ଶାରଦୀୟ ନବରାତ୍ରୀର ୨ୟ ଦିବସ : ଜାଣନ୍ତୁ ମାତା ବ୍ରହ୍ମଚାରିଣୀଙ୍କ ବିଷୟରେ

ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ଦ୍ବିତୀୟ ଦିନରେ ମାତାଙ୍କୁ ବ୍ରହ୍ମଚାରିଣୀ ରୂପରେ ପୂଜା କରାଯାଏ ।

navratri mata brahmacharini

ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ଦ୍ବିତୀୟ ଦିନରେ ମାତାଙ୍କୁ ବ୍ରହ୍ମଚାରିଣୀ ରୂପରେ ପୂଜା କରାଯାଏ ।

ନବରାତ୍ରର ଦ୍ୱିତୀୟ ଦିନରେ ଭଗବତୀଙ୍କର ବ୍ରହ୍ମଚାରିଣୀ ସରୂପର ଆରାଧନା କରାଯାଏ ମା' ବ୍ରହ୍ମଚାରିଣୀ ଶୁଭ୍ର ବସ୍ତ୍ରପରିହିତା,ଦୁଇ ହସ୍ତରେ କମଣ୍ଡଳୁ ଜପମାଳା ପଦ୍ମ ଧରିଥାନ୍ତି ସେ ପରମ ସନ୍ୟାସିନୀ ଶ୍ରୀ ଶ୍ରୀ ଦେବୀ ଭାଗବତ ଅନୁସାରେ ଗିରିରାଜ କୁମାରୀ ପାର୍ବତୀ ଦେବର୍ଷି ନାରଦଙ୍କ ପରାମର୍ଶରେ ଭଗବାନ ଶଙ୍କରଙ୍କୁ ପତି ରୂପେ ପାଇବା ପାଇଁ ଘଞ୍ଚ ଜଙ୍ଗଲରେ କଠୋର ତପ ଆରମ୍ଭ କରନ୍ତି ପ୍ରଥମ ସେ ହଜାର ବର୍ଷ ସେ ଫଳମୂଳ ଖାଇ ତପସ୍ୟା କରନ୍ତି ପରବର୍ତ୍ତି ହଜାର ବର୍ଷ କେବଳ ଶାଗ ଗ୍ରହଣ କରି ତାପରେ ଆଉ ତିନି ହଜାର ବର୍ଷ କେବଳ ଶୁଖିିଲା ବିଲ୍ୱପତ୍ର ଖାଇ ଜଙ୍ଗଲର କଠୋର ଖରା,ବର୍ଷା ଶୀତରେ ତପସ୍ୟା କରନ୍ତି କିନ୍ତୁ ତଥାପି ମହାଦେବଙ୍କ ଦର୍ଶନ ନମିଳନ୍ତେ ସେ ପରବର୍ତ୍ତି କେତେ ହଜାର ବର୍ଷ ପତ୍ର ଭୋଜନ ମଧ୍ୟ ତ୍ୟାଗ କରି କଠୋର ତପସ୍ୟାରେ ରତ ହେଲେ ପତ୍ର ତ୍ୟାଗ କରିଥିବାରୁ ଅପର୍ଣ୍ଣା ନାମ ବହନ କଲେ ଏହିପରି ଅନେକ ସହସ୍ର ବର୍ଷର ତଠୋର ତପ ପରେ ସ୍ୱୟଂ ମହାଦେବ ପ୍ରକଟ ହୋଇ ତାଙ୍କର ମନୋକାମନା ପୂର୍ଣ୍ଣ କରିଥିଲେ

ମା' ବ୍ରହ୍ମଚାରିଣୀଙ୍କ ପୂଜା କଲେ ସାଧକ ଦୂରାରୋଗ ବ୍ୟାଧିମୁକ୍ତ ହେବା ସହ ଆଜୀବନ ଶୁସ୍ଥ ଜୀବନ ଯାପନ କରିଥାଏ । 

ଧ୍ୟାନ-

 ଦଧାନା କରପଦ୍ମାଭ୍ୟାମକ୍ଷମାଳା କମଣ୍ଡଳୁ

 ଦେବୀ ପ୍ରସୀଦତୁ ମୟୀ ବ୍ରହ୍ମଚାରିଣ୍ୟନୁତ୍ତମା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe