ରକ୍ତଦାନରେ ନୂଆ ରେକର୍ଡ

Advertisment
ରକ୍ତଦାନରେ ନୂଆ ରେକର୍ଡ

representetional immage - the Red Deer Advocate

ରକ୍ତ ରୂପକ ଜୀବନ ଠାରୁ ଅଧିକ ମୂଲ୍ୟବାନ ଉପହାର କିଛି ନାହିଁ। ରକ୍ତଦାନ ଦ୍ବାରା ଅନ୍ୟ ଲୋକଙ୍କ ଜୀବନ ରକ୍ଷା ହେବା ସହିତ ଦାତାଙ୍କର ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ। ତଥାପି ଅନେକ ଲୋକ ରକ୍ତ ଦେବାକୁ ଅକାରଣେ ଭୟ କରନ୍ତି। ଜଣେ ୮୦ ବର୍ଷୀୟା ମହିଳା ନିୟମିତ ରକ୍ତଦାନ କରି ବିଶ୍ବ ରେକର୍ଡ କରିବା ଘଟଣା ସେଭଳି ଲୋକଙ୍କୁ ଅନୁପ୍ରାଣିତ କରିବ। କାନାଡାର ଜୋସେଫିନ୍ ମିଚାଲୁକ ନାମକ ବୃଦ୍ଧା ସମୁଦାୟ ୨୦୩ ୟୁନିଟ୍ ରକ୍ତଦାନ କରିସାରିଛନ୍ତି।

ଏଥି ସହିତ ସେ ପୃଥିବୀର ସର୍ବାଧିକ ରକ୍ତଦାନ କରିଥିବା ମହିଳା ଭାବେ ଗିନିସ୍ ବୁକ୍ ଅଫ୍ ଵର୍ଲଡ୍‌ ରେକର୍ଡରେ ନିଜର ନାମ ଲିପିବଦ୍ଧ କରିଛନ୍ତି। ଜୋସେଫିନ୍ ୨୨ ବର୍ଷର ହୋଇଥିବା ବେଳେ ଭଉଣୀଙ୍କ ଦ୍ବାରା ଉତ୍ସାହିତ ହୋଇ ପ୍ରଥମେ ରକ୍ତ ଦେଇଥିଲେ। ସେବେଠାରୁ ପାଖାପାଖି ଛଅ ଦଶନ୍ଧି ହେଲା ସେ ନିୟମିତ ରକ୍ତ ଦେଇଆସୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ରକ୍ତଦାନର କୌଣସି ସର୍ବୋଚ୍ଚ ବୟସସୀମା ନ ଥିବାରୁ ସ୍ବାସ୍ଥ୍ୟ ଭଲ ଥିବା ଯାଏଁ ସେ ରକ୍ତଦାନ କରିପାରିବେ। ଏବେ ‘O+’ ଗ୍ରୁପ୍‌ର ରକ୍ତଧାରିଣୀ ଜୋସେଫିନ୍ ବର୍ଷକୁ ହାରାହାରି ଚାରିଥର ରକ୍ତ ଦେଉଛନ୍ତି। ରକ୍ତଦାନର ରେକର୍ଡ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା କି ନିଜ ନାମରେ କୌଣସି ରେକର୍ଡ ହେବ ବୋଲି ସେ କେବେ ଭାବି ନ ଥିଲେ। େତବେ ଏହି ରେକର୍ଡ ପରେ ସେ ଅଧିକ ଲୋକଙ୍କୁ ରକ୍ତଦାନ ପାଇଁ ଅନୁପ୍ରାଣିତ କରିବାର ଆଶା ରଖିଛନ୍ତି। ତାଙ୍କ ପୂର୍ବରୁ ଭାରତର ମଧୁରା ଅଶୋକ କୁମାରଙ୍କ ନାମରେ ଉକ୍ତ ରେକର୍ଡ ଥିଲା ଯିଏ ସମୁଦାୟ ୧୧୭ ୟୁନିଟ୍‌ ରକ୍ତ ଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe