ଜାଣନ୍ତୁ ଏ ବର୍ଷର ନବରାତ୍ର କେବେ ଆରମ୍ଭ ହୋଇ କେବେ ହେବ ଶେଷ ଓ କିପରି କରିବେ ଘଟସ୍ଥାପନ

ଜାଣନ୍ତୁ ଏ ବର୍ଷର ନବରାତ୍ର କେବେ ଆରମ୍ଭ ହୋଇ କେବେ ହେବ ଶେଷ ଓ କିପରି କରିବେ ଘଟସ୍ଥାପନ

DNA India

ନୂଆଦିଲ୍ଲୀ: ଆସିଲାଣି ନବରାତ୍ର। ଏ ବର୍ଷ ନବରାତ୍ର ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସେପ୍ଟେମ୍ବର-ଅକ୍ଟୋବର ମାସରେ ପଡୁଥିବା ଏହି ନବରାତ୍ରୀଙ୍କୁ ଶରଦ କିମ୍ବା ଶାରଦୀୟ ନବରାତ୍ରୀ କୁହାଯାଏ। ବଙ୍ଗଳା ସମ୍ପ୍ରଦାୟ ପାଇଁ ଏହା ଏକ ପ୍ରମୁଖ ପର୍ବ।

ଏ ବର୍ଷ ଶାରଦୀୟ ଘଟସ୍ଥାପନର ସମୟ ହେଉଛି ଅକ୍ଟୋବର ୧୭ ତାରିଖ ସକାଳ ୦୬.୨୩ ରୁ ୧୦.୧୨। ଘଟସ୍ଥାପନର ମୁହୂର୍ତ୍ତ ହେଉଛି ୦୩ ଘଣ୍ଟା ୪୯ ମିନିଟ୍‌। ପ୍ରତିପଦ ତିଥି ଆରମ୍ଭ ସମୟ ଅପରାହ୍ନ ୧.୦୦। ପ୍ରତିପଦ ତିଥି ଶେଷ ହେବ ରାତି ୯.୮ରେ। ଚିତ୍ରା ନକ୍ଷତ୍ର ସମାପ୍ତ ହେବ ସକାଳ ୧୧.୫୨ରେ।

ଆପଣ ଜାଣିଥିବେ ନିଶ୍ଚୟ ଯେ ନବରାତ୍ର ଆରମ୍ଭ ଦିନ ହିଁ ଘଟସ୍ଥାପନ ହୋଇଥାଏ। ଯାହା ପର୍ବର ଆରମ୍ଭକୁ ଚିହ୍ନିତ କରିଥାଏ। ୯ ଦିନର ପୂଜା ଆରମ୍ଭ ହେବା ପୂର୍ବରୁ ଘଟମାଧ୍ୟମରେ ଦେବୀଙ୍କୁ ଆବାହନ କରାଯାଇଥାଏ।

publive-image
India Today

ଘଟସ୍ଥାପନ ପାଇଁ ଏକ ବଡ଼ ମୁହଁ ଥିବା ମାଟିପାତ୍ର ବ୍ୟବହାର କରାଯାଏ। ତା’ ଉପରେ ମାଟି ଦିଆଯାଇ ସେ ମାଟିରେ ମଞ୍ଜି ବୁଣାଯାଏ। ମଞ୍ଜି ବୁଣିବା ପରେ ସେଥିରେ ଜଳ ଛିଞ୍ଚାଯାଏ। ତା’ପରେ ଚାଉଳ, ଆମ୍ବଡାଳ, ହଳଦୀ, ମୁଦ୍ରା ଦେଇ ଏକ କଳସ ସଜେଇ ତାହାକୁ ବଡ଼ ମୁହଁ ଥିବା ମାଟି ପାତ୍ର ମଧ୍ୟରେ ସ୍ଥାପନ କରାଯାଏ।

ତା’ପରେ କଳସରେ ହଳଦୀ ଓ ସିନ୍ଦୂର ଲେପନ କରାଯାଏ। ସେଥିରେ ଏକ ନାଲି ରଂଗର କାରିଆ ବି ଗୁଡ଼ାଯାଏ। କେହି କେହି ଏକ ଛୋଟ ଫୁଲହାର ବି ପକାଇଥାନ୍ତି କଳସ ବେକରେ। କେହି କେହି କଳସ ଉପରେ ଫୁଲ ରଖି ଦେଇଥାନ୍ତି। ତାହାକୁ ନେଇ ନିଜ ପୂଜା ଘରେ ରଖି ମାଆ ଦୁର୍ଗାଙ୍କୁ ଘରକୁ ଆସିବାକୁ ନିମନ୍ତ୍ରଣ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe