ଅଷ୍ଟ୍ରେଲିଆର ପ୍ରସିଦ୍ଧ ଶୈବ ପୀଠ ‘ମୁକ୍ତି-ଗୁପ୍ତେଶ୍ବର ମନ୍ଦିର’

Advertisment
ଅଷ୍ଟ୍ରେଲିଆର ପ୍ରସିଦ୍ଧ ଶୈବ ପୀଠ ‘ମୁକ୍ତି-ଗୁପ୍ତେଶ୍ବର ମନ୍ଦିର’

Australia247

ଭାରତ ବାହାରେ ଥିବା ପ୍ରସିଦ୍ଧ ଶୈବପୀଠ ମଧ୍ୟରେ ଅଷ୍ଟ୍ରେଲିଆ ଅନ୍ତର୍ଗତ ମିଣ୍ଟୋ(ସିଡ୍‌ନି ଉପକଣ୍ଠସ୍ଥ ଏକ ସ୍ଥାନ)ର ମୁକ୍ତି-ଗୁପ୍ତେଶ୍ବର ମନ୍ଦିର ଅନ୍ୟତମ। ମହାଦେବଙ୍କ ବିଭିନ୍ନ ନାମ ମଧ୍ୟରୁ ‘ମୁକ୍ତି-ଗୁପ୍ତେଶ୍ୱର’ ଗୋଟିଏ। ମୁକ୍ତି-ଗୁପ୍ତେଶ୍ୱର ମନ୍ଦିରକୁ ତ୍ରୟୋଦଶ ଜ୍ୟୋତିର୍ଲିଙ୍ଗ ଭାବେ କେହି କେହି ଗ୍ରହଣ କରନ୍ତି। ଏହା ସାତ ହଜାର ବର୍ଷ ଧରି ନେପାଳରେ ଥିଲା। କି˚ବଦନ୍ତି ଅନୁଯାୟୀ ପାଣ୍ତବ ବୀର ଅର୍ଜୁନ, ଏହି ଜ୍ୟୋତିର୍ଲିଙ୍ଗ ପୂଜା କରିଥିଲେ।

publive-image YouTube

ଏକ ପ୍ରାଚୀନ ଶାସ୍ତ୍ର ଅନୁଯାୟୀ ତ୍ରୟୋଦଶ ଜ୍ୟୋତିର୍ଲିଙ୍ଗ ଦକ୍ଷିଣ ଗୋଲାର୍ଦ୍ଧରେ ସ୍ଥାପନ କରାଯିବା ଜରୁରି ଥିଲା। ତେଣୁ, ନେପାଳର ରାଜା ବୀରେନ୍ଦ୍ର ବୀର ବିକ୍ରମ ଶାହ ଦେବ, ୧୯୯୯ରେ ଏହି ଜ୍ୟୋତିର୍ଲିଙ୍ଗଙ୍କୁ ଅଷ୍ଟ୍ରେଲିଆବାସୀଙ୍କୁ ଉପହାର ଭାବେ ଦେଇଥିଲେ। ଏହି ଜ୍ୟୋତିର୍ଲିଙ୍ଗ ସହ ଅଷ୍ଟ୍ରେଲିଆ ଯାଇଥିଲା ୭୯୯୬ଟି ମନ୍ତ୍ର। ପ୍ରତି ଶହେ ବର୍ଷରେ ଥରେ ପଡ଼ୁଥିବା ଏକ ପବିତ୍ର ଗ୍ରହ-ନକ୍ଷତ୍ର ଯୋଗରେ ୧୪ ଫେବ୍ରୁଆରି ୧୯୯୯ରେ ଅଷ୍ଟ୍ରେଲିଆରେ ଲିଙ୍ଗାଭିଷେକ କରାଯାଇଥିଲା। ମିଣ୍ଟୋର ମୁକ୍ତି-ଗୁପ୍ତେଶ୍ୱର ଜ୍ୟୋତିର୍ଲିଙ୍ଗ ମଣିଷ ତିଆରି ଗୁହା ମଧ୍ୟରେ ପୂଜା ପାଉଛନ୍ତି। ଭୂଇଁ ତଳେ ୧୪୫୦ ବର୍ଗ ମିଟର‌୍‌ ଅଞ୍ଚଳରେ ରହିଛି ମୋଟ ୧୧୨୮ଟି ମନ୍ଦିର। ମୁଖ୍ୟ ମନ୍ଦିରର ଗର୍ଭଗୃହରେ ଥିବା ଏକ ବିଶାଳ ସିନ୍ଦୁକ ଭିତରେ ଆଠ ପ୍ରକାରର ମୂଲ୍ୟବାନ୍‌ ଧାତୁ, ୮୧ଟି ନଦୀ ଓ ପାଞ୍ଚ ମହାସାଗରର ଜଳ ଏବ˚ ହାତରେ ‘ଓଁ ନମଃ ଶିବାୟ’ ଲେଖାଯାଇଥିବା ୨୦ ଲକ୍ଷ କାଗଜ ରହିଛି। ଭାରତରେ ଥିବା ସୋମନାଥ ଜ୍ୟୋତିର୍ଲିଙ୍ଗରେ ସ୍ଥାପିତ ଏକ ତୀର ମୁକ୍ତି-ଗୁପ୍ତେଶ୍ବରର ଦିଗ ଦର୍ଶାଉଥିବା ଜଣାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe