ୟୁନିଫର୍ମ ପିନ୍ଧି ମଞ୍ଚରେ ଗୀତ ଗାଇ ମନ କିଣି ନେଲେ ସେନା ଅଧିକାରୀ

Advertisment
ୟୁନିଫର୍ମ ପିନ୍ଧି ମଞ୍ଚରେ ଗୀତ ଗାଇ ମନ କିଣି ନେଲେ ସେନା ଅଧିକାରୀ

ନୂଆଦିଲ୍ଳୀ: ‘ଘର ସେ ନିକଲତେ ହି...’ ଗୀତ କାହାକୁ ଭଲ ଲାଗେ ନାହିଁ ବୋଲି କଥା ନାହିଁ। ଗୋଟାଏ ସମୟରେ ଅନେକ ଜଣ ଏହି ଗୀତକୁ ଗୁଣୁ ଗୁଣୁ ହୋଇ ଗାଇବାରେ ଲାଗିଥାନ୍ତି। ନିକଟରେ ଏହି ଗୀତ ଗାଉଥିବା ବେଳେ ଜଣେ ସେନା ଅଧିକାରୀଙ୍କ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଅଧିକାରୀ ଜଣକ ଯେଉଁଭଳି ଭାବେ ଗୀତଟିକୁ ଗାଉଛନ୍ତି ତାହାକୁ ଦେଖିଲେ ଆପଣ ଅନୁଭବ କରିପାରିବେ ଯେ ସେ ନିଶ୍ଚିତ ଭାବେ ଅତ୍ୟନ୍ତ ଭାବପୂର୍ଣ୍ଣ ଶୈଳୀରେ ଗୀତଟିକୁ ଗାଉଛନ୍ତି, ସତେ ଯେପରି ନିଜ ଜୀବନର ଘଟଣାସବୁ ବଖାଣୁଛନ୍ତି।

ଭିଡିଓରେ ଦୃଶ୍ୟମାନ ହୋଇଥିବା ସେନା ଅଧିକାରୀ ଜଣକ ହେଉଛନ୍ତି ଅବସରପ୍ରାପ୍ତ ଭାଇସ୍‌ ଆଡ୍‌ମିରାଲ୍‌ ଗିରିଶ ଲୁଥ୍ରା। ତାଙ୍କ ଚମତ୍କାର କଣ୍ଠସ୍ବର ଟ୍ବିଟର୍‌ ବ୍ୟବହାରକାରୀଙ୍କୁ ଖୁବ୍‌ ପସନ୍ଦ ଆସିଥିବା ବେଳେ ଭିଡିଓଟିର ଏବେ ସୁଦ୍ଧା ପାଖାପାଖି ଲକ୍ଷେ ଭିୟୁ ହୋଇ ସାରିଲାଣି।

ଭିଡିଓଟି କେଉଁଁ ଏକ ଉତ୍ସବର ବୋଲି ଜାଣିବାକୁ ମିଳିଛି। ଅବସରପ୍ରାପ୍ତ ଅଧିକାରୀ ଜଣକ ‘ପାପା କେହେତେ ହେଁ....’ ଫିଲ୍ମର ସେହି ଆଇକନିକ୍‌ ଗୀତଟିକୁ ଗାଉଥିବା ବେଳେ ମଞ୍ଚ ତଳେ ବସିଥିବା ଦର୍ଶକମାନେ ବି ତାହାକୁ ଖୁବ୍ ଜୋର୍‌ରେ ଉପଭୋଗ କରୁଛନ୍ତି। ଏହି ଗୀତଟି ଯୁଗଲ୍ ହଂସରାଜ ଓ ମୟୁରୀ କଙ୍ଗୋଙ୍କ ଉପରେ ପିକଚରାଇଜ୍ ହୋଇଥିଲା।

ଗିରିଶ ଲୁଥ୍ରା ୟନିଫର୍ମରେ ଥାଇ  ମଞ୍ଚ ଉପରେ ସଂଗୀତ ପରିବେଷଣ କରୁଥିବାର ନଜର ଆସିଛନ୍ତି। ତାଙ୍କ ଗାୟିକୀକୁ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ବି ଖୁବ୍ ପସନ୍ଦ କରିଛନ୍ତି। ବହୁତ ଭଲ ଭଲ କମେଣ୍ଟ୍‌ ଆସିଛି ତାଙ୍କ ଭିଡିଓରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe