ଏହି କାରଣରୁ ମୁସଲମାନ ସିଭିଲ ଇଞ୍ଜିନିୟର ଯୋଡ଼ିଙ୍କ ମନ୍ଦିରରେ ପରିବାର ଉପସ୍ଥିତିରେ ହେଲା ବିବାହ

ଏହି କାରଣରୁ ମୁସଲମାନ ସିଭିଲ ଇଞ୍ଜିନିୟର ଯୋଡ଼ିଙ୍କ ମନ୍ଦିରରେ ପରିବାର ଉପସ୍ଥିତିରେ ହେଲା ବିବାହ

ନୂଆଦିଲ୍ଲୀ: ସମାଜକୁ ଧାର୍ମିକ ସଦଭାବର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ହିମାଚଳ ପ୍ରଦେଶର ଶିମଲା ଅନ୍ତର୍ଗତ ରାମପୁର ଠାରେ ଥିବା ଠାକୁର ସତ୍ୟନାରାୟଣ ମନ୍ଦିରରେ ରବିବାର ଏକ ମୁସଲମାନ ଦମ୍ପତିଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ଏହି ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମୁସଲମାନ ଦମ୍ପତିଙ୍କ ବିବାହ ହୋଇଥିବା ଠାକୁର ସତ୍ୟନାରାୟଣ ମନ୍ଦିରଟି ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ପରିଚାଳିତ ବୋଲି କୁହାଯାଉଛି। ପରିଷଦର ଅନୁମତିକ୍ରମେ ମନ୍ଦିର ପରିସରରେ ଇସଲାମ ନିୟମ ଅନୁସାରେ ନିକାହ କରାଯାଇଛି। ବାହାଘର କାର୍ଯ୍ୟକ୍ରମରେ ଉଭୟ ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ଲୋକମାନେ ଉପସ୍ଥିତ ରହିଥିଲେ।

ବାହା ହୋଇଥିବା କନ୍ୟାଙ୍କ ବାପା ମହେନ୍ଦ୍ର ସିଂହ ମଲିକ କହିଛନ୍ତି, ଝିଅ ଏମଟେକ ସିଭିଲ ଇଞ୍ଜିନର ଓ ଗୋଲ୍ଡ ମେଡାଲିଷ୍ଟ। ସେହିପରି ମୋର ଜ୍ୱାଇଁ ମଧ୍ୟ ଜଣେ ସିଭିଲ ଇଞ୍ଜିନିୟର ରହିଛନ୍ତି। ରାମପୁରରେ ଥିବା ଠାକୁର ସତ୍ୟନାରାୟଣ ମନ୍ଦିର କମ୍ପ୍ଲେକ୍ସରେ ସମସ୍ତଙ୍କ ସହଯୋଗରେ ମୋର ଝିଅର ବାହାଘର ସମ୍ପର୍ଣ୍ଣ ହୋଇଛି। ଏହି ବାହଘର ସମାଜକୁ ଧାର୍ମିକ ସଦଭାବ ଓ ଭାଇଚାରାର ବାର୍ତ୍ତା ଦେଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସତ୍ୟନାରାୟଣ ମନ୍ଦିର ପରିସରଟି ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱଂୟ ସେବ ସଂଘର ଜିଲ୍ଲା ଅଫିସ ଭାବେ ମଧ୍ୟ ବ୍ୟବହୃତ ହୋଇଥାଏ। ଭିଏଚ୍‌ପି ଓ ଆରଏସ୍‌ଏସ୍‌କୁ ଅଧିକାଂଶ ସମୟରେ ମୁସଲିମ ବିରୋଧୀ ବୋଲି କୁହାଯାଇଥାଏ। କିନ୍ତୁ ଏଠାରେ ଜଣେ ମୁସଲିମ ଦମ୍ପତି ହିନ୍ଦୁ ମନ୍ଦିର ପରିସରରେ ବିବାହ କରିଛନ୍ତି। ସନାତନ ଧର୍ମ ସବୁବେଳେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲେ ବୋଲି  ପ୍ରେରଣା ଦେଇଥାଏ  । ଆଉ ଏହି ବାହଘର ‌ହେଉଛି ଏକ ଜ୍ବଳନ୍ତ ଉଦାହରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe