ହତ୍ୟାକାରୀ ବାପା ସହ ଜେଲ୍‌ ରୁମ୍‌ରେ ରହି ପାଠ ପଢୁଥିଲେ ପିୟୂଷ, ଆଇଆଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାଲଟିଲେ ଉଦାହରଣ

Advertisment

TOI

ନୂଆଦିଲ୍ଲୀ: କଥାରେ ଅଛି ସଫଳ ପାଇବାର ଇଚ୍ଛା ରଖିଥିଲେ ପ୍ରଥମେ ଲକ୍ଷ୍ୟ ନିର୍ଦ୍ଧାରଣ, ଦ୍ୱିତୀୟରେ ଦୃଢ଼ ଇଚ୍ଛା ଶକ୍ତି ଓ ତୃତୀୟରେ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ଏହ ୩ଟିରୁ ଗୋଟାଏ କମ୍‌ ହେଲେ ସଫଳତା ମିଳିବା ଏତେ ସହଜ ହୁଏ ନାହିଁ। ଯାହା ପାଖରେ ଏ ସବୁ ଅଛି, ସଫଳତା ତା’ ଚରଣ ଛୁଏଁ ଏଥିରେ ସନ୍ଦେହ ନାହିଁ। ଏହି କଥାକୁ ସତ ବୋଲ ପ୍ରମାଣ କରିଛନ୍ତି ରାଜସ୍ଥାନର ଯୁବକ ପିୟୂଷ ମୀନା।

ପିୟୂଷ ତାଙ୍କ ବାପା ଫୁଲଚାନ୍ଦଙ୍କ ସହ ରାଜସ୍ଥାନ କୋଟାର ୮X୮ ଓପନ୍‌ ଜେଲ୍‌ ରୁମ୍‌ରେ ରହି ପାଠ ପଢ଼ି ଆଇଆଇଟି ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଦାହରଣ ପାଲଟିଛନ୍ତି। ଏହି ଦକ୍ଷ ଛାତ୍ରଙ୍କର ବାପା ଜଣେ ହତ୍ୟାକାରୀ। ତାଙ୍କ ପାଖରେ ହଷ୍ଟେଲ୍‌ରେ ରହି ପାଠ ପଢ଼ିବାକୁ ଟଙ୍କା ନ ଥିବାରୁ ସେ ପ୍ରାୟ ୨ ବର୍ଷ ହେବ ତାଙ୍କ ବାପାଙ୍କ ପାଖରେ ୮X୮ ଜେଲ୍‌ ରୁମ୍‌ରେ ପାଠ ପଢ଼ି ସର୍ବଭାରତୀୟ କ୍ଷେତ୍ରରେ ୪୫୩(ଅନୁସୂଚିତ ଜନଜାତି) ର‍୍ୟାଙ୍କ୍‌ ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe