କାହିଁକି ନାର୍କୋ ଟେଷ୍ଟ୍‍ର ପ୍ରୟୋଗ କରାଯାଇଥାଏ ?

କାହିଁକି ନାର୍କୋ ଟେଷ୍ଟ୍‍ର ପ୍ରୟୋଗ କରାଯାଇଥାଏ ?

ଏକ ପରୀକ୍ଷା ହେଲା ନାର୍କୋ ଟେଷ୍ଟ୍‍ । ବେଳେ ବେଳେ କେତେକ ଲୋକଙ୍କୁଏହି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯାହା ବିରକ୍ତିବୋଧ ହୁଏ । ଏହା ଏଭଳି ଏକ ପ୍ରକ୍ରିୟା ଯାହାର ପ୍ରୟୋଗରେ ବ୍ୟକ୍ତି କୃତ୍ରିମ ଅନିଦ୍ରା ଅବସ୍ଥାରେ ପହଞ୍ଚି ଯାଇଥାଏ।ଏହି ସମୟରେ ଲୋକ ମିଛ କହିବା ଭୁଲିଯାଇଥାଏ।
ନାର୍କୋ ଟେଷ୍ଟ୍‍ର ପରୀକ୍ଷଣ ସର୍ବପ୍ରଥମେ ୧୯୨୨ରେ ରବର୍ଟ ହାଉସ୍‌ ନାମକ ଜଣେ ଟେକ୍‌ସାସର ଡାକ୍ତର କରିଥିଲେ। ସେ ଦୁଇଜଣ ଅଭିଯୁକ୍ତଙ୍କ ଉପରେ ଏହାର ପ୍ରୟୋଗ କରିଥିଲେ। ଏହି ଟେଷ୍ଟ୍‍ କରାଯିବା ପୂର୍ବରୁ ପ୍ରଥମେ ବ୍ୟକ୍ତିର ସ୍ୱାସ୍ଥ୍ୟ ଓ ବୟସକୁ ଧ୍ୟାନ ଦିଆଯାଇଥାଏ। ତା’ପରେ ବ୍ୟକ୍ତିକୁ ଇଂଜେକସନ୍‌ ଦିଆଯାଇଥାଏ।
ନାର୍କୋ ଟେଷ୍ଟ୍‍ ଟ୍ରୁଥ୍‌ ଡଗ୍‌ ନାମରେ ମଧ୍ୟ ପରିଚିତ। ଟ୍ରୁଥ୍‌ ଡ୍ରଗ୍‌ ଏକ ସାଇକୋ ଆକ୍ଟିଭ୍‌ ଔଷଧ,ଯାହା ସେଭଳି ଲୋକଙ୍କୁ ଦିଆଯାଇଥାଏ,ଯେଉଁମାନେ ସତ କହିବାକୁ କୁଣ୍ଠାବୋଧ କରନ୍ତି। ଏହି ଔଷଧୀୟ ପ୍ରୟୋଗ ଫଳରେ ବ୍ୟକ୍ତିର ମସ୍ତିଷ୍କର ତ୍ୱରିତ ପ୍ରତିକ୍ରିୟା ଦେଉଥିବା ଅଙ୍ଗ ଅଚଳ ହୋଇଥାଏ। ଏହା ଫଳରେ ବ୍ୟକ୍ତି ଆଉ ମିଛ କହିପାରିନଥାଏ। ଯାହା ସତ, ତାହା ହିଁ ଲୋକଟି କହିଥାଏ।

publive-image
ଅନ୍ତରାଷ୍ଟ୍ରୀୟ ଆଇନ୍‌ ଅନୁଯାୟୀ ନାର୍କୋ ଟେଷ୍ଟର ଅନୈତିକ ପ୍ରୟୋଗକୁ ଯାତନା ରୂପେ ଶ୍ରେଣୀଭୁକ୍ତ କରାଯାଇଛି। ତେବେ ନ୍ୟାୟାଳୟର ଅନୁମତି ନେଇ ନାର୍କୋ ଟେଷ୍ଟ୍‍ କରାଯାଇପାରେ। ମାନସିକ ରୋଗୀମାନଙ୍କର ଉପଚାର ପାଇଁ ଏହି ଟେଷ୍ଟର ପ୍ରୟୋଗ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe