ଗରମରୁ ରକ୍ଷା ଓ ତେଲ ଖର୍ଚ୍ଚରୁ ବଞ୍ଚିବା ପାଇଁ ହୋମିଓପ୍ୟାଥିକ ଡାକ୍ତରଙ୍କ ଦେଶୀ ଜୁଗାଡ଼

ଗରମରୁ ରକ୍ଷା ଓ ତେଲ ଖର୍ଚ୍ଚରୁ ବଞ୍ଚିବା ପାଇଁ ହୋମିଓପ୍ୟାଥିକ ଡାକ୍ତରଙ୍କ ଦେଶୀ ଜୁଗାଡ଼

ମଧ୍ୟପ୍ରଦେଶ : ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଦରକାର ନଥିଲେ ଘରୁ ବାହାରକୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ଆଲର୍ଟ କରି ଦିଆଯାଉଛି। ଏହି କ୍ରମରେ ଗରମରୁ ରକ୍ଷା ପାଇବା ପାଇଁ ସୋସିଆଲ ମିଡିଆରେ ଲୋକଙ୍କ ଦେଶୀ ଜୁଗାଡ଼ ଦେଖିବାକୁ ମିଳୁଛି।

ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଜଣେ ହୋମିଓପ୍ୟାଥିକ ଡାକ୍ତରଙ୍କ ଅଲ୍ଟୋ ୮୦୦ କାରର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ‌ଲୋକେ ବି ଏହି କାରକୁ ଦେଖିବାକୁ ବେଶ ପସନ୍ଦ ବି କରୁଛନ୍ତି। କାରଣ ହୋମିଓପ୍ୟାଥିକ ଡାକ୍ତର ଖରାରୁ ବର୍ତ୍ତିବା ପାଇଁ ତାଙ୍କ କାର ଉପରେ ଗୋବର ଲିପି ଦେଇଛନ୍ତି ।

ଏହି ଘଟଣାକୁ ନେଇ ସାଗର ଜିଲ୍ଲାର ଜାରୁଖେଡାସ୍ଥିତ ଆରୋଗ୍ୟ ସେତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ଡାକ୍ତର.ଏସ୍ ସୁଶୀଲ କହିଛନ୍ତି, ‘ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। କହିବାକୁ ଗଲେ ୪୫ଡିଗ୍ରି ଛୁଇଁଲାଣି। ଗାଡ଼ିରେ ବସିବା ମାତ୍ରେ ଏସିର ଆବଶ୍ୟକତା ପଡ଼ୁଛି। ନଚେତ ଏତେ ଗରମରେ ବସି ହେଉନାହିଁ। ଏସି ଲଗାଇ ଗାଡ଼ି ଚଲାଇଲେ ଅଧିକ ତେଲ ବି ଖର୍ଚ୍ଚ ହେଉଛି। ତେଣୁ ମୁଁ ଗାଡ଼ି ଉପରେ ଗୋବର ଲିପିବାର ଦେଶୀ ଜଗୁାଡ଼ର ଚିନ୍ତା କରିଥିଲି। ଆଉ ଏହା ବହୁତ ସହଜ ବି।

ପ୍ରଥମେ ଗାଈ ଗୋବର ଏବଂ ପାଣିକୁ ଭଲକି ମିଶ୍ରଣ କରିବେ। ଏହା ପରେ ହାତ କିମ୍ବା ବ୍ରସ ଦ୍ବାର କାରରେ ଉକ୍ତ ଲେପକୁ ଲଗାଇବେ। ଯଦି ପାଣିରେ କାର୍ ଟିକୁ ଧୁଆ ନଯାଏ, ତେବେ ଏହା ଶୁଖିବା ପରେ ପାଖାପାଖି ଦୁଇମାସ ପର୍ଯ୍ୟନ୍ତ ରହିବ। ଯଦି ଏହା ଖସିଯାଏ, ଏହାକୁ ପୁଣି ଥରେ ପ୍ରୟୋଗ କରାଯାଇପାରିବ। ଏହି ଲେପ ଦେଲା ଦିନ ଠାରୁ କାର ଭିତର ଥଣ୍ଡା ରହୁଛି। ଆରମରେ ବସି  ଯାତ୍ରା କରି ‌ଦେଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe