ଏହି ମନ୍ଦିରରେ ପ୍ରସାଦ ଆକାରରେ ଦିଆଯାଏ ସୁନା, ରୁପା

Advertisment
ଏହି ମନ୍ଦିରରେ ପ୍ରସାଦ ଆକାରରେ ଦିଆଯାଏ ସୁନା, ରୁପା

ଭୋପାଳ: ମନ୍ଦିରରେ ଆପଣ ହୁଏତ ପ୍ରସାଦ ଭାବେ ମିଠା, ବୁନ୍ଦି, ଲଡୁ କିମ୍ବା ପେଡ଼ା ଆଦି ପାଇଥିବେ। ମାତ୍ର କୌଣସି ବି ମନ୍ଦିରରେ ପ୍ରସାଦ ଭାବେ ଭକ୍ତଙ୍କୁ ସ୍ୱର୍ଣ୍ଣ ପ୍ରଦାନ କରାଯାଉଥିବା କଥା କେବେ ଆପଣ ଶୁଣିଛନ୍ତି? ଆନ୍ଧପ୍ରଦେଶରେ ରହିଛି ଏପରି ଏକ ମନ୍ଦିର। ରତଲମ୍‌ ଅଞ୍ଚଳରେ ଏକ ମହାଲକ୍ଷ୍ମୀ ମନ୍ଦିର ରହିଛି। ଏହି ମନ୍ଦିର ପ୍ରତିବର୍ଷ ଭକ୍ତଙ୍କୁ କୋଟି କୋଟି ଟଙ୍କାର ଅଳଙ୍କାର ପ୍ରଦାନ କରୁଛି। ଯେଉଁଥିରେ ସୁନା ଓ ରୁପା ବି ସାମିଲ୍‌ ରହିଥାଏ।

publive-image

ପ୍ରତିବର୍ଷ ଦୀପାବଳୀ ସମୟରେ ଏହି ମନ୍ଦିରକୁ ଭକ୍ତିମାନେ ଅଳଙ୍କାର ପ୍ରଦାନ କରିଥାନ୍ତି। ଏହି ଅଳଙ୍କାରକୁ କିଛି ନିର୍ଦ୍ଦିଷ୍ଟ ଅଂଶ ମନ୍ଦିରକୁ ମାଆ ଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କୁ ପ୍ରଦାନ କରାଯାଇଥାଏ। ହଜାର ହଜାର କିଲୋମିଟର ଦୂରରୁ ଲୋକେ ଏହି ମନ୍ଦିରକୁ ମାଆଙ୍କ ଦର୍ଶନ ପାଇଁ ଧାଇଁ ଆସନ୍ତି। ସେମାନଙ୍କୁ ପ୍ରସାଦ ଆକାରରେ ସୁନା ଓ ରୁପା ପ୍ରଦାନ କରାଯାଇଥାଏ।

ଏପରିକି ପ୍ରସାଦ ଆକରରେ ମିଳୁଥିବା ଏହି ବସ୍ତୁର ଦାମ ଜଣେ ଲୋକର ବାଟ ଖର୍ଚ୍ଚଠାରୁ ବି କମ୍‌ ହୋଇଥାଏ। ଯାହା ବି ହେଉଁ ଏଠାରେ ଦିଆଯାଉଥିବା ଅଳଙ୍କାରକୁ କେବଳ ଭଗବାନଙ୍କ ଆର୍ଶିବାଦ ବୋଲି ମନାଯାଏ। ଏହାକୁ ଘର୍‌ ଲକର୍‌ରେ ରଖିଲେ ଶୁଭ ଫଳ ମିଳେ ବୋଲି ବିଶ୍ୱାସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe