୍ର ଥଣ୍ଡା ହୋଇ ତଳକୁ ଟାଣି ହୋଇଗଲା ଏବଂ ଉତ୍ତପ୍ତ ଅଂଶ ଉପରକୁ ଉଠିଲା। ଏହି ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ଜାରି ରହିଛି ଏବଂ ଏଥି ଯୋଗୁଁ ଉତ୍ତର ଆମେରିକା ଧୀରେ ଧୀରେ ଦବି ଯାଉଛି। ତେବେ ଆମେରିକୀୟ ଏବଂ ଚୀନ୍ ବୈଜ୍ଞାନିକମାନଙ୍କ ସର୍ବାଦୌ ଗୃହୀତ ସଦ୍ୟତମ ତତ୍ତ୍ବ ହେଲା, ପୃଥିବୀର ଭୂତ୍ୱକ୍ ମୂଳତଃ ଗୋଟିଏ ଖଣ୍ଡରେ ଥଣ୍ଡା ହୋଇଥିଲା ଏବଂ ଏହି ପ୍ରକ୍ରିୟାରେ କେନ୍ଦ୍ରରୁ ବିକିରିତ ତାପ ଫସି ରହିଥିଲା। ଏହି ଉତ୍ତାପ ଶେଷରେ ଏତେ ବୃଦ୍ଧି ପାଇଲା ଯେ ପୃଥିବୀ ବିସ୍ତାର ହେବା ଆରମ୍ଭ କରି ପୃଷ୍ଠକୁ ଭାଙ୍ଗି ଦେଲା। ସୁତରାଂ ପୃଥିବୀର ବାହ୍ୟ ଆବରଣ ଏପରି ବିଭିନ୍ନ ପ୍ଲେଟ୍‌ରେ ବିଭକ୍ତ, ଯାହା ମୂଳତଃ ସର୍ବଦା ଗତିଶୀଳ ଏବଂ ସ୍ଥାନାନ୍ତରିତ ହୁଏ, କାରଣ ଏହା ତଳେ ଏକ ନରମ ଆସ୍ଥେନୋସ୍ଫିୟର ରହିଛି।

ଆଫ୍ରିକା ଯେଉଁ ପ୍ଲେଟ୍‌ଗୁଡ଼ିକ ଉପରେ ଅବସ୍ଥିତ, ସେଗୁଡ଼ିକ ସବୁ ଗତିଶୀଳ ଏବଂ ଏହା ପୃଷ୍ଠ ଦେଶରେ କିଛି ଗୁରୁତର ଭୌଗୋଳିକ ପରିବର୍ତ୍ତନ ଘଟାଉଛନ୍ତି। ମହାଦେଶ ତଳେ ତିନିଟି ପ୍ଲେଟ ପରସ୍ପରଠାରୁ ଦୂରେଇ ଯାଉଛନ୍ତି, ଫଳରେ ସଂପୃକ୍ତ ଭୂମି ବିଭାଜିତ ହୋଇ ଶେଷରେ ଏକ ନୂତନ ମହାସାଗର ଗଠନର ଅୟମାରମ୍ଭକୁ ସୂଚିତ କରୁଛି। ଗବେଷକମାନେ ପ୍ରମାଣ ପାଇଛନ୍ତି ଯେ ଆଫ୍ରିକା ଲକ୍ଷ ଲକ୍ଷ ବର୍ଷ ଧରି ଏକ ନିରନ୍ତର ପ୍ରକ୍ରିୟାରେ ଭାଙ୍ଗି ଯାଉଛି। କିନ୍ତୁ ପୃଥିବୀ ପୃଷ୍ଠ ତଳେ ଘଟୁଥିବା ଗତିବିଧି ଏବଂ ପରିବର୍ତ୍ତନଗୁଡ଼ିକ ସର୍ବଦା ଉପରେ ଦୃଶ୍ୟମାନ ହେଉ ନଥିବା ବେଳେ ଆଫ୍ରିକା କ୍ଷେତ୍ରରେ ପୂର୍ବରୁ ହିଁ ବଡ଼ ପରିବର୍ତ୍ତନ ଘଟୁଛି। ଏ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ପାଞ୍ଚଟି ବୃହତ୍ ଭୂମିକମ୍ପ ସକ୍ରିୟ ଅଞ୍ଚଳରେ ପ୍ଲେଟ୍ ପରିବର୍ତ୍ତନ ଯୋଗୁଁ ଘଟିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe