ରାମ ନବମୀ ପୂର୍ବରୁ ରାମ ମନ୍ଦିର ସଫା କରି ଚର୍ଚ୍ଚାରେ ମୁସଲ୍‌ମାନ ଯୁବକ

Advertisment
ରାମ ନବମୀ ପୂର୍ବରୁ ରାମ ମନ୍ଦିର ସଫା କରି ଚର୍ଚ୍ଚାରେ ମୁସଲ୍‌ମାନ ଯୁବକ

(Photo Credit: ANI)

ବେଙ୍ଗାଲୁର: ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ଆସନ୍ତା ରାମ ନବମୀ ସକାଶେ ଜଣେ ମୁସ୍‌ଲାମାନ ବ୍ୟକ୍ତି ରାମ ମନ୍ଦିର ସଫା କରୁଥିବାର ଦୃଶ୍ୟ ଏକ ଉଦାହରଣ ପାଲଟିଛି। ବିଭିନ୍ନତା ଭିତରେ ଏକତା ଦେଖାଇ ଏହି ବ୍ୟକ୍ତି ଜଣକ ଏବେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ୨୭ ବର୍ଷିଅ ଯୁବକ ସଦାମ ହୁସେନ୍‌ ମନ୍ଦିର ପରିସରରେ ଏକ ମଫ୍‌ ଧରି ସଫେଇ କରୁଥିବାର ଦେଖିବାକୁ ମିଳିଛି। ଏଭଳି ନିଆରା ଦୃଶ୍ୟ ହେଉଛି ବେଙ୍ଗାଲୁରର ରାଜାଜୀନଗରର। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସଦାମ ହୁସେନଙ୍କୁ ରାଜାଜୀନଗରର ରାମ ମନ୍ଦିର ସଫା କରିବାର ଦାୟିତ୍ୱ ଦିଆଯାଇଛି।

ମନ୍ଦିର ସଫେଇ କାର୍ଯ୍ୟ କରି ସେ କିପରି ଅନୁଭବ କରୁଛନ୍ତି ବୋଲି ପଚାରା ଯାଇଥିବା ପ୍ରଶ୍ନର ଉତ୍ତରରେ ହୁସେନ କହନ୍ତି, ‘ ମନ୍ଦିର ସଫା କଲା ବେଳେ ମୋତେ ଖୁବ୍‌ ଭଲ ଅନୁଭବ ହୋଇଥାଏ। ମୋ କାମ ପାଇଁ ମୋତେ ଖୁବ୍‌ ଗ୍ରହଣୀୟତା ମିଳୁଛି। ଗତ ୨-୩ ବର୍ଷ ହେବ ମୁଁ ଏଠାରେ କାମ କରୁଛି ଓ ମୋତେ ଏ କାମ କରି ଶାନ୍ତି ମିଳୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe