ନୂଆଦିଲ୍ଲୀ: ସମୟସମୟରେ ଏମିତି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ନିକଟରେ ବୋଷ୍ଟୋନ୍ ମ୍ୟୁଜିୟମ ଫାଇନ୍ ଆର୍ଟସ ଏକ ପଦବୀ ପୂରଣ କରିଛି। ଏହି ପଦବୀରେ ମ୍ୟୁଜିୟମ ପ୍ରଶାସନ ରିଲେ ନାମ ଏକ କୁକୁରକୁ ଚାକିରି ଦେଇଛନ୍ତି। ରିଲେକୁ ମ୍ୟୁଜିୟମର୍ ସୁରକ୍ଷା ପାଇଁ ନୁହେଁ ବରଂ ସେଠାରେ ରଖାଯାଇଥିବା ଆର୍ଟ ଓ୍ଵାର୍କକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ନିୟୋଜିତ କରାଯାଇଛି।
/sambad/media/post_attachments/wp-content/uploads/2018/01/011118_abc_dog-300x169.jpg)
ମ୍ୟୁଜିୟମ ପ୍ରାଶସନଙ୍କ କହିବାନୁସାରେ, ତାଙ୍କୁ ଏକ ବିଶେଷ କଥାକୁ ନେଇ ଭୟ ଥିଲା କି ମୁଜିୟମରେ ଥିବା ଆର୍ଟ ଓ୍ଵାର୍କଗୁଡ଼ିକ ପୋକମାନେ ନଷ୍ଟ କରି ପାରନ୍ତି। ସେଥିପାଇଁ ସେ ଏହି ଆର୍ଟ ଓ୍ଵାର୍କଗୁଡ଼ିକୁ ସୁରକ୍ଷିତ ରଖିବେ ସେନେଇ ଚିନ୍ତା ଥିଲେ। ତେବେ ତାଙ୍କ ସମ୍ମୁଖକୁ ୧୨ ସପ୍ତାହର କୁକୁର ରିଲେ ଆସିଥିଲା। ସେ ରିଲେକୁ ଏହି କାମ ପାଇଁ ପ୍ରଶିକ୍ଷଣ ମଧ୍ୟ ଦେଇଥିଲେ। ରିଲେ ନିଜ କାମକୁ ସଠିକ୍ ଭାବେ କରି ପାରିବେ ତାକୁ ଏହି ପଦବୀ ମିଳିଥିଲା।
/sambad/media/post_attachments/wp-content/uploads/2018/01/article0_x200.jpg)
ରିଲେକୁ ଏହି କାମ ପାଇଁ ନିୟୋଜିତ କରିବା ପରେ ମ୍ୟୁଜିୟମ ପ୍ରଶାସନ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ରେଲି ସମ୍ପର୍କରେ ସୂଚନା ଦେଇଥିଲେ। କେବଳ ଏତିକି ନୁହେଁ ମ୍ୟୁଜିୟମ ଅଫ ଫାଇନ୍ ଆର୍ଟ ନିଜର ଅଧିକାରୀ ଟୁଇଟର ଆକାଉଣ୍ଟରେ ମଧ୍ୟ ଏ ସମ୍ପର୍କରେ ଟୁଇଟ କରିଥିଲେ।
  
 Follow Us