ସାହେବ ! ପୁଅ ପିଟୁଛି... ବୃଦ୍ଧଙ୍କ ସମସ୍ୟା ଜାଣି ତୁରନ୍ତ ଏଭଳି କାମ କଲେ ଡିଏସପି ସନ୍ତୋଷ

ସାହେବ ! ପୁଅ ପିଟୁଛି... ବୃଦ୍ଧଙ୍କ ସମସ୍ୟା ଜାଣି ତୁରନ୍ତ ଏଭଳି କାମ କଲେ ଡିଏସପି ସନ୍ତୋଷ

ନୂଆଦିଲ୍ଲୀ: ପିଲାମାନଙ୍କ ସ୍ବପ୍ନ ପୂରଣ କରିବା ପାଇଁ ସବୁ ମାତାପିତା ନିଜ ସ୍ବପ୍ନକୁ ଭୁଲିଯାଆନ୍ତି। ପିଲାମାନଙ୍କ ପାଇଁ ମାତାପିତାଙ୍କୁ ଅନେକ ତ୍ୟାଗ କରିବାକୁ ପଡେ। ହେଲେ ଯେତେବେଳେ ପିଲାମାନଙ୍କ ପାଳି ଆସେ, ଅନେକ କ୍ଷେତ୍ରରେ ପିଲାମାନେ ମୁହଁମୋଡି ଚାଲିଯାଆନ୍ତି। ଏବେ ସେଭଳି ଅନେକ ଘଟଣା ଘଟୁଛି, ଯେଉଁଠି ବୃଦ୍ଧ ମାତାପିତାଙ୍କ ଦାୟିତ୍ବ ନେଇନପାରି ସେମାନଙ୍କୁ ବୃଦ୍ଧାଶ୍ରମରେ ସେମାନଙ୍କ ପିଲାମ‌ାନେ ଛାଡି ଦେଉଛନ୍ତି। ଅନେକ କ୍ଷେତ୍ରରେ ମାତାପିତାଙ୍କୁ ବୁଢ଼ା ବୟସରେ ପୁଅ-ବୋହୂଙ୍କ ନିର୍ଯାତନା ସହିବାକୁ ପଡ଼ୁଛି। ଏବେ ମଧ୍ୟପ୍ରଦେଶରେ ସେଭଳି ଏକ ଘଟଣା ଘଟିଥିବା ବେଳେ ଡିଏସପି ସନ୍ତୋଷ ପଟେଲ ଏହାର ସମାଧାନ କିପରି କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନେକ ସମୟରେ ନିଜ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଥିବା ଡିଏସପି ସନ୍ତୋଷ ପଟେଲ ଏବେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ, ବୃଦ୍ଧଜଣକ ପୁଲିସ ଷ୍ଟେସନ ବାହାରେ ଜୋତା ରଖି ଡିଏସପି ସନ୍ତୋଷ ପଟେଲଙ୍କୁ ଭେଟୁଛନ୍ତି। ଏହା ପରେ ସେ ତଳେ ବସିପଡ଼ୁଛନ୍ତି। ଡିଏସପି ସନ୍ତୋଷ ଏହା ଦେଖି ତାଙ୍କୁ ଚେୟାର ଉପରେ ବସିବାକୁ କହି ସମସ୍ୟା କ’ଣ ବୋଲି ପଚାରୁଛନ୍ତି। ଏହା ଶୁଣି ବୃଦ୍ଧ କହୁଛନ୍ତି, ମୋ ପୁଅ ସୋନୁ ମଦ ପିଇ ସବୁବେଳେ ମୋତେ ଓ ମୋ ପତ୍ନୀଙ୍କୁ ମାଡ ମାରୁଛନ୍ତି। ବୃଦ୍ଧଙ୍କ ଅଭିଯୋଗ ଶୁଣିବା ପରେ ଡିଏସପି ସନ୍ତୋଷ ତୁରନ୍ତ ତାଙ୍କୁ ନିଜ ଗାଡିରେ ବସାଇ ତାଙ୍କ ଘରେ ପହଞ୍ଚୁଛନ୍ତି। ପୁଲିସ ଗାଡି ଦେଖି ବୃଦ୍ଧଙ୍କ ପୁଅ ତାଙ୍କ ଗୋଡ ତଳେ ପଡ଼ି ବାପା ମୋତେ କ୍ଷମା କରିଦିଅ ବୋଲି କହୁଛି। ଏହା ପରେ ଡିଏସପି ସନ୍ତୋଷ ବୃଦ୍ଧଙ୍କୁ କ୍ଷମା କରିଦିଅ ବୋଲି କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe