ଅଚାନକ ମାଟି ଫାଟି ସାମ୍ନାକୁ ଆସିଲା ୬୫୬ ଫୁଟ୍‌ ଗଭୀର ରହସ୍ୟମୟ ଗର୍ତ୍ତ ! ପାଲଟିଛି ବିଶ୍ବବ୍ୟାପୀ ଚର୍ଚ୍ଚା

Advertisment
ଅଚାନକ ମାଟି ଫାଟି ସାମ୍ନାକୁ ଆସିଲା ୬୫୬ ଫୁଟ୍‌ ଗଭୀର ରହସ୍ୟମୟ ଗର୍ତ୍ତ ! ପାଲଟିଛି ବିଶ୍ବବ୍ୟାପୀ ଚର୍ଚ୍ଚା

ନୂଆଦିଲ୍ଳୀ: ପୃଥିବୀ ସର୍ବଦା ଏକ ଘୂର୍ଣ୍ଣିବଳୟ ଦେଇ ଗତି କରୁଥାଏ। ନିକଟ‌ରେ ଚିଲିରେ ସୃଷ୍ଟି ହୋଇଥିବା ଏକ ରହସ୍ୟମୟ ସିଙ୍କ୍‌ହୋଲ୍‌ ବା ଗର୍ତ୍ତ ବୈଜ୍ଞାନିକମାନଙ୍କ କୌତୂହଳ ବୃଦ୍ଧି କରିଛି। ଏହି ସିଙ୍କ୍‌ହୋଲ୍‌ଟି ‌ଏବେ  ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।

ଜାଣିବାକୁ ମିଳିଛି ଯେ ଏହି ଗର୍ତ୍ତର ଗଭୀରତା ଉପରୁ ତଳ ପର୍ଯ୍ୟନ୍ତ ପ୍ରାୟ ୬୫୬ ଫୁଟ୍‌ ହେବ ।  ଗର୍ତ୍ତଟି ଚିଲିର ଟିଆରା ଆମାରିଲା ଖଣି ସହରରେ ହୋଇଥିବା ସୂଚନା ରହିଛି। ଏହି ଗର୍ତ୍ତଟି  କିପରି ସୃଷ୍ଟି ହେଲା ତାହା ଜାଣିବା ପାଇଁ ଚିଲି ସରକାର ତଦନ୍ତ ଆରମ୍ଭ କରି ଦେଇଛନ୍ତି।

ସେଠାକାର ନ୍ୟାସ୍‌ନାଲ୍‌ ଜିଓଲୋଜି ଓ ମାଇନିଂ ସର୍ଭିସ୍‌ ପକ୍ଷରୁ କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି କି ଏହି ଗର୍ତ୍ତଟିର ଚଉଡ଼ା ପ୍ରାୟ ୮୨ ଫୁଟ୍‌। ଏହି ଗର୍ତ୍ତରୁ ୧୦୦ ମିଟର୍‌ ଦୂରତା ମଧ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଯେପରି ଏହି ଏହି ଗର୍ତ୍ତରେ ପଡ଼ିଯାଇ ଦୁର୍ଘଟଣାର ସମ୍ମୁଖୀନ ନହୁଅନ୍ତି।

ଅଞ୍ଚଳଟି ଯେଉଁ କମ୍ପାନୀ ଅଧୀନରେ ରହିଛି ସେହି କମ୍ପାନି ପକ୍ଷରୁ କୁହାଯାଇଛି ଯେ ଅଚନକ ମାଟି ଧସି ସୃଷ୍ଟି ହୋଇଥିବା ଏହି ଗର୍ତ୍ତ ହେତୁ କୌଣସି କର୍ମଚାରୀ, ଯନ୍ତ୍ରପାତି କିମ୍ବା ଭିତ୍ତିଭୂମି ପ୍ରଭାବିତ ହୋଇନାହିଁ। ତେବେ ଏହି ରହସ୍ୟମୟ ଗର୍ତ୍ତଟି ଚିହ୍ନଟ ହେବା ପରେ ଏହାର ଆକାରରେ କୌଣସି ପରିବର୍ତ୍ତନ ଆସୁନାହିଁ, ତାହା ଏକଦମ ସ୍ଥିର ରହିଛି।

ସାଣ୍ଟିଗୋର ପ୍ରାୟ ୮୦୦ କିଲୋମିଟର୍‌ ଉତ୍ତର‌ରେ ଏହି ଗର୍ତ୍ତଟି ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ ଭାବେ ସେହି ଅଞ୍ଚଳରେ ଚାଲୁଥିବା ଖନନ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଆପଣଙ୍କ ସୂଚନା ସକାଶେ ଜଣାଇବା ଜରୁରୀ ଯେ ଚିଲି ହେଉଛି ବିଶ୍ବର ସର୍ବବୃହତ ତମ୍ବା ଉତ୍ପାଦନକାରୀ ଦେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe