www.jagran.com
ମୁମ୍ବାଇ: ନିକଟ ଅତୀତରେ ଭାରତୀୟ ଅଭିନେତା ତଥା ନିର୍ଦ୍ଦେଶକ ରାହୁଲ ବୋଷ ଏକ ପଞ୍ଚତାରିକା ହୋଟେଲ୍ରେ ଦୁଇଟି କଦଳୀ ବରାଦ କରି ୪୪୨ ଟଙ୍କା ବିଲ୍ ଭରିବା ପରେ ତାହାକୁ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ। ରାହୁଲଙ୍କୁ ତାଙ୍କର ଏହି ପୋଷ୍ଟ୍ ପାଇଁ ବହୁ ଟ୍ଵିଟର୍ ବ୍ୟବହାରକାରୀ ସମାଲୋଚନା ମଧ୍ୟ କରିଥିଲେ। ପଞ୍ଚତାରିକା ହୋଟେଲ୍ରେ ଖାଇବାର ଔକାତ ନାହିଁ ଯଦି ଯାଅ ନାହିଁ ବୋଲି କେହି କେହି ପରାମର୍ଶ ବି ଦେଇଥିଲେ।
ରାହୁଲଙ୍କର ସେହି ପୋଷ୍ଟ୍ ଏବେ ଏକ ଟ୍ରେଣ୍ଡ୍ ପାଲଟି ଗଲାଣି। ଟ୍ଵିଟର୍ରେ ଏବେ ଚାଲିଛି ରାହୁଲ ବୋଷ ମେମେଣ୍ଟ୍ର ଟ୍ରେଣ୍ଡ୍। ରାହୁଲଙ୍କ ପରି ଆହୁରି ଅନେକ ଲୋକ ସାଧାରଣ ଜିନିଷ ପାଇଁ ବିଲ୍ ଆକାରରେ ମୋଟା ଅଙ୍କର ଟଙ୍କା ପୈଠ କରିିଥିବା ମୁହୂର୍ତ୍ତର ଫଟୋ ସେୟାର୍ କରି ‘ରାହୁଲ ବୋଷ ମୋମେଣ୍ଟ୍’ ବୋଲି ଲେଖିଛନ୍ତି। କେହି କେହି ଏବେକାର ଘଟଣାକୁ ସୋସିଆଲ୍ ମିଡିଆରେ ଦେଇ ‘ରାହୁଲ ବୋଷ ମୋମେଣ୍ଟ୍’ ଲେଖିଥିବା ବେଳେ ଆଉ କେହି ପୁରୁଣା ଦିନର କଥାକୁ ମନେ ପକାଇ ‘ରାହୁଲ ବୋଷ ମୋମେଣ୍ଟ୍’ ବୋଲି ଲେଖିଛନ୍ତି।
Follow Us