ଆଇଏଏସ୍‌ ସ୍ବାମୀଙ୍କ ବିରୋଧରେ ‌‌ଯୌତୁକ ନିର୍ଯାତନା ଆଣିଲେ ଆଇଆର୍‌ଏସ୍‌

Advertisment
ଆଇଏଏସ୍‌ ସ୍ବାମୀଙ୍କ ବିରୋଧରେ ‌‌ଯୌତୁକ ନିର୍ଯାତନା ଆଣିଲେ ଆଇଆର୍‌ଏସ୍‌

www.aajtak.in

‌ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭ‌ୋପାଳରେ ଆଇଏଏସ୍‌ ଅଧିକାରୀ ମୋହିତ ବୁନ୍ଦସଙ୍କ ନାମରେ ପତ୍ନୀଙ୍କୁ ଯୌତୁକଜନୀତ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆଇଏଏସ୍‌ ମୋହିତଙ୍କ ପତ୍ନୀ ଜଣେ ଆଇଆର୍‌ଏସ୍‌ ଅଧିକାରୀ। ମୋହିତ ଯୌତୁକ ଦାବି କରି ତାଙ୍କ ପତ୍ନୀଙ୍କୁ ମାରପିଟ କରିଛନ୍ତି। ଏହି ମାମଲାରେ ମୋହିତଙ୍କ ମାଆ ଓ ଭଉଣୀ ମଧ୍ୟ ସାମିଲ୍‌ ଅଛନ୍ତି ବୋଲି ଅଭିଯୋଗ ହୋଇଛି।

ଆସିଷ୍ଟାଣ୍ଟ୍‌ ପୁଲିସ୍‌ କମିସନର୍‌ ନିଦ୍ଧି ସକ୍ସେନାଙ୍କ କହିବା ମୁତ‌ାବକ, ୩୮ ବର୍ଷୀୟ ମୋହିତ ଶୋଭନାଙ୍କୁ ଯୌତୁକ ପାଇଁ ମାରପିଟା କରିବା ପରେ ମଙ୍ଗଳବାର ଶୋଭନା ମୋହିତଙ୍କ ନାମରେ ଥାନାରେ ଏକ ଅଭିଯୋଗ ଆଣିଛନ୍ତି।

ମାମଲା ରୁଜୁ ହେବା ପରେ ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି। ମାତ୍ର ଏବେ ସୁଦ୍ଧା କାହାକୁ ବି ଗିରଫ କରାଯାଇ ନାହିଁ। ମହିଳା ଥାନା ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ ପ୍ରାଥମିକ ତଦନ୍ତ କରାଯାଇ ପରେ ଅଭି‌ଯୁକ୍ତଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଛି।

publive-image www.aajtak.in

ଆଇଆର୍‌ଏସ୍‌ ଅଧିକାରୀ ଶୋଭନା ତା‌ଙ୍କ ଅଭିଯୋଗରେ କହିଛନ୍ତି ଯେ ମଙ୍ଗଳବାର ସେ ଅଫିସ୍‌ରେ ଥିବା ବେଳେ ହଠାତ ତାଙ୍କ ସ୍ବାମୀ ଅଫିସ୍‌ ଭିତରକୁ ପଶିଯାଇ ତାଙ୍କୁ ଗାଳିଗୁଲଜ କରିିଥିଲେ। କଥା ଏତେ ବଢ଼ି ଯାଇଥିଲା ଯେ ତାଙ୍କ ସ୍ବାମୀ ସେଠାରେ ତାଙ୍କ ଉପରେ ହାତ ବି ଉଠାଇଥିଲେ।

୨୦୧୨ ମସିହାରେ ଦୁହିଁଙ୍କ ବିବାହ ହୋଇଥିଲା। ତାଙ୍କର ଏକ ପୁଅ ବି ଅଛି। ଶୋଭନାଙ୍କ କହିବା କଥା ହେଲା ବିବାହ ପରେ ତ‌ାଙ୍କ ଶାଶୁ ଓ ତାଙ୍କର ୨ ନଣନ୍ଦ ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe