ଚର୍ଚ୍ଚାରେ ମୁମ୍ବାଇର ମହିଳା କନେଷ୍ଟବଳ ରଜ୍‌ନୀ : ଭୀଷଣ ବର୍ଷାରେ ଆଣ୍ଠୁଏ ପାଣିରେ ଲୋକମାନଙ୍କୁ ରାସ୍ତା ଦେଖାଇଲେ

Advertisment
ଚର୍ଚ୍ଚାରେ ମୁମ୍ବାଇର ମହିଳା କନେଷ୍ଟବଳ ରଜ୍‌ନୀ : ଭୀଷଣ ବର୍ଷାରେ ଆଣ୍ଠୁଏ ପାଣିରେ ଲୋକମାନଙ୍କୁ ରାସ୍ତା ଦେଖାଇଲେ

Zee News - India.com

ମୁମ୍ବାଇ : ଏଇ କିଛି ଦିନ ହେବ ମୁମ୍ବାଇରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଲଗାଣ ବର୍ଷା ପାଇଁ ଲୋକମାନଙ୍କ ଜୀବନଯାତ୍ରାରେ ବାଧା ସୃଷ୍ଟି ହୋଇଥିବା ବେଳେ ରେଳ ଓଭରବ୍ରିଜ୍‌ ଭୁଷୁଡ଼ିବା ପରେ ସମସ୍ତଙ୍କୁ ବାହାରକୁ ବାହାରିବା ପାଇଁ ଭୟ ଲାଗିବା ଆରମ୍ଭ ହୋଇଛି । କିନ୍ତୁ ଏଭଳି ପରିସ୍ଥିତିରେ ଲାଗାଣ ବର୍ଷା ହୋଇ ରାସ୍ତାରେ ଆଣ୍ଠୁଏ ପାଣି ହୋଇଥିଲେ ମଧ୍ୟ ନିଜ ଡ଼ିୟୁଟି କରିବାକୁ ଭୁଲି ନାହାନ୍ତି ମୁମ୍ବାଇର ଏହି ମହିଳା କନେଷ୍ଟବଳ ।

publive-image http://zeenews.india.com

ଲଗାଣ ବର୍ଷା ପାଇଁ ରାସ୍ତାରେ ପାଣି ଜମି ରହିଥିବାରୁ ଲୋକମାନଙ୍କ ଯିବା ଆସିବାରେ ଅସୁବିଧା ହେଉଥିବା ଦେଖି ମୁମ୍ବାଇର ମହିଳା କନେଷ୍ଟବଳ ରଜ୍‌ନୀ ଜାବ୍ରେ ରାସ୍ତା ଦେଖାଇବା ଆରମ୍ଭ କରିଥିଲେ । ହାତରେ ଛତା ଧରି ଲୋକମାନଙ୍କୁ କେଉଁପଟେ ଗଲେ ସୁବିଧାରେ ଯାଇ ପାରିବେ ସେ ନେଇ ନିର୍ଦ୍ଦେଶ ଦେଇଥିଲେ ରଜ୍‌ନୀ । ଅନ୍ୟ ପୁରୁଷ କନେଷ୍ଟବଳମାନେ ରାସ୍ତା କଡ଼ରେ ଠିଆ ହୋଇ ନିର୍ଦ୍ଦେଶ ଦେଉଥିବା ବେଳେ ରଜ୍‌ନୀ ଆଣ୍ଠୁଏ ପାଣିରେ ପଶିି ବୃଦ୍ଧ ଲୋକମାନଙ୍କୁ ପାର କରାଇବାରେ ସାହାଯ୍ୟ କରିଥିଲେ । ରଜ୍‌ନୀଙ୍କୁ ଏ ନେଇ ପଚରାଯିବା ପରେ ସେ କହିଥିଲେ, ‘ଏହା ମୋର କର୍ତ୍ତବ୍ୟ । ମୁଁ କିଛି ଅଧିକ କରୁ ନାହିଁ ବରଂ ମୁଁ ଖୁସି କି ଏଭଳି ମାଧ୍ୟମରେ ମୁଁ କିଛି ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇଛି ।’ ରଜ୍‌ନୀଙ୍କ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମସ୍ତେ ତାଙ୍କ କାମକୁ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe