ଜାତୀୟ ଶିକ୍ଷା ଦିବସ : ଆଜି ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମଦିବସ

Advertisment
ଜାତୀୟ ଶିକ୍ଷା ଦିବସ : ଆଜି ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମଦିବସ

ଆଜି ଜାତୀୟ ଶିକ୍ଷା ଦିବସ। ଶିକ୍ଷା ହେଉଛି ପ୍ରତ୍ୟେକ ମନୁଷ୍ୟର ଏକ ମୌଳିକ ଅଧିକାର। ଏହା ମଧ୍ୟ ଏକ ସଶକ୍ତ ତଥା ସଚେତନ ସମାଜର ମେରୁଦଣ୍ଡ। ଏହା ଆମକୁ ଆମର ପରିବେଶ, ଜୀବିକାଜୀବନ ଓ ସମାଜ ସମ୍ପର୍କରେ ସଜାଗ କରାଇବାରେ ସହାୟକ ହୋଇଥାଏ। ଏଥି ସହିତ ଆମକୁ ସଫଳତାର ମାର୍ଗରେ ଆଗେଇ ନେବା ଲାଗି ଜ୍ଞାନ ଅର୍ଜନ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଜଣେ ଶିକ୍ଷିତ ଓ ସଚେତନ ମଣିଷ ହେଉଛି ଦେଶର ଜଣେ ଆଦର୍ଶ ନାଗରିକ, କାରଣ ସେ ନିଜ ସମେତ ଦେଶ ଓ ବିଶ୍ବ ପାଇଁ ଏକ ଉନ୍ନତ ଭବିଷ୍ୟତ ଚିନ୍ତା କରିଥାଏ। ଏହାକୁ ହୃଦୟଙ୍ଗମ କରିବା ପାଇଁ ୨୦୦୮ ମସିହାରୁ ପ୍ରତି ବର୍ଷ ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଆସୁଛି।

ଦେଶର ଶିକ୍ଷା କ୍ଷେତ୍ରକୁ ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କର ଅବଦାନ ସର୍ବଦା ସ୍ମରଣୀୟ। ବିଶେଷ କରି ତାଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଦେଶରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ଭାରତୀୟ ବୈଷୟିକ ପ୍ରତିଷ୍ଠାନ (ଆଇଆଇଟି) ପରି ଆଧୁନିକ ଶିକ୍ଷା ସଂସ୍ଥା ସ୍ଥାପିତ ହୋଇପାରିଥିଲା। ୧୯୪୭ରୁ ୧୯୫୮ ଯାଏ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶିକ୍ଷାକୁ ଉନ୍ନତ ଓ ସୁଲଭ କରାଇବାରେ ତାଙ୍କର ପଦକ୍ଷେପଗୁଡ଼ିକ ଖୁବ୍‌ ପ୍ରଶଂସନୀୟ ଓ ସମ୍ମାନାସ୍ପଦ। ତେଣୁ ୧୮୮୮ ନଭେମ୍ବର ୧୧ ତାରିଖରେ ଜନ୍ମିତ ମୌଲାନା ଆଜାଦଙ୍କୁ ମନେ ପକାଇବା ପାଇଁ ତାଙ୍କ ଜନ୍ମଦିନକୁ ଜାତୀୟ ଶିକ୍ଷା ଦିବସ ରୂପେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଅଭିନବ ଶିକ୍ଷା’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe