ମୁକେଶ ଅମ୍ବାନୀ ତାଙ୍କ ରୋଷେୟାଙ୍କୁ ମାସକୁ ଏତିକି ଟଙ୍କା ଦରମା ଦେଇଥାଆନ୍ତି

ମୁକେଶ ଅମ୍ବାନୀ ତାଙ୍କ ରୋଷେୟାଙ୍କୁ ମାସକୁ ଏତିକି ଟଙ୍କା ଦରମା ଦେଇଥାଆନ୍ତି

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀ ଦିନ ଭିତରେ ଯେତେ ବି ବ୍ୟସ୍ତ ରୁହନ୍ତୁ ରାତିରେ ସେ ନିଜ ପରିବାରକୁ ସମୟ ଦେଇ ରାତ୍ରି ଭୋଜନ ମିଶିକି କରିଥାଆନ୍ତି। ତେବେ ଏହି କଥା ଆମେ ନୁହେଁ ମୁକେଶଙ୍କ ଧର୍ମପତ୍ନୀ ନିତା ଅମ୍ବାନୀ କହିଥିଲେ।

ତେବେ ଆସନ୍ତୁ ଜାଣିବା ମୁକେଶ ଅମ୍ବାନୀ କ’ଣ ଖାଇବାକୁ ଭଲ ପାଆନ୍ତି। ଅମ୍ବାନୀ ସେହି ଖାଦ୍ୟକୁ ଭଲ ପାଆନ୍ତି ଯାହାକୁ କିଛିଲୋକ ସାଧାରଣ ଖାଦ୍ୟ ବୋଲି କହିଥାଆନ୍ତି। ମୁକେଶ ପ୍ରାୟତଃ ଭାତ,ଡାଲି, ରୁଟି ଓ ଋତୁ ଅନୁଯାୟୀ ମିଳୁଥିବା ପନିପରିବାର ତରକାରୀ ଓ ଭଜା ଇତ୍ୟାଦି ଖାଇବାକୁ ଭଲ ପାଆନ୍ତି।

ସେହିପରି ପ୍ରତିଦିନ ମୁକେଶ ଅମ୍ବାନୀ ଫଳ ଖାଇ ଥାଆନ୍ତି। ମୁକେଶ ଅଧିକାଂଶ ସମୟରେ ଥାଇ ଖାଦ୍ୟକୁ ପସନ୍ଦ କରନ୍ତି। ତାଙ୍କ ଘରେ ଦକ୍ଷିଣ ଭାରତୀୟ ଖାଦ୍ୟ ବି ପ୍ରସ୍ତୁତ ହୋଇଥାଏ।

ମୁକେଶ ତାଙ୍କ ରୋଷେୟାଙ୍କୁ ପ୍ରତିମାସରେ ୨ଲକ୍ଷ ଟଙ୍କା ଦେଇଥାଆନ୍ତି। ସେହିପରି ତାଙ୍କ ଗାଡ଼ି ଚାଳକଙ୍କ ଦରମା ବି ୨ଲକ୍ଷ ଟଙ୍କା ଥିବା ୨୦୧୭ରେ ପ୍ରକ‌ାଶ ପାଇଥିବା ଖବରରୁ ସାମ୍ନାକୁ ଆସିଥିଲା।

ଏତିକି ନୁହେଁ ମୁକେଶ ଆମ୍ବାନୀ ତାଙ୍କ କର୍ମଚାରୀଙ୍କ ବିମା ବି କରାଇ ଦେଇଛନ୍ତି। ଏଥିସହିତ ଅନେକ କର୍ମଚାରୀଙ୍କ ପିଲାଙ୍କୁ ବି‌ଦେଶରେ ପାଠପଢ଼ିବା ପାଇଁ ମୁକେଶ ବ୍ୟବସ୍ଥା ବି କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe