News18.com
ମୁମ୍ବାଇ: ବିନା କୌଣସି ପାଇବାର ଆଶାରେ ଅନ୍ୟର ମଙ୍ଗଳ ଚିନ୍ତା କରିବା ହିଁ ପ୍ରକୃତ ମଣିଷପଣିଆ। ଏପରି କିଛି ମଣିଷ ସଂସାରରେ ଅଛନ୍ତି ବୋଲି ପ୍ରମାଣ କରି ଦେଖାଇଛନ୍ତି ମୁମ୍ବାଇର ଜଣେ ମହିଳା। ଆପଣ ଜାଣିଥିବେ ନିଶ୍ଚୟ ଯେ ମୁମ୍ବାଇରେ ହୋଇଥିବା ପ୍ରବଳ ବର୍ଷା ହେତୁ ସହରରେ ବନ୍ୟା ପରିସ୍ଥିତି ଉପୁଜିଛି। ମୁମ୍ବାଇ ସହରର ରାସ୍ତାଘାଟରେ ଏବେ ଆଣ୍ଠୁଏ ଆଣ୍ଠୁଏ ପାଣି ଥିବା କାରଣରୁ ରାସ୍ତାରେ ଥିବା ଖାଲ, ଢିପ ଆଉ ଆଖିକୁ ଦେଖାଯାଉ ନାହିଁ। ଏହି ପରିସ୍ଥିତିରେ ଯାତ୍ରୀମାନଙ୍କ ପାଇଁ ଈଶ୍ବରୀ ହୋଇ ରାସ୍ତାରେ ଛିଡ଼ା ହୋଇଥିଲେ ମୁମ୍ବାଇର ଜଣେ ମହିଳା। ରାସ୍ତାରେ ଏକ ଖୋାଲା ମ୍ୟାନ୍ହୋଲ୍ ନିକଟରେ ଛିଡ଼ା ହୋଇ ୫ ଘଣ୍ଟା ପର୍ଯ୍ୟନ୍ତ ମହିିଳା ଜଣକ ସେଇ ବାଟ ଦେଇ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ସତର୍କ ଓ ସଚେତନ କରାଇଥିଲେ।
ମହିଳା ଜଣକ ମ୍ୟାନ୍ହୋଲ୍ ନିକଟରେ ଛିଡ଼ା ହୋଇ ଯାତ୍ରୀଙ୍କୁ ସେଇ ବାଟ ଦେଇ ନଯିବାକୁ କହୁଥିବା ବେଳର ଏକ ଭିିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ହର୍ସ ମରିୱାଲା ନାମକ ଜଣେ ବ୍ୟକ୍ତି ଭିଡିଓଟିକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିବା ପରେ ଭିଡିଓଟିକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ସେ ତାଙ୍କ ଟ୍ବିଟର୍ ପୋଷ୍ଟ୍ରେ କ୍ୟାପ୍ସନ୍ ଦେଇଛନ୍ତି, ‘ଏହି ମହିଳା ଜଣକ ବୋଧହୁଏ ପାଞ୍ଚ ଘଣ୍ଟା ଧରି ବର୍ଷାରେ ଠିଆ ହୋଇଥିଲେ ଏବଂ ଯାତ୍ରୀମାନଙ୍କୁ ଏକ ଖୋଲା ମ୍ୟାନହୋଲ ବିଷୟରେ ଚେତାବନୀ ଦେଉଥିଲେ। ଆପଣ କେତେଥର ନିସ୍ୱାର୍ଥ କାର୍ଯ୍ୟ କରିଛନ୍ତି?
ତାପରେ ଭିଡିଓଟି ଭାଇରାଲ ହେବା ପାଇଁ ଅଧିକ ସମୟ ନେଇ ନଥିଲା। ଏହାକୁ ଟ୍ବିଟର୍ରେ ବହୁଳ ଭାବରେ ସେୟାର କରାଯାଇଛି ଏବଂ ପସନ୍ଦ ମଧ୍ୟ କରାଯାଇଛି। ଭିଡିଓଟିକୁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଠାରୁ ଶହ ଶହ ପ୍ରଶଂସା ମିଳିିଛି। ମହିଳାଙ୍କ ମହାନ ଆଚରଣ ଅନେକ ବ୍ୟବହାରକାରୀଙ୍କ ହୃଦୟ ଜିଣିଛି।
Follow Us