କେରଳ ବନ୍ୟା: ଆଖି ଭିଜାଇଲା ନୌସେନା କମାଣ୍ଡରଙ୍କ ସାହସିକତା, ମନ ଜିଣିଲା ମହିଳାଙ୍କ କୃତଜ୍ଞତା ଶୈଳୀ

Advertisment
କେରଳ ବନ୍ୟା: ଆଖି ଭିଜାଇଲା ନୌସେନା କମାଣ୍ଡରଙ୍କ ସାହସିକତା, ମନ ଜିଣିଲା ମହିଳାଙ୍କ କୃତଜ୍ଞତା ଶୈଳୀ

ଥିରୁବନନ୍ତପୁରମ୍‌: ନିକଟ ଅତୀତରେ କେରଳ ବନ୍ୟାରେ ବହୁ କ୍ଷୟକ୍ଷତି ସହି ସାରିଲେଣି ରାଜ୍ୟବାସୀ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଗଷ୍ଟ ୮ ତାରିଖରୁ ପ୍ରାୟ ୨୧୦ ଜଣଙ୍କର ବନ୍ୟା ହେତୁ ମୃତ୍ୟୁ ଘଟିଥିବା ବେଳେ ୭ ଲକ୍ଷ ଲୋକ ନିଜ ଘର ଛାଡ଼ି ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି।

ପ୍ରଭାବିତ ଲୋକଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ବହୁ ଉଦ୍ଧାରକାଳୀ ଦଳ ନିୟୋଜିତ ହୋଇଥିବା ବେଳେ ରିଲିଫ୍‌ ବଣ୍ଟନ କାର୍ଯ୍ୟ ବି ଜାରି ରହିଛି। ପୂରା ଦେଶରେ ଏବେ ବନ୍ୟା ପ୍ରପୀଡ଼ିତଙ୍କ ସକାଶେ ସହାୟତା ଅଭିଯାନ ଆରମ୍ଭ ହୋଇଛି।

ସରକାରୀ କର୍ମୀମାନେ ବନ୍ୟା ପ୍ରପିଡ଼ୀତଙ୍କ ପାଖେ ପାଖେ ରହି ସହାୟତା କରିବାରେ ଲାଗିଛନ୍ତି। ଏପରିସ୍ଥିତିରେ ଜଣେ ନୌସେନା କମାଣ୍ଡର ଜଣେ ଗର୍ଭବତୀ ମହିଳାଙ୍କୁ ଯେଉଁ ଭଳି ଭାବେ ସାହାଯ୍ୟ କରିଛନ୍ତି ତାହା ଏବେ ଦେଶବ୍ୟାପୀ ଚର୍ଚ୍ଚା ପାଲଟିଛି।

କୋଚିଠାରେ ଏକ ହସ୍ପିଟାଲ୍‌ରେ ଶୋଚନୀୟ ଅବସ୍ଥାରେ ଫସି ରହିଥିବା ଜଣେ ଗର୍ଭବତୀ ମହିଳାଙ୍କର କମାଣ୍ଡର ଏୟାର୍‌ଲିଫ୍ଟ କରି ମହିଳାଙ୍କୁ ଉଠାଇ ନେଇଥିବା ବେଳର ଭିଡିଓଟି ଏବେ ବେଶ୍‌ ଚର୍ଚ୍ଚା ହୋଇଛି।

ମହିଳାଙ୍କ ଦେହରୁ ଖୁବ୍‌ ଜଳ ଯାଉଥିଲେ ମଧ୍ୟ ପ୍ରସବ ସମ୍ଭବ ହୋଇ ପାରୁନଥିଲା। ସେହି ସମୟରେ ସେକେଣ୍ଡ୍‌ଟିଏ ବି ଅପେକ୍ଷା ନକରି କମାଣ୍ଡର୍‌ ପ୍ରାଥମିକ ଚିକିତ୍ସା ପାଇଁ ଜଣେ ଡାକ୍ତରଙ୍କୁ ତାଙ୍କ ପାଖକୁ ଆଣିଥିବା ବେଳେ ମହିଳାଙ୍କୁ ହେଲିକ୍ଟର ଯେଗେ ଉଠାଇ ନେଇଥିଲେ।

ମହିଳା ସଜିତାଙ୍କ ଏୟାର୍‌ଲିଫ୍ଟ ସମୟରେ ପାଖାପାଖି ଅଧଘଣ୍ଟା ହେଲିକପ୍ଟରଟି ଆକାଶ ପଥରେ ଉଡ଼ନ୍ତା ଅବସ୍ଥାରେ ରହିଥିଲା। ମହିଳାଙ୍କୁ ହେଲିକପ୍ଟର ଯୋଗେ କୋଚିରୁ ଅଲପୁଜା ଜିଲ୍ଲାରେ ଥିବା ନୌସେନାର ସଞ୍ଜୀବନୀ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେହି ହସ୍ପିଟାଲ୍‌ରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

publive-image

ତା’ପରେ କମାଣ୍ଡର ଜଣକ ମହିଳାଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରେ ପହଞ୍ଚାଇ ଉଦ୍ଧାରକାର୍ଯ୍ୟରେ ବାହାରି ଯାଇଥିଲେ। କମାଣ୍ଡରଙ୍କର ଏହି ଋଣ ପାଇଁ ମହିଳା ଜଣକ ତାଙ୍କୁ ବେଶ୍‌ ସ୍ୱତନ୍ତ୍ର ଭାବେ ଧନ୍ୟବାଦ୍‌ ଦେଇଛନ୍ତି। ସେ ତାଙ୍କ ଛାତ ଉପରେ ‘ଥାଙ୍କ୍‌ସ୍‌’ ଲେଖି କମାଣ୍ଡରଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।

ଏହା ଏବେ ଟୁଇଟର୍‌ରେ ଚର୍ଚ୍ଚା ହୋଇଛି। ଏହି ପୋଷ୍ଟ୍‍ରେ ଅନେକ ଟୁଇଟର୍‌ ବ୍ୟବହାରକାରୀ ରିଟୁଇଟ୍‌ କରିଛନ୍ତି। କେହି କେହି ମହିଳାଙ୍କ ସ୍ୱତନ୍ତ୍ର ଅଭିବାଦନ ଶୈଳୀକୁ ପ୍ରଶଂସା କରିଥିବା ବେଳେ ଆଉ କେହି କମାଣ୍ଡରଙ୍କୁ ପ୍ରଶଂସା କରିଛନ୍ତି ତ ପୁଣି କେହି ଦୁହିଁକୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe