ବିଚିତ୍ର ସଂଯୋଗ! ସମାନ ରାସ୍ତା, ସମାନ ଗାଡ଼ି ଓ ସମାନ ତାରିଖରେ ହୋଇଥିଲା ଦୁର୍ଘଟଣା; ଘଟଣାଚକ୍ରରେ ପତି-ପତ୍ନୀ ସାଜିଲେ ଅନୁପ-ନେହା

Advertisment
ବିଚିତ୍ର ସଂଯୋଗ! ସମାନ ରାସ୍ତା, ସମାନ ଗାଡ଼ି ଓ ସମାନ ତାରିଖରେ ହୋଇଥିଲା ଦୁର୍ଘଟଣା; ଘଟଣାଚକ୍ରରେ ପତି-ପତ୍ନୀ ସାଜିଲେ ଅନୁପ-ନେହା

ମୁମ୍ବାଇ: ଭାଗ୍ୟର ଖେଳ କେବଳ ଭାଗ୍ୟଦାତାଙ୍କୁ ହିଁ ଜଣା। କାହା ସହ କେତେବେଳେ କ’ଣ ଘଟିବ ତାହା ସବୁ ଉପରୁ ସ୍ଥିରୀକୃତ। ନହେଲେ କ’ଣ ଆଜି ଆଲୋଚନାର ବିଷୟ ପାଲଟି ପାରିଥାନ୍ତା ଅନୁପ ଓ ନେହାଙ୍କ ପ୍ରେମ ସଂପର୍କ! ଚକ ଲଗା ଚେୟାର୍‌ରେ ବସି ପରସ୍ପରଙ୍କ ହାତ ଧରି ଫଟୋରେ ନଜର ଆସୁଥିବା ଏହି ପ୍ରେମୀ ଯୁଗଳଙ୍କ କାହାଣୀ ଶୁଣିଲେ ଯେକେହି ବି ଚକିତ ହେବ। ଦୁଇ ଜଣଙ୍କ ଜୀବନରେ ଏତେ ସମାନତା ରହିବା କେବଳ ଉପରବାଲାର ହିଁ ତ ଖେଳ।

publive-image Courtesy: Anup Chandran.

ଦୀର୍ଘ ୧୧ ବର୍ଷ ତଳେ ଏକ ଡାକ୍ତରୀ ସମ୍ମିଳନୀରେ ପରସ୍ପରଙ୍କୁ ଭେଟିଥିଲେ ନେହା ଓ ଅନୁପ। ସେତେବେଳକୁ ସେ ଦୁହେଁ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ନିଜର ମେରୁଦଣ୍ଡ ହାଡ଼ ଭାଙ୍ଗି ହୁଇଲ୍‌ଚେୟାର୍‌ର ସାହାରା ନେଇ ସାରିଥିଲେ। ସେମାନେ ପରସ୍ପର ସହ ନିଜ ଦୁଃଖ ବାଣ୍ଟିବା ପରେ ଜାଣିବାକୁ ମିଳିଲା ଯେ ଭଗବାନ ସେ ଦୁହିଁଙ୍କ ସହ ଗୋଟିଏ ହିଁ ଖେଳ ଖେଳିଛନ୍ତି। ସମାନ ରାସ୍ତା, ସମାନ ଗାଡ଼ି, ସମାନ ତାରିଖରେ ହୋଇଥିଲା ନେହା ଓ ଅନୁପଙ୍କ ଦୁର୍ଘଟଣା। ପୁଣି ଯୋଗକୁ ଦୁହିଁଙ୍କର ସମାନ କ୍ଷତି ହିଁ ଘଟିଥିଲା ସେହି ଦୁର୍ଘଟଣାରେ। ଖାଲି ଏତିକି ଫରକ ଥିଲା, ଅନୁପଙ୍କର ଦୁର୍ଘଟଣା ୨୦୦୩ ମସିହାରେ ହୋଇଥିବା ବେଳେ ନେହାଙ୍କର ୨୦୦୫ରେ ହୋଇଥିଲା।

publive-image Source: Nehal Thakkar/ Facebook.

କାହାଣୀଟି ହେଉଛି ନବି ମୁମ୍ବାଇର। ପାମ୍‌ ବିଚ୍‌ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଦୁଇ ଜଣଙ୍କୁ ମାରୁତି ଜେନ୍‌ ପିଟିଦେବା ପରେ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଦୁଇ ଜଣଙ୍କ ଭିତରେ ଏତେ ସମାନତା ଥିବା ଦେଖିବା ପରେ ସେ ଦୁହଁଙ୍କର ପରସ୍ପରଙ୍କ ପ୍ରତି ସହାନଭୂତି ଜାଗିଥିଲା। ପ୍ରଥମେ ସେମାନେ ବନ୍ଧୁ ହୋଇ ପରେ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ।

publive-image https://www.thebetterindia.com

ଅନୁପ ଜଣେ ବ୍ୟାଙ୍କର୍‌ ହୋଇଥିବା ବେଳେ ନେହାଙ୍କର ଏକ ନିଜସ୍ୱ କମ୍ପାନି ଅଛି। ପରସ୍ପର ପ୍ରତି ଭାବନା ଦୃଢ଼ ହେବା ପରେ ସେମାନେ ସାଥୀ ହୋଇ ରହିବାର ନିଷ୍ପତ୍ତି ନେଲେ ଓ ୨୦୧୮ ମସିହାରେ ଏହି ସ୍ୱତନ୍ତ୍ର ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe