ଆଇନ ଛାତ୍ରୀ ୪୦୪୨ଟି ଚାଉଳ ଦାନାରେ ଲେଖିଲେ ପୂରା ‘ଭାଗବତ ଗୀତା’

ଆଇନ ଛାତ୍ରୀ ୪୦୪୨ଟି ଚାଉଳ ଦାନାରେ ଲେଖିଲେ ପୂରା ‘ଭାଗବତ ଗୀତା’

ହାଇଦ୍ରାବାଦ: ଚାଉଳ ଦାନାରେ ଗୋଟିଏ ଅକ୍ଷର ବି ଲେଖିବା ବହୁତ କଷ୍ଟକର ହୋଇଥାଏ। କିନ୍ତୁ ନିକଟରେ ହାଇଦ୍ରାବାଦର ଆଇନ ବିଭାଗର ଜଣେ ଛାତ୍ରୀ ୪୦୪୨ଟି ଚାଉଳ ଦାନାରେ ପୂରା ଭାଗବତ ଗୀତା ଲେଖି ଚର୍ଚ୍ଚାରେ ରହିଛନ୍ତି। ଆଉ ଏହା ‌ଦେଖିବାକୁ ବି ବହୁତ ସୁନ୍ଦର ଲାଗିବା ସହିତ ଲୋକମାନଙ୍କୁ ବେଶ ପସନ୍ଦ ବି ଆସିଛି। ଉକ୍ତ ଆଇନ ଛାତ୍ରୀଙ୍କ ନାମ ରାମାଗିରି ସ୍ୱାରିକା। ସେ ଭାରତର ନାଁ ବିଶ୍ୱ ସ୍ତରରେ ମଧ୍ୟ ଉପରକୁ ନେବେ ବୋଲି ସମସ୍ତେ ଆଶା କରିଛନ୍ତି।

ରାମାଗିରି ସ୍ୱାରିକା ଏ ପ୍ରସଙ୍ଗରେ କହିଛନ୍ତି, ‘ମୁଁ ୪୦୪୨ଟି ଚାଉଳ ଦାନା ବ୍ୟବହାର କରି ଭାଗବତ ଗୀତା ଲେଖିଛି। ଏଥିପାଇଁ ମୋତେ ୧୫୦ ଘଣ୍ଟାର ସମୟ ଲାଗିଥିଲା। ମୁଁ ସବୁବେଳେ ମାଇକ୍ରୋ ଆର୍ଟ ପାଇଁ ବିଭିନ୍ନ ପ୍ରକାରର ଜିନିଷ ଉପରେ କାମ କରିଥାଏ। ଏଥିସହ ମୁଁ ମିଲ୍କ ଆର୍ଟ, କାଗଜ ଖୋଦେଇ ଓ ରାଶିର ବ୍ୟବହାର କରି ପୂର୍ବରୁ ଡ୍ରଇଁ ମଧ୍ୟ କରିଛି ।

ସେ କହିଛନ୍ତି ଯେ ଜାତୀୟ ସ୍ତରରେ ମୋର କାର୍ଯ୍ୟ ପାଇଁ ସ୍ୱୀକୃତି ପାଇବା ପରେ ମୁଁ ମୋର କଳାକୁ ଆନ୍ତର୍ଜାତୀୟ ପ୍ଲାଟଫର୍ମକୁ ନେବାକୁ ପ୍ରସ୍ତୁତ ଅଛି। ମୁଁ ସବୁବେଳେ କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲି ଏବଂ ପିଲାଦିନରୁ ଅନେକ ପୁରସ୍କାର ପାଇଛି | ଗତ ଚାରି ବର୍ଷ ଧରି ମୁଁ ଚାଉଳ ଦାନାକୁ ଏକାଠି କରି ଭଗବାନ ଗଣେଶଙ୍କ ଚିତ୍ର ସହିତ ସୂକ୍ଷ୍ମ କଳା କରିବା ଆରମ୍ଭ କରିଛି। ଏତିକି ନୁହେଁ ଚାଉଳ ଦାନାକୁ ଏକାଠି କରି ଇଂରାଜୀରେ ବର୍ଣ୍ଣମାଳା ମଧ୍ୟ ଲେଖିଛି |

୨୦୧୯ ରେ ତାଙ୍କୁ ଦିଲ୍ଲୀ ସାଂସ୍କୃତିକ ଏକାଡେମୀ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସେ ଭାରତର ପ୍ରଥମ ମାଇକ୍ରୋ କଳାକାର ଭାବରେ ମାନ୍ୟତା ପାଇଥିଲେ |

ରାମାଗିରିଙ୍କ ଏହି ସୁନ୍ଦର କଳା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସବୁ ଆଡୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe