ନବରାତ୍ରୀର ୬ଷ୍ଠ ଦିବସ : ମା କାତ୍ୟାୟନୀ

ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ଷଷ୍ଠ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ କାତ୍ୟାୟନୀ ରୂପରେ ।

katyayani

ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ଷଷ୍ଠ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ କାତ୍ୟାୟନୀ ରୂପରେ ।

ଦୁର୍ଗାଙ୍କ ଷଷ୍ଠ ରୂପ କାତ୍ୟାୟନୀ ଦେବୀ। ନବଦୁର୍ଗାରେ ତାଙ୍କର ସ୍ଥାନ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ଋଷି କାତ୍ୟାୟନଙ୍କ ତପସ୍ୟାରୁ ତାଙ୍କର ଉଦ୍ଭବ ହୋଇଥିବାରୁ ସେ "କାତ୍ୟାୟନୀ" ନାମରେ ପରିଚିତ। ସିହାଙ୍କୁ ସିଂହବାହିନୀ ଓ ଚତୁର୍ଭୁଜା ଦେବୀଭାବେ ପୂଜା କରାଯାଏ। ହିନ୍ଦୁ ପୁରାଣ ଅନୁସାରେ, ମା କାତ୍ୟାୟନୀଙ୍କ ପୂଜାରୁ କୁମାରୀ କନ୍ୟାମାନଙ୍କ ବିବାହ ସମସ୍ୟାର ସମାଧାନ ହୁଏ ବୋଲି ବିଶ୍ୱାସ। ଭାଗବତ ପୁରାଣରେ ବର୍ଣ୍ଣିତ ଅଛି ଯେ ବୃନ୍ଦାବନର ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀରୂପେ ପାଇବା ପାଇଁ କାତ୍ୟାୟନୀ ବ୍ରତ କରିଥିଲେ। ମା’ କାତ୍ୟାୟନୀ ଶକ୍ତି, ସାହସ ଓ ନ୍ୟାୟର ପ୍ରତୀକ। ସେ ଭକ୍ତଙ୍କୁ ଧର୍ମ, ଅର୍ଥ, କାମ ଓ ମୋକ୍ଷର ମାର୍ଗରେ ଅଗ୍ରସର କରନ୍ତି। ନବଦୂର୍ଗାର ୬ଷ୍ଠ ଦିନରେ ତାଙ୍କ ପୂଜା ବିଶେଷ ରୂପେ କରାଯାଏ। ମା’ କାତ୍ୟାୟନୀଙ୍କ ଉପାସନା ମାନବଜୀବନରେ ଆତ୍ମବଳ, ଶୁଭତା ଓ ସମୃଦ୍ଧି ଆଣିଥାଏ।

ଧ୍ୟାନ
ଚଂଦ୍ରହାସୋଜ୍ଜ୍ଵଲକରା ଶାର୍ଦୂଲଵରଵାହନା ।
କାତ୍ୟାୟନୀ ଶୁଭଂ ଦଦ୍ୟାଦେଵୀ ଦାନଵଘାତିନୀ ॥

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe