ବିଶ୍ୱ ତାପନ ପ୍ରଭାବରେ ମୁମ୍ବାଇ ଓ ମାଙ୍ଗାଲୋର ସହର ହେବ ଜଳମଗ୍ନ: ନାସା

ବିଶ୍ୱ ତାପନ ପ୍ରଭାବରେ ମୁମ୍ବାଇ ଓ ମାଙ୍ଗାଲୋର ସହର ହେବ ଜଳମଗ୍ନ: ନାସା

ନୂଆଦିଲ୍ଲୀ: ଭାରତର କେତୋଟି ସହର ସଂପର୍କରେ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର(ନାସା) ଏକ ଶଙ୍କଟାପନ୍ନ ପୂର୍ବାନୁମାନ କରିଛି। ବିଶ୍ୱ ତାପନର ପ୍ରଭାବରେ ଦେଶଟିରେ ଧୀରେ ଧୀରେ ଜଳସ୍ଥର ବଢ଼ିବାକୁ ଥିବା ବେଳେ ପ୍ରଥମେ ଏହି ବିପଦର ସାମ୍ନା କରିବ ମୁମ୍ବାଇ ଓ ମାଙ୍ଗାଲୋର।

publive-image

ଗବେଷଣାରୁ ଜାଣିବାକୁ ମିଳିଛି ଯେ ଦିନକୁ ଦିନ ତାପମାତ୍ରା ବଢ଼ିବା ଫଳରେ ବରଫଗୁଡ଼ିକ ତରଳିବାରେ ଲାଗିଛି। ଏହିପରି ଭାବେ ବରଫ ତରଳି ଚାଲିଲେ ଆଗାମୀ ୧୦୦ ବର୍ଷ ମଧ୍ୟରେ ରହିଥିବା ମାଙ୍ଗାଲୋର ସମୁଦ୍ର ଉପରେ ପ୍ରାୟ ୧୫.୯୮ ସେ.ମି. ପାଣି ବଢ଼ିଯିବା ବେଳେ ମୁମ୍ବାଇ ସମୁଦ୍ରସ୍ଥର ଉପରେ ୧୫.୨୬ ସେ.ମ.ି ପାଣି ବଢ଼ିଯାଇ ଏହି ଦୁଇ ସହର ବୁଡ଼ିବାକୁ ଲଗିବେ। ତେବେ, ଗବେଷକମାନେ ଦେଇଥିବା ସୂଚନା ଅନୁସାରେ ଏ ଦିଗରେ ଆନ୍ଧ୍ରପ୍ରଦେଶର କାକାନାଡ଼ା ସହର ମଧ୍ୟ ବିପଦଶୂନ୍ୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe