ବୁଦ୍ଧି ପରୀକ୍ଷା: ଫଟୋଟିରେ ଦୃଶ୍ୟମାନ ହେଉଥିବା ମୃତକଙ୍କ ହତ୍ୟାକାରୀ କିଏ?

Advertisment
ବୁଦ୍ଧି ପରୀକ୍ଷା: ଫଟୋଟିରେ ଦୃଶ୍ୟମାନ ହେଉଥିବା ମୃତକଙ୍କ ହତ୍ୟାକାରୀ କିଏ?

ଚିତ୍ରଟିର ଆପଣ ଦେଖିପାରୁଥିବେ ଯେ ସମୁଦାୟ ଛଅ ଜଣ ଲୋକ ଦେଖିବାକୁ ମିଳୁଛନ୍ତି। ଚାରି ଜଣ ଖାଇବା ପାଇଁ ଟେବୁଲ୍‌ ଉପରେ ବସିଛନ୍ତି। ଜଣେ େଓ୍ଵଟର୍‌ ଠିଆ ହୋଇ ସେବା ଯୋଗାଉନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଏକ ରୁମ୍‌ରେ ରକ୍ତ ଜୁଡୁବୁଡ୍‌ ହୋଇ ଏକ ଶବ ପଡ଼ି ରହିଛି। ଆପଣ ଏଥିରୁ ସ୍ପଷ୍ଟ ହୋଇ ଯାଇଥିବେ ଯେ ଉକ୍ତ ମହିଳାଙ୍କର ହତ୍ୟା କରାଯାଇଛି। ଏବେ ଆପଣଙ୍କ ପାଇଁ ପ୍ରଶ୍ନ ହେଉଛି, ସେହି ମହିଳାଙ୍କର ହତ୍ୟାକାରୀ କିଏ?

publive-image

ଅଉ ବେଶି ବିବ୍ରତ ହେବାର କୌଣସି କାରଣ ନାହିଁ। ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଉକ୍ତ ମହିଳାଙ୍କର ହତ୍ୟାକାରୀ ହେଉଛନ୍ତି ୪ ନମ୍ବର ଟେବୁଲ୍‌ରେ ବସିଥିବା ସେହି ବ୍ୟକ୍ତି ଜଣକ। କାରଣ ପ୍ରଥମତଃ ସମସ୍ତ ଟେବୁଲ୍‌ରେ ଖାଇବା ଛୁରୀ ଅଛି। ମାତ୍ର ୪ ନମ୍ବର ଟେବୁଲ୍‌ରେ ବସିଥିବା ବ୍ୟକ୍ତିଙ୍କ ଟେବୁଲ୍‌ରେ ଛୁରୀ ଦେଖିବାକୁ ମିଳୁନାହିଁ। ଦ୍ୱିତୀୟରେ ଉକ୍ତ ବ୍ୟକ୍ତିଙ୍କର ସାର୍ଟ ଅସଜଡ଼ା ଥିବାର ଦେଖିବାକୁ ମିଳୁଛି। ଆପଣ ଯଦି ଲକ୍ଷ୍ୟ କରିବେ ତେବେ ଜାଣିପାରିବେ ଯେ ତାଙ୍କ କାନ ତଳେ ଟିକେ ରକ୍ତ ଛିଟା ବି ପଡ଼ିଛି। ଏହାବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନ୍ୟ ସମସ୍ତେ ସ୍ୱାଭାବିକ ଦିଶୁଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଅନ୍ୟମନସ୍କ ଥିବା ଜଣାପଡୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe