ମୁମ୍ବାଇ: ସୋସିଆଲ୍ ମିଡିଆରେ ମଜା ମଜା ପୋଷ୍ଟ୍ କରି ମୁମ୍ବାଇ ପୁଲିସ୍ ପୂର୍ବରୁ ବି ଅନେକ ଥର ଚର୍ଚ୍ଚାରେ ରହିଛି। ନିକଟରେ ମୁମ୍ବାଇ ପୁଲିସ୍ର ଏକ ଟ୍ବିଟ୍ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଟ୍ବିଟ୍ ପୋଷ୍ଟ୍ଟି ହେଉଛି ଡିସେମ୍ବର ୩୧ ତାରିଖରେ। ପୋଷ୍ଟ୍ରେ ମୁମ୍ବାଇ ପୁଲିସ୍ ଏକ ସ୍କ୍ରିନ୍ସଟ୍ ସେୟାର କରି ଏକ ମଜାଦାର ଟ୍ବିଟ୍ କରିଥିବା ଦେଖିବାକୁ ମିଳିଛି।
ସ୍କ୍ରିନ୍ସଟ୍ଟି ହେଉଛି ଏକ ହ୍ବାଟ୍ସଆପ୍ ଚାଟ୍ ବକ୍ସର। ସେଥିରେ ଜଣେ ଅନ୍ୟ ଜଣଙ୍କୁ ପଚାରିଛି,‘ଆଜି ରାତିର ଯୋଜନା କ’ଣ? ତମ ଘରେ ନା ମୋ ଘରେ?’ ସେହି ମେସେଜ୍ର ରିପ୍ଲାଏ ଆସିଛି ‘ତମେ ତମ ଘରେ ଓ ମୁଁ ମୋ ଘରେ’। ସେହି ଚାଟ୍ଟିକୁ ମୁମ୍ବାଇ ପୁଲିସ୍ ତା’ର ଅଫିସିଆଲ ଟ୍ବିଟର୍ ଆକାଉଣ୍ଟରେ ସେୟାର କରି ଲେଖିଛି, ‘ସିଙ୍ଗିଲ୍ ଅଛି, ମିଙ୍ଗିଲ୍ ହବାକୁ ପ୍ରସ୍ତୁତ ହେଉଛି। କିନ୍ତୁ ଅନ୍ଲାଇନରେ।’
ମୁମ୍ବାଇ ପୁଲିସ୍ର ଏହି ଟ୍ବିଟ୍ଟି ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ତାଙ୍କୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ବିପୁଳ ମାତ୍ରାରେ ପସନ୍ଦ କରିଛନ୍ତି। କେହି କେହି ମଜା ମଜା କମେଣ୍ଟ ବି ସବୁ ଦେଇଛନ୍ତି।
Follow Us