ନେତାଜୀଙ୍କ ଜନ୍ମ ଜାତକ

Advertisment
ନେତାଜୀଙ୍କ ଜନ୍ମ ଜାତକ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରି ୨୩ ତାରିଖ ଶନିବାର ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ଜନ୍ମଗ୍ରହଣ କରିଥିଲେ। କଟକ ଓଡ଼ିଆ ବଜାରସ୍ଥିତ ପିତା ରାୟବାହାଦୁର ଜାନକୀ ନାଥ ବୋଷ ଓ ମା’ ପ୍ରଭାବତୀ ଦେବୀଙ୍କ ୯ମ ଗର୍ଭରୁ ସେ ଜନ୍ମଲାଭ କରିଥିଲେ। ତାଙ୍କ ଜନ୍ମପଞ୍ଜିକା (ଜାତକ) ସହିତ ଜନ୍ମ ପ୍ରମାଣପତ୍ର ବି ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ସ୍ଥାନ ପାଇଛି। ଜଣେ ଓଡ଼ିଆ ପୁଅର ଜାତକ ଯେଭଳି ତିଆରି ହୋଇ ଘରେ ସାଇତା ହୁଏ, ଠିକ ସେହିଭଳି ପ୍ରସ୍ତୁତ ହୋଇ ରହିଛି ନେତାଜୀଙ୍କ ଜନ୍ମଜାତକ।

publive-imageଜନ୍ମ ୨୩.୧.୧୮୯୭
ଜନ୍ମ ସ୍ଥାନ କଟକ, ଓଡ଼ିଆ ବଜାର
ଜନ୍ମ ମାସ ମାଘ ଦି୧୧ନ/ତାରିଖ ଜାନୁଆରି ୨୩
ଜନ୍ମବାର ଶନିବାର
ଜନ୍ମଲଗ୍ନ ବୃଷ
ରାଶି କନ୍ୟା(ଆଧାନ ରାଶି)
ନକ୍ଷତ୍ର ଉତ୍ତରା ଫାଲଗୁନୀ
ଗଣ ନର(ମାନବ) ଗଣ
ନାମର ଆଦ୍ୟ ଅକ୍ଷର ପ, ଥ, ଷ, ଶ, ସ
ପାଦ ଦ୍ବିପାଦ
ଘାତ ଚନ୍ଦ୍ର ମିଥୁନ ଚନ୍ଦ୍ର
ଘାତ ବାର ଶନିବାର
ଘାତ ତିଥି ଅଷ୍ଟମୀ
ଘର ନକ୍ଷତ୍ର ଶ୍ରବଣା
ଅଧିପତି ବୁଧ
ଶୁଭ ଦେବୀ ତ୍ରିପୁରା ସୁନ୍ଦରୀ
ଶୁଭ ଦେବତା ଭଗବାନ ବିଷ୍ଣୁ
ଶୁଭ ବାର ବୁଧବାର ଓ ଶୁକ୍ରବାର
ମିଶ୍ରିତ ଫଳଦାୟକ ବାର- ରବିବାର, ମଙ୍ଗଳବାର ଓ ଗୁରୁବାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe