ଏସିଆର ସବୁଠାରୁ ଧନୀ ହୋଇ ବି ଏହି କାମ କରିବାକୁ ଡରନ୍ତି ମୁକେଶ ଅମ୍ବାନୀ

ଏସିଆର ସବୁଠାରୁ ଧନୀ ହୋଇ ବି ଏହି କାମ କରିବାକୁ ଡରନ୍ତି ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ ଆଜି ତାଙ୍କର ୬୬ତମ ଜନ୍ମଦିନ ପାଳନ କରୁଛନ୍ତି। ବାପାଙ୍କ ବ୍ୟବସାୟ ସାମ୍ରାଜ୍ୟ ସମ୍ଭାଳିବା ପରଠାରୁ ଅନେକ କଡ଼ା ନିଷ୍ପତ୍ତି ନେଇ ସେ ଆଜି ଦେଶର ସବୁଠାରୁ ଧନୀ ଶିଳ୍ପପତି ହୋଇପାରିଛନ୍ତି। ପ୍ରତିଯୋଗିତାପୂର୍ଣ୍ଣ ବଜାରରେ ତିଷ୍ଠି ରହିବା କଷ୍ଟକର ହୋଇଥିବା ବେଳେ ଅମ୍ବାନୀ ବଡ଼ ବଡ଼ ଚ୍ୟାଲେଞ୍ଜର ସାମ୍ନା କରି ଆଜି ସଫଳ ହୋଇଛନ୍ତି।‌ ତେବେ ଅନେକ ବ୍ୟବସାୟୀଙ୍କୁ ପାଣି ପିଆଇ ଦେଉଥିବା ମୁକେଶ ଅମ୍ବାନୀଙ୍କୁ ମଧ୍ୟ ଗୋଟିଏ କାମ କରିବାକୁ ଡର ଲାଗେ।

ଏକ ସାକ୍ଷାତକାରରେ ମୁକେଶ ଅମ୍ବାନୀ ନିଜେ କହିଥିଲେ ଯେ ସେ ବହୁତ ଲାଜ କରନ୍ତି ଏବଂ ସର୍ବସାଧାରଣରେ କହିବାକୁ ବହୁତ ଡରନ୍ତି। ଏହି କାରଣରୁ ସର୍ବସାଧାରଣରେ ସେ ଭାଷଣ ଦେଉଥିବାର ବା କିଛି କହୁଥିବାର କମ ଦେଖିବାକୁ ମିଳେ।

ତେବେ ଏପ୍ରିଲ ୪ରେ ଫୋର୍ବସ ଧନୀ ତାଲିକା ପ୍ରକାଶ କରିଥିଲା। ଏହି ତାଲିକାରେ ୧ନଂ ସ୍ଥାନ ହରାଇଥିବା ମୁକେଶ ଅମ୍ବାନୀ ପୁଣି ଥରେ ଏସିଆର ୧ନଂ ଧନୀ ହୋଇଥିଲେ। ଏହା ସହ ଅମ୍ବାନୀ ୮୩.୪ ବିଲିୟନ ଡଲାର ସମ୍ପତ୍ତି ସହ ବିଶ୍ୱର ନବମ ଧନୀ ବ୍ୟକ୍ତି ହୋଇଥିଲେ। ଆଜି ଯେଉଁ ସଫଳତା ଅମ୍ବାନୀଙ୍କୁ ମିଳୁଛି, ସେଥିପାଇଁ ତାଙ୍କୁ ଅଧାରୁ ଏମବିଏ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ମୁକେଶ ଖୁବଶୀଘ୍ର ବ୍ୟବସାୟ ସମ୍ଭାଳନ୍ତୁ ବୋଲି ତାଙ୍କ ବାପା ଚାହୁଁଥିବାରୁ ସେ ଷ୍ଟାନଫୋର୍ଡ ୟୁନିଭରସିଟିରୁ ପାଠ ପଢ଼ା ଛାଡ଼ି ଭାରତ ଫେରିଥିଲେ। ଏହା ପରେ ସେ ବାପାଙ୍କ ବ୍ୟବସାୟକୁ ଖୁବ ଭଲ ଭାବରେ ସମ୍ଭାଳିବା ସହ ଏହାକୁ ଆହୁରି ସଫଳ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe