ଆଖଡ଼ା ଘରେ ନୂଆ ନାଟକ

ଯାତ୍ରାର ନୂଆ ବର୍ଷ ଆରମ୍ଭ ହୋଇଛି ଜୁନ୍ ୨୦ ତାରିଖରୁ। ଅଧିକାଂଶ ଯାତ୍ରା ପାର୍ଟି ଶୁଭ ମହୁରତ ସାରି ନାଟକ ଅଭ୍ୟାସ ଆରମ୍ଭ କରିଛନ୍ତି। ଯାତ୍ରା ବିଶ୍ୱ ଦରବାର ତା’ର ପ୍ରଥମ ନାଟକ ‘ବଦନାମ ଗଳିର ବାଦଶାହା’ର ଅଭ୍ୟାସ ଆରମ୍ଭ କରିଛି।

gdgdcvcvcv

ଯାତ୍ରାର ନୂଆ ବର୍ଷ ଆରମ୍ଭ ହୋଇଛି ଜୁନ୍ ୨୦ ତାରିଖରୁ। ଅଧିକାଂଶ ଯାତ୍ରା ପାର୍ଟି ଶୁଭ ମହୁରତ ସାରି ନାଟକ ଅଭ୍ୟାସ ଆରମ୍ଭ କରିଛନ୍ତି। ଯାତ୍ରା ବିଶ୍ୱ ଦରବାର ତା’ର ପ୍ରଥମ ନାଟକ ‘ବଦନାମ ଗଳିର ବାଦଶାହା’ର ଅଭ୍ୟାସ ଆରମ୍ଭ କରିଛି। ଦୀପକ ଜେନାଙ୍କ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ବିନୋଦ ରାଉତ। ସେହିପରି ଯାତ୍ରା ରାଜନନ୍ଦିନୀର ଇଚ୍ଛାପୁର ଆଖଡ଼ାଘରେ ଜୀବନ ଜେନାଙ୍କ ରଚିତ ଓ ବିଜୟ ଦାଶଙ୍କ ନିର୍ଦ୍ଦେଶିତ ‘ପାହାନ୍ତି ରାତିର ପାପ’ର ଅଭ୍ୟାସ ଚାଲିଛି। ଦୁର୍ଗାମନ୍ଦିରର ପ୍ରଥମ ନାଟକ ନିହାର ମହାନ୍ତିଙ୍କ ରଚିତ ‘ତୁ ଜଗନ୍ନାଥ ମୁଁ ଅନାଥ’ର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ଦାଶ। ସୁକିନ୍ଦାସ୍ଥିତ ଶିବାନୀ ଗଣନାଟ୍ୟର ଆଖଡ଼ାରେ ନୂଆ ନାଟକ ‘ମେମ୍‌ସାହେବ’ର ଅଭ୍ୟାସ ଚାଲିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସ୍ୱାଇଁ ଓ ରଚନା କରିଛନ୍ତି ଅଜୟ ସ। ଡୁବୁରୀଠାରେ କୋଣାର୍କ ଗଣନାଟ୍ୟର ‘ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ’ର ଅଭ୍ୟାସ ଆରମ୍ଭ ହୋଇଛି। ଡକ୍ଟର ସୁଧାଂଶୁ ନାୟକଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ରୁମୋଚନ ମହାନ୍ତି।

ଏବେ ଓଡ଼ିଶାର ଅଧିକାଂଶ ଅଗ୍ରଣୀ ଯାତ୍ରାପାର୍ଟିର ଆଖଡ଼ାରେ ନୂଆ ନାଟକର ଅଭ୍ୟାସ ଆରମ୍ଭ ହୋଇଛି। ଆସନ୍ତୁ ଜାଣିବା କେଉଁ ପାର୍ଟିର, କେଉଁଠି, କେଉଁ ନାଟକର ଚାଲିଛି ଅଭ୍ୟାସ?

କଳିଙ୍ଗ ଗଣନାଟ୍ୟର ଆଖଡ଼ା ଘର ଦାନଗଦୀଠାରେ ଆରମ୍ଭ ହୋଇଛି ଏହାର ପ୍ରଥମ ନାଟକ ‘ରାଜଧାନୀର ରାଜା ଆଚାର୍ଯ୍ୟ’। ନିର୍ଦ୍ଦେଶକ ଗୁରୁ ମିଶ୍ର ଏକୁ ଅଭ୍ୟାସ କରାଉଛନ୍ତି। ସ୍ୱର୍ଣ୍ଣମହଲର ବାଙ୍କୁଆଳସ୍ଥିତ ଆଖଡ଼ାଘରେ ‘ଗୁହାରି ଶୁଣ ଦୀନବନ୍ଧୁ’ର ଅଭ୍ୟାସ ଆରମ୍ଭ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନାୟକ (ବଳିଆ)। ସୂର୍ଯ୍ୟମନ୍ଦିରର ପ୍ରଥମ ନାଟକ ‘ପ୍ରିୟା ପ୍ରୀତି ପ୍ରିୟତମା’କୁ ଅନୁରାଗଙ୍କ ରଚନାରେ ନିର୍ଦ୍ଦେଶନା ଦେଇଛନ୍ତି କିଶୋର ଖଣ୍ଡୁଆଳ। ସ୍ୱପ୍ନମହଲର ନାଟକ ‘ବୋଉ’କୁ ନିର୍ଦ୍ଦେଶନା ଦେଇଛନ୍ତି ଇଂ ଆଶୁତୋଷ ମହାପାତ୍ର। ଭିଙ୍ଗାରପୁରଠାରେ  ଇନ୍ଦ୍ରଭୂବନ ଆଖଡ଼ାରେ ସାରଦା ରଣାଙ୍କ ନିର୍ଦ୍ଦେଶିତ ତଥା ସନ୍ତୋଷ ନାରାୟଣ ଦାସଙ୍କ ରଚିତ ‘କଥା କହିବ ମୋ ମଥା ସିନ୍ଦୂର’ର ଅଭ୍ୟାସ ଚାଲିଛି। 

ଏ ବର୍ଷ ନୂଆକରି ଆତ୍ମପ୍ରକାଶ କରିବାକୁ ଯାଉଥିବା ଯାତ୍ରା ଶ୍ରୀମନ୍ଦିରର ଆଖଡ଼ାଘରେ ହର ବାରିକଙ୍କ ରଚନା ଓ ନିର୍ଦ୍ଦେଶନାରେ ‘କହଇ ଜଗନ୍ନାଥ ଦାସ’ର ଅଭ୍ୟାସ ଚାଲିଛି। ଯାଜ୍ଞସେନୀ ଆଖଡ଼ାଘର ଯଖପୁରାଠାରେ ତା’ର ପ୍ରଥମ ନାଟକ ହର ବାରିକଙ୍କ ରଚିତ ‘ଦେଖ ଆଗକୁ କ’ଣ ହେଉଛି’ର ନିର୍ଦ୍ଦେଶନା ଦେଉଛନ୍ତି ଲାଲା ବିରେନ୍‌ ରାୟ। ଧଉଳି ଗଣନାଟ୍ୟର ଆଖଡ଼ାଘର ଡୁବୁରୀଠାରେ ହର ବାରିକଙ୍କ ‘ଚଣ୍ଡାଶୋକ’ର ଅଭ୍ୟାସ ଚାଲିଛି। କଳିଙ୍ଗ ସମ୍ରାଟର ପପୁ ବ୍ରହ୍ମଙ୍କ ରଚନା ‘ସବୁ ପାପର ପ୍ରାୟଶ୍ଚିତ୍ତ ନାହିଁ’ର ଅଭ୍ୟାସ କରାଉଛନ୍ତି ନିର୍ଦ୍ଦେଶକ ରଞ୍ଜନ ବିଶ୍ୱାଳ।
-ନାରାୟଣ କୁମାର ରାଉତରାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe