ଆପଣଙ୍କ ସମସ୍ତ ଦୁଃଖ ଦୂର ହେବ, ଯଦି ଆପଣ ମାନିବେ ବିବେକାନନ୍ଦଙ୍କ ବାଣୀ

Advertisment

ଆଜି ରାଷ୍ଟ୍ରୀୟ ଯୁବ ଦିବସ

ଆଜି ରାଷ୍ଟ୍ରୀୟ ଯୁବ ଦିବସ

ଆପଣଙ୍କ ସମସ୍ତ ଦୁଃଖ ଦୂର ହେବ, ଯଦି ଆପଣ ମାନିବେ ବିବେକାନନ୍ଦଙ୍କ ବାଣୀ

ଭାରତର ମହାପୁରୁଷମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ। ସେ କୋଲକାତାର ଏକ ବଙ୍ଗାଳୀ ପରିବାରରେ ଜାନୁଆରୀ ୧୨ରେ ଜନ୍ମ ଲାଭ କରିଥିଲେ। ବାଲ୍ୟ ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ପିଲାଟି ଦିନରୁ ଥିଲେ ଚଞ୍ଚଳ। ସେ ଥିଲେ ଜଣେ ପ୍ରଭାବଶାଳୀ ଆଧ୍ୟାତ୍ମିକ ଗୁରୁ। ସେ ନିଜର ଗୁରୁ ରାମକୃଷ୍ଣଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ରାମକୃଷ୍ଣ ପରମହଂସଙ୍କ ମୃତ୍ୟୁ ପରେ ଧର୍ମ ପ୍ରଚାର ପାଇଁ ବିବେକାନନ୍ଦ ଭାରତୀୟ ଉପମହାଦୀପ ଯାତ୍ରା କରିଥିଲେ। ଆମେରିକାରେ ଅନୁଷ୍ଠିତ ବିଶ୍ୱ ଧର୍ମ ସମ୍ମିଳନୀରେ ସେ ୧୮୯୩ରେ ଭାରତରୁ ପ୍ରତିନିଧିତ୍ୱ କରି ଭାଷଣ ଦେଇଥିଲେ। ଏଠାରେ ସେ ଭାଷଣ ମାଧ୍ୟମରେ ଦେଶ-ବିଦେଶରେ ପ୍ରସିଦ୍ଧ ହୋଇ ଯାଇଥିଲେ। ସ୍ୱାମୀଜୀଙ୍କ ଜନ୍ମଦିନ ଜାନୁଆରୀ ୧୨କୁ ରାଷ୍ଟ୍ରୀୟ ଯୁବ ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ସ୍ୱାମୀଜୀଙ୍କ ଜୟନ୍ତୀରୁ ଅନେକ ଶିଖିବାର ଅଛି।

ଯଦି ଧନ ଦ୍ୱାରା ଅନ୍ୟର ମଙ୍ଗଳ ହୋଇଥାଏ, ଏହାର କିଛି ମୂଲ୍ୟ ଅଛି। ନହେଲେ ଏହା ଖରାପ ଜିନିଷର ପାହାଡ।

ବିବେକାନନ୍ଦଙ୍କ ବାଣୀ:

publive-image

-ଉଠ ଓ ଜାଗ୍ରତ ହୁଅ। ଆଉ ସେତେବେଳ ପର୍ଯ୍ୟନ୍ତ ଅଟକି ଯାଅ ନାହିଁ, ଯେତେବେଳ ପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତ ହୋଇ ନାହିଁ।
-ପଢ଼ିବାକୁ ହେଲେ ଏକାଗ୍ରତ ଜରୁରୀ। ଏକାଗ୍ରତା ପାଇଁ ଧ୍ୟାନ ଜରୁରୀ। ଧ୍ୟାନ ଦ୍ୱାରା ଆମେ ଇନ୍ଦ୍ରୀୟକୁ ସଂଯମ ରକ୍ଷା କରି ଏକାଗ୍ରତା ପ୍ରାପ୍ତ କରି ହେବ।
-ଯେତେ ଦିନ ବଞ୍ଚିଥିବା, ସେତେଦିନ ପର୍ଯ୍ୟନ୍ତ ଶିଖିବା। ଅନୁଭବ ହେଉଛି ଦୁନିଆର ଶ୍ରେଷ୍ଠ ଶିକ୍ଷକ।
-ଯାହା ତୁମେ ବିଚାର କରୁଛ, ତାହା ହୋଇ ଯାଉଛ। ଯଦି ତୁମ ଭାବନାରେ ଦୁର୍ବଳତା ଅଛି, ତୁମେ ଦୁର୍ବଳ ହୋଇଯିବ। ନିଜର ମସ୍ତିସ୍କ, ମାଂସପେଶୀ, ଶରୀରର ପ୍ରତି ଅଂଗରେ ବୁଡ଼ାଇ ଦିଅ। ବାକି ସବୁ ଭାବନାରୁ ବାହାରକୁ ରଖ। ଏହା ହେଉଛି ସଫଳତାର ଶୈଳୀ।
-ଯେଉଁ ସମୟରେ ଯେଉଁ କାମ ପାଇଁ ପ୍ରତିଜ୍ଞା କରୁଛ, ତାକୁ ସେହି ସମୟରେ ଶେଷ କରିବା ଦରକାର।
-ଗୋଟିଏ ସମୟରେ ଗୋଟିଏ କାମ କର। କାମ ସମୟରେ ଆତ୍ମାକୁ ମିଶାଇ ଦିଅ। ବାକି ସବୁ ଭୁଲିଯାଅ।
-ଯେତେବଡ଼ ସଂଘର୍ଷ ହେବ, ବିଜୟର ସ୍ୱାଦ ସେତେ ମିଠା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe