ପ୍ରମିଳାଙ୍କୁ ପରିଚୟ ଦେଇଛି ନମ୍‌କିନ୍‌ ବ୍ୟବସାୟ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍‌ ମେଦିନୀପୁର ପଞ୍ଚାୟତ ସରଲାଞ୍ଜି ଗ୍ରାମର ପ୍ରମିଳା ପଟେଲ। ନମ୍‌କିନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରି ସେ ଜିଲ୍ଲା ଓ ଜିଲ୍ଲା ବାହାରେ ବିକ୍ରି କରିବା ସହ ନିଜ ବ୍ୟବସାୟକୁ ବୃଦ୍ଧି କରି ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

sfhfshhfsxvbbv

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍‌ ମେଦିନୀପୁର ପଞ୍ଚାୟତ ସରଲାଞ୍ଜି ଗ୍ରାମର ପ୍ରମିଳା ପଟେଲ। ନମ୍‌କିନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରି ସେ ଜିଲ୍ଲା ଓ ଜିଲ୍ଲା ବାହାରେ ବିକ୍ରି କରିବା ସହ ନିଜ ବ୍ୟବସାୟକୁ ବୃଦ୍ଧି କରି ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପ୍ରମିଳା ପ୍ରଥମେ ମା’ ସନ୍ତୋଷୀ ଏସ୍‌ଏଚ୍‌ଜିର ସଦସ୍ୟା ଥିଲେ। ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ଋଣ ନେଇ ଜରିରେ ନଳି ପ୍ୟାକେଟ୍‌ କରି ଗାଁରେ ବିକ୍ରିବଟା ଆରମ୍ଭ କରିଥିଲେ। 

ଏହି ବେପାର ଜମିବା ପରେ ସେ ଗାଁରେ ଏକ ଛୋଟ ଦୋକାନ ଆରମ୍ଭ କରିଥିଲେ। କ୍ରମେ ଏସ୍‌ଏଚ୍‌ଜିରୁ ୫ ଲକ୍ଷ ଟଙ୍କା ଓ ବିଭିନ୍ନ ସମ୍ପର୍କୀୟଙ୍କଠାରୁ ପ୍ରାୟ ୨ଲକ୍ଷ ଟଙ୍କା ଧାର ନେଇ ଶଙ୍ଖନଳି, ମକାଚିପ୍ସ, କାଜୁ ବିସ୍କୁଟ୍‌, ମୁଢ଼ି, ବାଦାମ, କୁରକୁରି, ମଟରଚଣା, ନାକଚଣା ସମେତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଗୁପ୍ତେଶ୍ବର ବ୍ରାଣ୍ଡିଂରେ ବିକ୍ରି କଲେ। ତାଙ୍କ ସ୍ବାମୀ ହେମନ୍ତ ପଟେଲ ଭବାନୀପାଟଣା, ଜୁନାଗଡ଼, ମଦନପୁର-ରାମପୁର, ରାୟଗଡ଼ା ଜିଲ୍ଲାର ଅମ୍ବାଦୋଳା, ମୁନିଗୁଡ଼ା ସମେତ ବିଭିନ୍ନ ଅଞ୍ଚଳକୁ ଯାଇ ବ୍ୟବସାୟକୁ ବୃଦ୍ଧି କରିଛନ୍ତି। ପ୍ରମିଳା ଘରେ ସମସ୍ତ ସାମଗ୍ରୀ ପ୍ରସ୍ତୁତ କରିବା ସହିତ ନିଜେ ବ୍ୟବସାୟକୁ ପରିଚାଳନା କରନ୍ତି। ତାଙ୍କ ଦୋକାନରେ ଦୈନିକ ପ୍ରାୟ ୫ ହଜାରରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହି ଅର୍ଥରେ ପରିବାର ପ୍ରତିପୋଷଣ ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ ସ୍ବାବଲମ୍ବୀ କରିବା ପାଇଁ ପ୍ରେରଣା ଦେଉଛନ୍ତି ପ୍ରମିଳା। ଆଗକୁ ନିଜ ବ୍ୟବସାୟକୁ ଅନ୍ୟ ଜିଲ୍ଲାମାନଙ୍କୁ ବିସ୍ତାର କରିବା ଲାଗି ସେ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe