ନିଆରା ଅନ୍ଦାଜରେ ସଚେତନତା ବାର୍ତ୍ତା ଦେଲେ ସାଂସଦ ପ୍ରମିଳା ବିଶୋଇ : ଆସ ଘରେ ରହି ତାକୁ ରୋକିବା, ଓଡ଼ିଶାରୁ ଦେବା ତଡ଼ି...

ଧୋଇଗଲା ସଂସଦ ବଜେଟ୍‌ ଅଧିବେଶନର ପ୍ରଥମ ସପ୍ତାହ: ନିରାଶ ବ୍ୟକ୍ତ କଲେ ପ୍ରମିଳା

Republic India

ଭୁବନେଶ୍ବର: କରୋନାଭାଇରସ୍ ବିରୋଧୀ ଲଢ଼େଇରେ ପଛରେ ପଡ଼ି ନାହାନ୍ତି  ଆସ୍କା ସାଂସଦ ପ୍ରମିଲା ବିଶୋଇ। ସେ ମଧ୍ୟ ଏହି  ଯୁଦ୍ଧରେ ଯୋଗ ଦେଇଛନ୍ତି। ଲୋକଙ୍କ ଭିତରେ କରୋନାଭାଇରସ୍ ମୁକାବିଲା ଲାଗି ସଚେତନତା ବାର୍ତ୍ତା ପହଞ୍ଚାଉଛନ୍ତି। ସାଂସଦ ପାରମ୍ପରିକ ଲୋକ ଗୀତ ଶୈଳୀରେ ଗୀତ ଗାଇ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହି ଗୀତରେ ସେ ଲୋକଙ୍କୁ ଘରେ ରହି ମହାମାରୀ ଭୂତାଣୁ ଠାରୁ ଦୂରେଇ ରଖିବାକୁ ଅନୁରୋଧ କରୁଛନ୍ତି। ପୁଣି ଏହାକୁ ଓଡ଼ିଶାରୁ ତଡ଼ିବାକୁ ଆହ୍ବାନ କରିଛନ୍ତି।

କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମାନି ସାମାଜିକ ଦୂରତ୍ବ ବଜାୟ ରଖିବାକୁ ମଧ୍ୟ କହୁଛନ୍ତି ପ୍ରମିଳା । ସବୁନରେ ହାତ ଧୋଇବା କଥା କହିବାକୁ ବି ଭୁଲି ନାହାନ୍ତି ସେ। ତାଙ୍କ ଗୀତର ପ୍ରଥମ ଧାଡ଼ି ଏଭଳି ରହିଛି- ‘ବାହାର ଦେଶରୁ ଆସି କରୋନା, ବିଶ୍ବକୁ ଗଲାଣି ଗ୍ରାସି, ଆସ ଘରେ ରହି ତାକୁ ରୋକିବା, ଓଡ଼ିଶାରୁ ଦେବା ତଡ଼ି।’

ଏହି ଗୀତରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି କରୋନାକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି, ତାହାର ମଧ୍ୟ ସୂଚନା ଦେବାକୁ ଭୁଲି ନାହାନ୍ତି। ଘରେ ରହିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ପ୍ରମିଳାଙ୍କ ଏହି ଗୀତକୁ ବିଜୁ ଜନତା ଦଳର ଟ୍ବିଟର ହାଣ୍ଡେଲରେ ଟୁଇଟ୍ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe