ଶୌଚାଳୟ ନିର୍ମାଣ ହେଲେ ପରିବାରର କେହି ଜଣେ ମୃତ୍ୟୁବରଣ କରିବ ବୋଲି ଭାବୁଥିବା ଗାଁ ଲୋକଙ୍କ ଅନ୍ଧବିଶ୍ୱାସକୁ ଏପରି ଦୂର କଲେ ନବବଧୂ

Advertisment
ଶୌଚାଳୟ ନିର୍ମାଣ ହେଲେ ପରିବାରର କେହି ଜଣେ ମୃତ୍ୟୁବରଣ କରିବ ବୋଲି ଭାବୁଥିବା ଗାଁ ଲୋକଙ୍କ ଅନ୍ଧବିଶ୍ୱାସକୁ ଏପରି ଦୂର କଲେ ନବବଧୂ

ପାଟ୍‌ନା: ଇଚ୍ଛା ଶକ୍ତି ଓ ସଂକଳ୍ପ ଥିଲେ ଅସାଧ୍ୟ ସାଧନ ହୋଇଯାଏ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବିହାରର ନଓ୍ଵାଡା ଜିଲ୍ଲାର ଗାଜିପୁରର ଲୋକେ ଘରେ ଶୌଚାଳୟ ତୋଳୁ ନଥିଲେ। ଭାବୁଥିଲେ ଯେଉଁ ଲୋକ ଘରେ ଶୌଚାଳୟ କରିବ ତା’ ପରିବାରର କେହି ଜଣେ ମୃତ୍ୟୁବରଣ କରିବ। କିନ୍ତୁ ଗାଜିପୁରକୁ ବୋହୂ ହୋଇ ଆସିଥିବା ଅନୁରାଧାଙ୍କ ଜିଦ୍‌ ଯୋଗୁଁ ଅନ୍ଧବିଶ୍ୱାସରୁ ମୁକୁଳିଥିଲା ଗାଁ, ଏବେ ପ୍ରତି ଘରେ ରହିଛି ଶୌଚାଳୟ।

publive-image

ବିଟେକ୍‌ ପଢ଼ି ଦିଲ୍ଲୀରେ ଚାକିରି କରୁଥିବା କୁନ୍ଦନ କୁମାରଙ୍କୁ ୨୦୧୭ ଜୁନ୍‌ରେ ବାହା ହୋଇ ଆସିଲେ ଅନୁରାଧା। ଶାଶୁ ଘରେ ପହଞ୍ଚି ଦେଖିଲେ ଶୌଚାଳୟ ନାହିଁ। ଭୋରରୁ ଉଠି ବାହାରେ ଶୌଚ ସାରି ଆସିବାକୁ ହେବ। ସେ ଏହାକୁ ଗ୍ରହଣ ନ କରି ବାପ ଘରକୁ ଫେରିଗଲେ। ଜିଦ୍‌ ଧରି ବସିଲେ-ଶୌଚାଳୟ ତୋଳା ହେଲେ ଶାଶୁ ଘରକୁ ଫେରିବେ। ଫଳରେ ପୂରା ଗାଜିପୁର ପାଲଟିଗଲା ଅନୁରାଧାଙ୍କ ବିରୋଧୀ।

ମାତ୍ର ଏଇ ଘଟଣା ସ୍ଥାନୀୟ ପ୍ରଶାସନକୁ ସକ୍ରିୟ କଲା। ନଓ୍ଵାଡାର ଯୁବକ ଜିଲ୍ଲାପାଳ କୁଶଲ୍‌ କୁମାର ଘଟଣାରେ ହସ୍ତକ୍ଷେପ କଲେ। ସ୍ଥାନୀୟ ବିଡିଓଙ୍କୁ ଜନସଚେତନତା ସୃଷ୍ଟି ଲାଗି ଦାୟିତ୍ୱ ଦେଲେ। ଶୌଚାଳୟର ଉପକାରିତା ବୁଝାଇବାର ପ୍ରୟାସ ଆରମ୍ଭ ହେଲା। ବାରମ୍ବାର ଲୋକଙ୍କୁ କହିବା ପରେ ବଡ଼ କଷ୍ଟରେ ଶୌଚାଳୟ ନିର୍ମାଣ ଲାଗି ରାଜି ହେଲେ ଗ୍ରାମବାସୀ।

publive-image

ଆଉ ପ୍ରଥମ ପଦକ୍ଷେପ ନେଲା ଅନୁରାଧାଙ୍କ ଶ୍ୱଶୁର ଘର। ତାଙ୍କ ଘରେ ତୋଳା ହେଲା ଶୌଚାଳୟ। ବିବାହର ୩ମାସ ପରେ ଶ୍ୱଶୁର ଘରକୁ ଆସିଲେ ଅନୁରାଧା। ଏବେ ଗାଁର ପ୍ରତିଟି ଘରେ ଶୌଚାଳୟ ତୋଳା ଯାଇଛି। ଏହା ଅନୁରାଧାଙ୍କର ମନୋବଳ ଓ ସଂକଳ୍ପ ଯୋଗୁଁ ସମ୍ଭବ ହୋଇପାରିଲା ବୋଲି ସମସ୍ତେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe