ପାଳିତ ହିନ୍ଦୁ ଝିଅକୁ ମନ୍ଦିରରେ ବିବାହ କରାଇ ଚର୍ଚ୍ଚାରେ ମୁସଲିମ୍ ପରିବାର, ସାରା ଦେଶ କରୁଛି ପ୍ରଶଂସା

Advertisment
ପାଳିତ ହିନ୍ଦୁ ଝିଅକୁ ମନ୍ଦିରରେ ବିବାହ କରାଇ ଚର୍ଚ୍ଚାରେ ମୁସଲିମ୍ ପରିବାର, ସାରା ଦେଶ କରୁଛି ପ୍ରଶଂସା

News18.com

ନୂଆଦିଲ୍ଲୀ: କେରଳରେ ରହୁଥିବା ଏକ ମୁସଲିମ୍ ପରିବାର ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ ବି ଜାତି-ଧର୍ମକୁ ନେଇ ଲୋକେ ପରସ୍ପର ସହ ଝଗଡ଼ା କରିବା ସହ ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ପାଳିତ ହିନ୍ଦୁ ଝିଅକୁ ହିନ୍ଦୁ ରୀତିନୀତିରେ ବିବାହ କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିବାହ ରବିବାର କେରଳସ୍ଥିତ ଏକ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ବେଳେ ସଂପର୍କୀୟମାନେ ଆସି ବର-ବଧୂଙ୍କୁ ଆଶୀର୍ବାଦ ଦେଇଥିଲେ।

publive-image oneindia.com

ମିଳିଥିବା ସୂଚନା ମୁତାବକ, ରାଜେଶ୍ବରୀର ମାତା-ପିତା ଅବଦୁଲ୍ଲା ଏବଂ ଖଦିଜାଙ୍କ ଫାର୍ମ ହାଉସରେ କାମ କରୁଥିଲେ। ରାଜେଶ୍ବରୀ ଜନ୍ମ ହେବା ପରେ ପରେ ତାଙ୍କ ମା’ଙ୍କ ମୃତ୍ୟୁ ହେବା ସହ ଜନ୍ମର ୩-୪ବର୍ଷ ପରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା, ଯାହା ପରେ ରାଜେଶ୍ବରୀଙ୍କୁ ଆପଣେଇ ନେଇଥିଲେ ଅବଦୁଲ୍ଲା ଏବଂ ଖଦିଜା। ଦୁହେଁ ରାଜେଶ୍ବରୀଙ୍କୁ କେବେ ମୁସଲିମ୍ ଧର୍ମ ଆପଣାଇବା ପାଇଁ ବାଧ୍ୟ ନ କରିବା ସହ ହିନ୍ଦୁ ଧର୍ମ ବିଷୟରେ ଜ୍ଞାନ ଦେବା ଆରମ୍ଭ କରିଥିଲେ। ବିବାହ ବୟସ ହେବା ପରେ ରାଜେଶ୍ବରୀଙ୍କ ପାଇଁ ବିଷ୍ଣୁ ନାମକ ଯୁବକଙ୍କର ବିବାହ ପ୍ରସ୍ତାବ ଆସିଥିଲା। ପ୍ରସ୍ତାବ ପସନ୍ଦ ଆସିବା ପରେ ଅବଦୁଲ୍ଲା ଏବଂ ଖଦିଜା ରାଜେଶ୍ବରୀଙ୍କ ବିବାହ ହିନ୍ଦୁ ରୀତିନୀତିରେ କରିବା ନେଇ ନିଷ୍ପତ୍ତି ନେଇଥିଲେ। ରବିବାର ବିବାହ ସଂପନ୍ନ ହେବା ସହ ଏବେ ଅବଦୁଲ୍ଲା ଏବଂ ଖଦିଜାଙ୍କ କାମକୁ ଲୋକେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe