ଦେଶର ବିଭିନ୍ନ ଜନସେବା ବିଭାଗରେ କାର୍ଯ୍ୟରତ ଅଧିକାରୀଙ୍କ ଅବଦାନକୁ ସ୍ବୀକୃତି ଦେବା ନିମନ୍ତେ ଆଜି ସମଗ୍ର ଦେଶରେ ‘ଜାତୀୟ ପ୍ରାଶାସନିକ ସେବା ଦିବସ’ ପାଳନ କରାଯାଉଛି। ସେହିପରି ଦେଶର ପ୍ରାଶାସନିକ ବ୍ୟବସ୍ଥାକୁ ସାମୂହିକ ଭାବେ ଏବଂ ନାଗରିକଙ୍କ ସେବା ପ୍ରତି ଉତ୍ସର୍ଗୀକୃତ ଭାବେ ଚଳାଇବା ଲାଗି ପ୍ରାଶାସନିକ ଅଧିକାରୀଙ୍କ ପାଇଁ ମଧ୍ୟ ଏହି ଦିନଟି ଏକ ସ୍ମରଣୀୟ ଦିବସ। ପ୍ରାଶାସନିକ ସେବା ଏପରି ଏକ ସେବା ଯାହା ଦେଶରେ ସରକାରଙ୍କ ସାର୍ବଜନୀନ ପ୍ରଶାସନ ପ୍ରତି ଉତ୍ତରଦାୟୀ। ଉଲ୍ଲେଖଯୋଗ୍ୟ, ୧୯୪୭ ମସିହା ଆଜିର ତାରିଖରେ ସ୍ବାଧୀନ ଭାରତର ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦିଲ୍ଲୀର ମେଟକାଫ୍ ହାଉସ୍ରେ ପ୍ରାଶାସନିକ ସେବାର ଶିକ୍ଷାନବୀଶ ଅଧିକାରୀମାନଙ୍କୁ ପ୍ରଥମ କରି ସମ୍ବୋଧିତ କରି ସେମାନଙ୍କୁ ଦେଶର ଲୌହ ଛାଞ୍ଚ ବୋଲି କହିଥିଲେ। ସେହି ଦିନକୁ ସ୍ମରଣୀୟ କରିବା ସହ ଦେଶ ପ୍ରତି ପ୍ରାଶାସନିକ ଅଧିକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏପ୍ରିଲ ୨୧ ତାରିଖକୁ ଜାତୀୟ ପ୍ରାଶାସନିକ ସେବା ଦିବସ ରୂପେ ପାଳନ କରିବାର ପରିକଳ୍ପନା କରାଯାଇଛି। ବାସ୍ତବରେ ପ୍ରାଶାସନିକ ସେବା ହେଉଛି ଏଭଳି ଏକ ସ୍ତମ୍ଭ ଯାହା ଉପରେ ସରକାର ଦେଶ ପାଇଁ ନୀତି ଓ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିଥା’ନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us